ହେଡଲାଇନସ୍:

କେନ୍ଦ୍ରାପଡ଼ାରେ ୩ଟି ଶୀତଳ ଭଣ୍ଡାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର, ୨୭|୦୧- ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ଅନୁନ୍ୟ ୩ ଟି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି| ଶ୍ରୀଯୁକ୍ତ ପଣ୍ଡା ଏନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଏକ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି|

ସୂଚନାଯୋଗ୍ୟ, ଗତ ତା। ୨୧.୦୧.୨୦୨୫ ରିଖରେ ରାଜ୍ୟ କ୍ୟାବିନେଟ ବୈଠକ ନିଷ୍ପତି ଅନୁଯାୟୀ ରାଜ୍ୟରେ ୫୮ ଟି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି| ସେଥିପାଇଁ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ଓ ସର୍ବାଧିକ ୬ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ମିଳିବ| ଅନ୍ୟାନ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ପୁଞ୍ଜି ଖର୍ଚ୍ଚର ୫୦% ବା ସର୍ବାଧିକ ୬ କୋଟି ପର୍ଯ୍ୟନ୍ତ ସବସିଡ଼ି ମିଳି ପାରିବ ସେହିପରି ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କର ୩% ଓ ରାଜ୍ୟ ସରକାରଙ୍କର ୩% ସବସିଡ଼ି ସାମିଲ ଅଛି, ୬% ପର୍ଯ୍ୟନ୍ତ ସୁଧ ମିଳିବା ସହିତ ୭ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କରେ ୫୦% ସବସିଡ଼ି ଯୋଗାଇ ଦିଆଯିବ| ଏହି ପଦକ୍ଷେପକୁ ଶ୍ରୀଯୁକ୍ତ ପଣ୍ଡା ସ୍ବାଗତ କରିବା ସଙ୍ଗେ ସଙ୍ଗେ କହିଛନ୍ତି କି କେନ୍ଦ୍ରାପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଏହି ଜିଲ୍ଲାର ଚାଷୀ ଭାଇମାନେ ମୁଖ୍ୟତଃ ଶସ୍ୟ ଜାତୀୟ ଫସଲ, ପନିପରିବା, ମତ୍ସ୍ୟ ଓ ଦୁଗ୍ଧ ଜାତୀୟ ଉତ୍ପାଦ ଉପରେ ନିର୍ଭରଶୀଳ କିନ୍ତୁ ଜିଲ୍ଲାରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଭାଇମାନେ ଅନେକ ସମୟରେ ଆଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି| କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଅନୂନ୍ୟ ୩ ଟି ଶୀତଳ ଭଣ୍ଡାର ସ୍ଥାପନ ହେଲେ ଚାଷୀ ଭାଇ ମାନଙ୍କର ଉକ୍ତ ସମସ୍ୟାର ସମାଧାନ ହୋଇପାରିବ ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ନିଷ୍ପତି ନେବାପାଇଁ ଶ୍ରୀଯୁକ୍ତ ପଣ୍ଡା ଉପ-ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଏକ ଲିଖିତ ପ୍ରସ୍ତାବ ଦେଇଛନ୍ତି|

0
0
0
s2sdefault