(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)- ସ୍ଥାନୀୟ ଖଲ୍ଲିକୋଟ ର ରାଜପ୍ରସାଦ ର ଘାଟର ପଶ୍ଚିମ ପାଶ୍ୱର୍ରେ ଥିବା ଘୋଡାଶାଳରେ ରାଜ୍ୟ ସ୍ତରୀୟ ଭଲି ଵଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦାରିଙ୍ଗବାଡି ସହିତ ଗୁମ୍ମା । ଆଜିର ଏ ଖେଳ ରେ ମାରି ନେଲେ ଦାରିଙ୍ଗବାଡି ଖେଳାଳି । ତଥାପି ଗୁମ୍ମା ଖେଳାଳି ଙ୍କ ଅପୂର୍ବ ଖେଳ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏଅଵସରରେ ଗଞ୍ଜାମ ଜିଲ୍ଲା ର ସାନଖେମୁଣ୍ଡି କଂଗ୍ରେସ ବିଧାୟକ ତଥା ଵାଣାୟତ ଓଡ଼ିଆର ଗର୍ବ ଗୋୖରବ ଶ୍ରୀ ଯୁକ୍ତ ରମେଶ ଜେନା ମଞ୍ଚାସିନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଜେପି ଆସ୍କା ଲୋକ ସଭା ସଂଯୋଜକ ଯଜ୍ଞ ନାରାୟଣ ଦାସ, ଲିଟୁ ଖୁଣ୍ଟିଆ, ସନ୍ତୋଷ କୁମାର ଗ ଉଡ , ବିପିନ୍ ବିହାରୀ ସାମନ୍ତ । ମୁଖ୍ୟ ଆକର୍ଷକ ଦାରିଙ୍ଗବାଡି ର ଖେଳାଳି ମାନେ ହେଲେ ଦୀପୁ, ଭବାନୀ,ଟିଙ୍ଗିରି,କଟିଙ୍ଗି କାଳୁ,ଧଢଙ୍ଗ୍ କ୍ୟାପଟେନ ରୂପକ, ବିଚିତ୍ର, ଥିବା ବେଳେ ଗୁମ୍ମା ର ଖେଳାଳି ମାନେ ଥିଲେ କ୍ୟାପଟେନ ବାଦଲ,ଉଜ୍ବଳ,ସମସଙ୍ଗ,ଆନକାଣ୍ଡା,ରୂପ, ଭରତ,ସୁମିତ୍,ଓ ମନୋଜ ବୋଲି ଜଣାପଡିଛି | ଖେଳରେ ବିଜୟ ହାସଲ କରି ଥିବା ଦାରିଙ୍ଗବାଡି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ଆଙ୍କରିଙ୍ଗ କରିଥିଲେ ଆମ୍ବପୁଆର ମଣ୍ଟୁ ଓ ରେଫେରିଙ୍ଗ କରି ଥିଲେ ସାତ ଦିନବ୍ୟାପୀ ଗୋବିନ୍ଦ ନାୟକ । ମା ଵାହୁତୀ ଠାକୁରାଣୀ ଙ୍କ ଅଶେଷ କରୁଣାରୁ ତଥା ଖଲ୍ଲିକୋଟ ର ଜଳଧାରଣ ଙ୍କ ସହଯୋଗରେ ରାଜ୍ୟ ସ୍ତରୀୟ ମା ଵାହୁତୀ ଭଲି ବଲ ଟୁର୍ଣ୍ଣାମେଣ୍ଟର ସମାପନ ହୋଇଥିଲା ।
ରାଜ୍ୟ
- ରାଜ୍ୟ ସ୍ତରୀୟ ମା ଵାହୁତୀ ଭଲି ଵଲ୍ ଟୁର୍ଣ୍ଣାମେଣ୍ଟ: ମାରି ନେଲେ ଦାରିଙ୍ଗବାଡି ଖେଳାଳି
- Hits: 53