ହେଡଲାଇନସ୍:

ଭଞ୍ଜନଗର ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗରସ୍ଥିତ ପୁରୁଣା ଜେଲ୍ ପଡ଼ିଆ ବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ୭୬ ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l

ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସଂବୃଦ୍ଧି ଓ ସ୍ୱାଭିମାନର ଜାତୀୟପତାକା ଉତ୍ତୋଳନ କରିଥିଲେ l ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶପ୍ରେମୀ ନିଜ ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ, ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଗଣତନ୍ତ୍ରର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ ରହିଥିବା ,ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଗରୀମାରେ ଗରୀୟାନ ତଥା ଓଡ଼ିଶାର ଏକ ପ୍ରମୁଖ ଭୂଖଣ୍ଡ ଭାବେ ଭଞ୍ଜନଗର ଯାହାକି ଘୁମୁସର ମାଟି ଓଡ଼ିଶା ମାନଚିତ୍ରରେ ସ୍ଵତନ୍ତ୍ର ପରିଚୟ ଲାଭ କରିଛି। ଉପଖଣ୍ଡ ପ୍ରଶାସନ ତଥା ରାଜସ୍ବ ପ୍ରଶାସନ ସବୁବେଳେ ଆପଣମାନଙ୍କ ସହିତ ରହିଛି। ଆମର ଭଞ୍ଜନଗର ଉପଖଣ୍ଡରେ କୃଷି ଓ କୃଷକର ବିକାଶ, ଭିତ୍ତି ଭୂମି ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ତାଙ୍କ ଭାଷଣ ରେ କହିଥିଲେ। ତତ୍ ପରେ ଜେଲ୍ ପଡ଼ିଆଠାରେ ପ୍ୟାରେଡ୍ ପାଇଁ ପ୍ରସ୍ତୁତ ହୋଇ ରହିଥିବା ୨୩ ଗୋଟି ପ୍ୟାରେଡ୍ ଦଳର ସାଜ ସଜା କୁ ଏକ ଖୋଲା ଜିପ୍ ରେ ମୁଖ୍ୟ ଅତିଥି ବୁଲି ଦେଖିଥିଲେ। ପରେ ପରେ ୨୩ ଗୋଟି ଦଳର ଛାତ୍ରଛାତ୍ରୀ ମାନଙ୍କ ଆକର୍ଷଣୀୟ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବିଭାଗ ର ପ୍ୟାରେଡ୍ ସୁପରିଚାଳନା ର ଦାୟିତ୍ଵ ନେଇଥିଲେ ସ୍ଥାନୀୟ ମହାବିଦ୍ୟାଳୟ ର ଏନ୍.ସି.ସି ଆର୍ମି ୱିଂଗ୍ ଅଫିସର୍ ଶ୍ରୀ ରଜନୀ କାନ୍ତ ତ୍ରିପାଠୀ, ନାଭାଲ୍ ୱିଂଗ୍ ଅଫିସର୍ ଶ୍ରୀ ରବିନ୍ଦ୍ର କୁମାର ମିଶ୍ର, ୟୁ.ଵି.ହାଇସ୍କୁଲ୍ ର ଆର୍ମି ୱିଂଗ୍ ଅଫିସର୍ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର ଙ୍କ ସହିତ ଉକ୍ତ ବିଦ୍ୟାଳୟର ଏଆର୍ ୱିଂଗ୍ ର ପରିଚାଳକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଓ ନାଭାଲ୍ ୱିଂଗ୍ ର ପରିଚାଳକ ଶ୍ରୀ ସୁନୀଲ ବେହେରା ଉପସ୍ଥିତ ଥିଲେ। ଏହାପରେ ଉପଖଣ୍ଡ ସ୍ତରରେ ବିଭିନ୍ନ ପତିଯୋଗିତରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିପଦର ବନ୍ଧୁ ଅନୁଷ୍ଠାନ କୁ ସମାଜ ସେବାପାଇଁ ଓ ସେହିଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଛା ଙ୍କୁ ସ୍ୱତନ୍ତ୍ର ଭାବେ(ରକ୍ତଵିର) ସମାଜ ସେବା ପାଇଁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏଠାରେ ଚିତ୍ତାକର୍ଷକ ଦେଶାତ୍ମବୋଧକ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ହୋଇଥିବା ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ର ଆକର୍ଷଣୀୟ ପ୍ୟାରେଡ୍ ପ୍ରତିଯୋଗିତା ର ସିନିଅର୍ ଏନ୍ ସି ସି ବିଭାଗ ରେ କେ.