ହେଡଲାଇନସ୍:

ଦାଦନ ଗଡରେ ଦାଦନ ଦଳାଲଙ୍କ ଦବଙ୍ଗଗିରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଶାସକ ପ୍ରଶାସକ (ଘନଶ୍ୟାମ ନାଗ): ବଲାଙ୍ଗିର ଜିଲ୍ଲା ଏକ ଦାଦନ ଶ୍ରମିକ ପ୍ରବୀଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଦାଦନ ଦଲାଲ୍ ମାନଙ୍କ ଦବଙ୍ଗଗିରୀ କହିଲେ ନ ସରେ l ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହା ଗ୍ରାମର ୧୩ ଜଣ ଶ୍ରମିକ ଦାଦନ ଦଲାଲ୍ ତେଜ ଦୀପ ଗ୍ରାମ ତଅଁଲା, ଥାନା ବେଲପଡ଼ା ଓ ସେକେଣ୍ଡ ସର୍ଦ୍ଦାର କେଶବ କୁମ୍ଭାର ଗ୍ରାମ ଅଏଁଲାପାଲି , ଥାନା ପାଟଣାଗଡ ଠାରୁ କିଛି ଅଗ୍ରୀମ ଟଙ୍କା ଦାଦନ ଖଟିଯିବା ପାଇଁ ଆଣିଥିଲେ ।କିନ୍ତୁ ବର୍ତ୍ତମାନ ଅନେକ ଗଣମାଧ୍ୟମ ରେ ଏବଂ ବିଭିନ୍ନ ଖବକାଗଜରେ ଦାଦନ ଶ୍ରମିକ ମାନଙ୍କ ମୁତ୍ୟୁ ଖବର, ଅ କଥନୀୟ ଅତ୍ୟାଚାର, ରୋଗ, ମହାମାରୀ ରେ ପୀଡିତ ହୋଇ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ଘଟଣା ଜାଣି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଦାଦନ ଶ୍ରମିକ ମାନଙ୍କ ହୃଦୟରେ ଶୋକର ଛାୟା ଘେରି ଯାଇଛି l ଏହି କାରଣରୁ ଏ ବର୍ଷ ଦାଦନ ଖଟି ଯିବା ପାଇଁ ବାରଣ କରିଥିବାରୁ ଦାଦନ ଦଲାଲ୍ ତେଜ ଦୀପ ଓ ସେକେଣ୍ଡ ସର୍ଦ୍ଦାର କେଶବ କୁମ୍ଭାର ବାହୁବଳୀ ମାନଙ୍କୁ ସାଥିରେ ଆଣି ଦେଦର୍ହା ଗ୍ରାମରେ ତାଙ୍କର ଦବଙ୍ଗ ଗିରୀ ଦେଖାଇଛନ୍ତି । ଜୀବନରେ ମାରିଦେବା, ଜେଲ ପଠାଇବାର, ଗୁଣ୍ଡା ଲଗାଇ ଟଙ୍କା ଅସୁଲ କରିବାର ଧମକ ଦେଇ ଆତଙ୍କିତ କରିଛନ୍ତି l ଏପଟେ ମୃତ୍ୟୁ, ରୋଗ, ଦୁଃଖ , ମହାମାରୀ ର ଭୟ ଓ ଆଶଙ୍କା ଏବଂ ଅନ୍ୟ ପଟରେ ଯଦି ଅଗ୍ରୀମ ରାଶି ଆଣି ଦାଦନ ଖଟି ଯିବା ପାଇଁ ଅସମର୍ଥ ହେଲେ ଦାଦନ ଦଲାଲ ମାନଙ୍କ ଦବଙ୍ଗଗୀରି ର ଭୟରେ ଦାଦନ ଶ୍ରମିକ ମାନଙ୍କ ଛାତି ଥରି ଉଠୁଛି l ପୋଲିସ ପ୍ରଶାସନ ଓ ଦଲାଲ ମାନଙ୍କ ଶଳା ସୁତୁରିଆ ଯୋଗୁଁ ଦାଦନ ଦଲାଲ ମାନଙ୍କ ଦବଙ୍ଗଗୀରି ବୃଦ୍ଧି ପାଇଛି ବୋଲି ବୁଦ୍ଧିଜିବୀ ମହଲରେ ପ୍ରଶ୍ନବlଚୀ ସୃଷ୍ଟି କରିଛି l ଏବଂ ଦାଦନ ଶ୍ରମିକ ମାନେ ମଧ୍ୟ ପୋଲିସ ପ୍ରଶାସନ ପାଖକୁ ଯିବା ପାଇଁ ଭୟ କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି l

0
0
0
s2sdefault