ହେଡଲାଇନସ୍:

"ସାଧାରଣତନ୍ତ୍ର ଦିବସ କେବଳ ସାମୟିକ ଆନନ୍ଦଦାୟକ ଉତ୍ସବ ନୁହେଁ, ଏହା ଆମ ପାଇଁ ଆତ୍ମ ସମୀକ୍ଷାର ଦିନ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜିଲ୍ଲା ସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା(ଶେଖ ଜାଫର)-: ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଖୋର୍ଦ୍ଧା ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ୟାରେଡ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ଆନୁଷ୍ଠାନିକ ଭାବରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ l

ଶ୍ରୀମତୀ ପରିଡ଼ା ତାଙ୍କ ବକ୍ତବ୍ୟ ରେ କହିଥିଲେ " 1950 ମସିହା ଜାନୁୟାରୀ 26 ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥା ର ଅପସାରଣ ହୋଇ ଭାରତ ଏକ ସାର୍ଵଭୌମ ଗଣତlନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା l ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା l ଯାହାକୁ ଭାରତ ବର୍ଷ ସାଧାରଣ ତନ୍ତ୍ର ଦିବସ ରୂପେ ପାଳନ କରି ଆସୁଛି l ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନ ହେଲା କିନ୍ତୁ 1950 ଜାନୁୟାରୀ 26 ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ବ୍ରିଟିଶ ଆଇନ କାର୍ଯ୍ୟକାରୀ ହୋଇଥିଲା l ସମସ୍ତେ ଅନୁଭବ କଲେ ଯେହେତୁ ଆମ ଦେଶ ସ୍ୱାଧୀନତା ହାସଲ କରିଛି ଆମ ନିଜର ସମ୍ବିଧାନ ଅନୁସାରେ ଦେଶ ଶାସନ ହେବା ଉଚିତ l ସେଥିପାଇଁ ସମ୍ବିଧାନ ପ୍ରଣୟନ ସଂସ୍ଥା ପ୍ରତିଷ୍ଠିତ ହେଲା l ଭାରତ ର ସମ୍ବିଧାନ ତିଆରି କରିବା ନିମନ୍ତେ 28 ଅଗଷ୍ଟ 1947 ମସିହାରେ ଗୋଟିଏ ଚିଠା କମିଟି ତିଆରି କରାଗଲା l ଏହାର ମୁଖ୍ୟ ଥିଲେ ରାଷ୍ଟ୍ର ପୁରୁଷ ଡ଼ଃ ଭୀମ ରାଓ ଆମ୍ବେଦକର l ଏହି କମିଟି 4 ନଭେମ୍ବର 1947 ଦିନ ସମ୍ବିଧାନ ଚିଠା ଅlସେମ୍ବଲି କୁ ହସ୍ତାନ୍ତର କଲେ l ଦୀର୍ଘ 166 ଦିନ ଧରି ଏହା ନାଗରିକ ଙ୍କ ନିମନ୍ତେ ଖୋଲା ଥିଲା l ଶେଷରେ 24 ଜାନୁୟାରୀ 1950 ତାରିଖ ଦିନ ଏହି ଚିଠା ପ୍ରସ୍ତାବ ର ଇଂରାଜୀ ଓ ହିନ୍ଦୀ ରେ ଲିଖିତ ଦୁଇ କପି ଉପରେ 308 ସଦସ୍ୟ ଦସ୍ତଖତ କଲେ l ଏହି ସମ୍ବିଧାନ ଜାନୁୟାରୀ 26,1950 ତାରିଖ ଦିନ ଆମ ଦେଶ ଭାରତ ବର୍ଷରେ କାର୍ଯ୍ୟକାରୀ ହେଲା l ସାଧାରଣ ତନ୍ତ୍ର ଦିବସ କେବଳ ସାମୟିକ ଆନନ୍ଦ ଦାୟକ ଉତ୍ସବ ନୁହେଁ, ଏହା ଆମ ପାଇଁ ଆତ୍ମ ସମୀକ୍ଷା ର ଦିନ, ଆଜି ଆମେ ଶପଥ ନେବା ଆମ ଦେଶ କୁ, ଆମ ଭାଷା କୁ ସୁରକ୍ଷିତ ରଖିବା, ସମ୍ମାନ ଦେବା, ଶ୍ରଦ୍ଧା କରିବା l ଗୋଟିଏ ଦେଶ ଜନନୀର କୋଟି, କୋଟି ସନ୍ତାନ ସମସ୍ତେ ଏକତାବଦ୍ଧ ହୋଇ ଦେଶ ର ସର୍ବାଙ୍ଗୀନ ବିକାଶ ପାଇଁ ବଦ୍ଧ ପରିକର ହେବା ଉଚିତ l ସମସ୍ତେ ଏହି ଆଦର୍ଶ ରେ ଅନୁପ୍ରାଣିତ ହେବା ଏହି ଗଣତନ୍ତ୍ର ଦିବସ ପାଳନ ର ମୁଖ୍ୟ ଉଦେଶ୍ୟ l

ପ୍ୟାରେଡ ରେ ଭାଗ ନେଇଥିବା ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ର ୪୯ଟି ବିଭିନ୍ନ ଦଳପ୍ୟାରେଡ ପଡ଼ିଆ ପରିକ୍ରମା କରିଥିଲେ । ସେମାନଙ୍କ ମଧ୍ୟରୁ 14ଟି ଦଳଙ୍କୁ ପୁରସ୍କୃତ କରାଯାଇ ଥିଲା। ପରେ 6ଟି ସୁସଜ୍ଜିତପ୍ରଜ୍ଞାପନ ମେଢ ପଡ଼ିଆରେ ପରିକ୍ରମା କରିଥିଲା। ସେଥିମଧ୍ୟରୁ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବେ ଟ୍ରଫି, ମାନପତ୍ର ଏବଂ ଉପଢୌକନ ଦେଇ ପୁରସ୍କୃତ କରାଯାଇ ଥିଲା l ଅନ୍ୟ ମେଢ଼ ମାନଙ୍କୁ ଯଥାକ୍ରମେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମୂଖ୍ୟ ଉନ୍ନୟନ , ଜିଲ୍ଲା ପରିଷଦ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ୫୧ ଜଣ ଛାତ୍ର, ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା ।
ସେହିପରି ଶିଶୁ ସୁରକ୍ଷା ୟୁନିଟ ର ବେଟି ଵଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନୁଯାୟୀ ଦଶମ ଟପ୍ପର (ହାଇସ୍କୁଲ/ସିଵିଏସଇ/ ଆଇସିଏସଇ) ୬ ଜଣ ଏବଂ +୨ ସ୍ତରରେ ୫ ଜଣ ଟପର ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା ମୋଟ 5 ଗୋଟି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ଭଲ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିବା ତିନିଗୋଟି ବିଦ୍ୟାଳୟ ଙ୍କୁ ପୁରସ୍କୃତ କରାଯାଇ ଥିଲା। ଏହାପରେ ମୂଖ୍ୟ ଅତିଥିଙ୍କ ଦ୍ଵାରା ଜେଲରେ ଅନ୍ତେବାସୀ ଏବଂ ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗିମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault