ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଲିଙ୍ଗମାର୍ଣ୍ଣି ପଞ୍ଚାୟତ ପୂର୍ବ ସରପଞ୍ଚ ଅରବିନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ପୂର୍ବତନ ସିଆରସିସି ଜୟଶ୍ରୀରାମ ସିକନ୍ଦର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ ରେ ଗୋଷ୍ଠୀ ତଥା ଅଭିଭାବକ ମାନଙ୍କର ଭୂମିକା, ବିଭିନ୍ନ ଦକ୍ଷତା ହାସଲ ରେ ଶିକ୍ଷଣସାମଗ୍ରୀ ର ବ୍ୟବହାର ଓ ଅଭିନଵ ପ୍ରଦର୍ଶନ ବିଷୟରେ ଆଲୋକପାତ କରିଥିଲେ। ପ୍ରଧାନଶିକ୍ଷକ ଶାନ୍ତନୁ ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଭିନଵ ଶିକ୍ଷଣ ପଦ୍ଧତି ପ୍ରୟୋଗ ରେ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ର ବିକାଶ କରିବାକୁ ଆହ୍ୱାନ ଦେଇଥିଲେ l ସଭାରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରାରୀ ରଥ ସଭାପତିତ୍ୱ କରି ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସୋମନାଥ ମହାପାତ୍ର, ବିଭୁତି ପୂଜାରୀ, ଶିକ୍ଷୟିତ୍ରୀ ମିନା ପଧାନ, କୁମାରୀ ମନୋରମା, ରେଣୁକା ବେରିହା,ମିନାକ୍ଷୀ ସାଓ ଓ ପାଚିକାମାନେ ସହଯୋଗ କରିଥିଲେ l ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ସାମୁହିକଭାବେ ନିପୁଣ ଓଡିଶା ମେଳା ସଂଗୀତ ଓ ଶପଥ ପାଠ କରି ଏହି ମେଳାରେ ଲାଗିଥିବା ମୌଳିକ ସାକ୍ଷରତା ଷ୍ଟଲ,ମୌଳିକ ସଂଖ୍ୟା ଜ୍ଞାନ ଷ୍ଟଲ, ସୃଜନଶୀଳ କାର୍ଯ୍ୟକଳାପ ଷ୍ଟଲ ଓ ମତାମତ ଷ୍ଟଲ ବୁଲି ଦେଖିଥିଲେ l ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର,ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ଲଙ୍ଗଲକଟା ପ୍ରଧାନଶିକ୍ଷକ ସୁଦାମ ଖମାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ରାଜ୍ୟ
ବେହେରାମାଲ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ
- Hits: 11