ହେଡଲାଇନସ୍:

୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫: ୩-୧ ଗୋଲରେ ମଙ୍ଗଳା କ୍ଳବ୍ କଟକ ବିଜୟୀ,୨ୟ ସେମିଫାଇନାଲରେ ପ୍ରବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ ୨୩।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ କିଶୋର କ୍ଳବ୍ ଭୁବନେଶ୍ବରକୁ ପରାସ୍ତ କରି ମଙ୍ଗଳା କ୍ଳବ୍ କଟକ ୩-୧ ଗୋଲରେ ବିଜୟ ହାସଲ କରିଥିଲେ । ଆଜିର ମ୍ୟାଚ୍ ୩.୨୯ ମିନିଟରେ ଆରମ୍ଭ ହୋଇଥିବା ବେଳେ ଉଭୟ ଦଳ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ୩.୪୮ ଅର୍ଥାତ୍ ୧୯ ମିନିଟ ସମୟରେ ମଙ୍ଗଳା କ୍ଳବ୍ କଟକର ୧୦ ନଂ ଜର୍ସି ତଥା ଦଳର ଅଧିନାୟକ ଦିନବନ୍ଧୁ ଦାସ କିଶୋର କ୍ଳବକୁ ଗୋଟିଏ ଗୋଲ୍ ଦେବାପରେ ସଫଳ ହୋଇଥିଲେ । ଏବଂ ୪.୦୦ ସମୟରେ ଅର୍ଥାତ୍ ଖେଳର ୩୧ ମିନିଟରେ ମଙ୍ଗଳା କ୍ଳବର ୧୯ ନମ୍ବର ଜର୍ସି ପିଣ୍ଟୁ ସାମଲ କିଶୋର କ୍ଳବକୁ ଅନ୍ୟ ଗୋଟିଏ ଗୋଟିଏ ଗୋଲ୍ ଦେଇ ଦଳକୁ ୨-୦ ରେ ଦଳକୁ ମଜଭୁତ ସ୍ଥିତିରେ ପହଁଚାଇଥିଲେ । ଆଜିର ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚର ୪.୧୧ ଅର୍ଥାତ୍ ଖେଳର ୪୨ ମିନିଟରେ କିଶୋର କ୍ଳବ୍ ଭୁବନେଶ୍ବରର ଜର୍ସି ନମ୍ବର ୮ ବିକାଶ କୁମାର ନାଏକ ପ୍ରତିପକ୍ଷ ମଙ୍ଗଳା କ୍ଳବ୍ କଟକକୁ ପ୍ରଥମାର୍ଦ୍ଧ ସରିବା ପୂର୍ବରୁ ଏକ ଗୋଲ ଦେଇ ଖେଳର ସ୍ଥିତିକୁ ୨-୧ ରେ ପହଁଚାଇଥିଲେ । ହେଲେ ୪.୨୩ ମିନିଟ୍ ସମୟରେ ଦ୍ବିତୀୟାର୍ଦ୍ଧ ଖେଳ ଆରମ୍ଭ ହୋଇଥିବା ବେଳେ ୫.୦୫ ଅର୍ଥାତ୍ ଦ୍ବିତୀୟାର୍ଦ୍ଧ ଖେଳର ୪୨ ମିନିଟ୍ ପରେ ମଙ୍ଗଳା କ୍ଳବ୍ କଟକ ଜର୍ସି ନମ୍ବର ୧୦ କିଶୋର କ୍ଳବକୁ ପୁଣି ଏକ ଗୋଲ୍ ଦେଇ ଖେଳକୁ ୩-୧ରେ ସ୍ଥିତିରେ ପହଁଚାଇଥିଲେ । ଫଳରେ କିଶୋର କ୍ଳବ ଭୁବନେଶ୍ଵର ୩-୧ ଗୋଲରେ ପରାଜୟ ସ୍ବୀକାର କରିଥିବା ବେଳେ ମଙ୍ଗଳା କ୍ଳବ୍ କଟକ ବିଜୟ ହାସଲ କରି ଦ୍ବିତୀୟ ସେମିଫାଇନାଲକୁ ଉନ୍ନିତ ହୋଇଥିଲା । ବିଜୟୀ ଦଳ ଅଧିନାୟକ ଜର୍ସି ନମ୍ବର ୧୦ ଦୀନବନ୍ଧୁ ଦାସ ଆଜି ମ୍ୟାଚର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ମୁଖ୍ୟ ଅତିଥି ଓଡ଼ଗାଁ ତ‌ସିଲଦାର ମାନସ ରଞ୍ଜନ ଭୋଇଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ଗାଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ବାଇଁ, ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଯୁଗ୍ମ ନିର୍ଦେଶକ ସପନ କୁମାର ଜେନା ଏବଂ ଶିକ୍ଷା ବିଭାଗ ଶାରୀରିକ ଶିକ୍ଷା ସହ ନିର୍ଦ୍ଧେଶକ ଜ୍ୟୋତି ପ୍ରସାଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ତଥା ଫୁଟବଲ ଟୁର୍ଣ୍ଣାମେଣ୍ଟ ସଂଙ୍ଗଠକ ସମ୍ପାଦକ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଓଡ଼ଗାଁ ବାର ଆସୋସିଏସନ ସଭାପତି ବରିଷ୍ଠ ଆଇନଜୀବି ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସମବାୟ ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନଙ୍କ ସହିତ ଅନ୍ୟମାନେ ଯୋଗଦେଇଥିଲେ । ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ନରେଶ କୁମାର ପାଣିଗ୍ରାହୀ ପରିଚାଳନାରେ ସହଯୋଗ କରିଥିଲା ବେଳେ ସେଖାବତ୍ ଖାନ, ଦେବରାଜ ସ୍ବାଇଁ, ଶକ୍ତିକାନ୍ତ ଦାସିଆ, ଜଗନ୍ନାଥ ପରିଡା ପ୍ରମୁଖ ରେଫରିମାନେ ଆଜିର ଖେଳ ପରିଚାଳନା କରିଥିଲେ ।

0
0
0
s2sdefault