ଏସ୍.ୟୁ.ବି ଏନ୍.ସି .ସି ଆର୍ମି ୱିଂଗ୍ ବିଜେତା ହୋଇଥିବା ବେଳେ ଉକ୍ତ କଲେଜର ନାଭାଲ୍ ୱିଂଗ୍ ରନର୍ କପ୍ ପାଇଥିଲେ, ଜୁନିଅର୍ ଏନ୍ ସି ସି ବିଭାଗ ରେ ୟୁ.ବି.ହାଇସ୍କୁଲ୍ ର ଏଇର୍ ୱିଂଗ୍ ବିଜେତା ହେଇଥିଲା ବେଳେ ଉକ୍ତ ସ୍କୁଲ୍ ର ନଭାଲ୍ ୱିଂଗ୍ ରନର୍ କପ୍ ହାସଲ କରିଥିଲେ। ସେହିପରି ସ୍କାଉଟ୍ ଓ ଗାଇଡ୍ ବିଭାଗ ରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଞ୍ଜନଗର ଗାଇଡ୍ ବିଜେତା ହେଇଥିଲା ବେଳେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଗାଇଡ୍ ଦଳ ରନର୍ କପ୍ ହାସଲ କରିଥିଲେ। ସିଭିଲିୟନ୍ ବିଭାଗ ରେ ଭଞ୍ଜ କଲେଜ୍ କମ୍ପ୍ୟୁଟର ମେନଜମେଣ୍ଟ ବିଜେତା ହୋଇଥିବା ବେଳେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରନର୍ କପ୍ ହାସଲ କରିଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ରେ ସେଣ୍ଟ୍ ଜାଭିୟର୍ସ ଇଂଲିଶ୍ ମିଡିୟମ୍ ସ୍କୁଲ୍ ପ୍ରଥମ ବିଜେତା, କେ.ଏସ୍ .ୟୁ.ବି କଲେଜ୍ ଦୁତୀୟ ବିଜେତା ଓ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ତୃତୀୟ ବିଜେତା ରୁପେ ଘୋଷିତ ହୋଇ କପ୍ ହାସଲ କରିଥିଲେ। ସମ୍ମାନିତ ଅତିଥିଭାବେ ଏହି ଉତ୍ସବରେ ଭଞ୍ଜନଗର ଏସ.ଡ଼ି.ପି.ଓ. ଶ୍ରୀ ସୁଜିତ କୁମାର ନାୟକ,ଭଞ୍ଜନଗର ତହସିଲଦାର ଶ୍ରୀ ଉମା ଶଙ୍କର ବେହେରା,ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ଯୋଗଦେଇ ଥିଲେ। ଏଥି ସହିତ ସମାଜସେବୀ ତଥା "ବୀର ବିପ୍ଲବୀ ଚକରା ବିଷୋଈ ସ୍ମୁତି ରକ୍ଷା ଓ ଭିଟାମାଟି ସୁରକ୍ଷା ପରିଷଦ" ର ସଭାପତି ମୁରଲୀଧର ପଣ୍ଡା ଙ୍କ ସହିତ ଖୁଚୁରା ବ୍ୟବସାୟୀ ସଙ୍ଘର ସଭାପତି ଗୌରୀଶଙ୍କର ପାତ୍ର , ନେତାଜୀ ବିଷୋୟୀ ଓ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଏବଂ ସମସ୍ତ ସନମାନୀୟ ସାମ୍ବାଦିକ ଗଣ ଯୋଗ ଦେଇଥିଲେ l ପ୍ରାତଃ ୫ ଘଣ୍ଟା ସମୟରେ ସୂଚନା ଲୋକ ସମ୍ପର୍କ ବବିଭାଗ ତରଫରୁ ସହରରେ ରାମଧୁନ୍ ବଜା ଯାଇଥିଲା। ସ୍ଥାନୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ ସହ, ଚିଦାନନ୍ଦ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା l ଏଂବ ପରିଶେଷରେ ,ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସଂଯୋଜନା ଓ ପରିଚାଳନା କରିଥିଲେ l ଉକ୍ତ ଉତ୍ସବରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀଙ୍କୁ ବିଭାଗୀୟ ବରିଷ୍ଠ କର୍ମଚାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଏବଂ ତାରିଣୀ ସାହୁ ସହଯୋଗ କରିଥିଲେ l ଶେଷରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ l

0
0
0
s2sdefault