ଭୁବନେଶ୍ୱର, ଜାନୁଆରୀ ୨୮: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡ଼ିଶା କନକ୍ଳେଭ -୨୦୨୫କୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିବା ବେଳେ ଏହି ଅବସରରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ ।
ଜନତା ମଇଦାନ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସୋଆ ଛାତ୍ରଛାତ୍ରୀମାନେ ଏୟାରପୋର୍ଟଠାରୁ ଆରମ୍ଭ କରି ଜନତା ମଇଦାନ ପର୍ଯ୍ୟନ୍ତ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ଓଡିଶାରେ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିଲେ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ ବୋଲି ଗଣମାଧ୍ୟମ ସମ୍ମୁଖରେ ଛାତ୍ରଛାତ୍ରୀମାନେ କହିଛନ୍ତି ।
ଓଡ଼ିଶାରେ ଇନୋଭେସନ୍ ଏବଂ ଟେକ୍ନୋଲୋଜିକୁ ନେଇ ଅନେକ କିଛି ଆମକୁ ଶିଖିବାକୁ ମିଳିବା ସହ ନୂଆ ନୁଆ ଷ୍ଟାର୍ଟଅପ୍ ମଧ୍ୟ ଏହି କନକ୍ଳେଭ ଯୋଗୁଁ ଆଗକୁ ଆସିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।
ଉକ୍ରର୍ଷ ଓଡ଼ିଶା କନକ୍ଳେଭରେ ସୋଆ ଏବଂ ସମ୍ ଲାଇଫ୍ ସାଇନ୍ସେସ୍ର ଷ୍ଟଲ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।