ହେଡଲାଇନସ୍:

ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ର ବାର୍ଷିକକ୍ରୀଡା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ର ବାର୍ଷିକକ୍ରୀଡା ଆଜି ଉଦଯାପିତ ହୋଇଯାଇଛି. ଗତ ଦୁଇଦିନ ଧରି ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଗୁଣୁପୁର ମହାବିଦ୍ୟାଳୟ ର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଦେବ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାପତାକା ଉତ୍ତଳୋନ କରି ଶୁଭ ଉଦଘାଟନ କରିଥିଲେ. ଏହି ଅବସରରେ ଶିକ୍ଷୟତ୍ରୀ ସାଗରୀକା ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ଥାନୀୟ ମଙ୍ଗଳା ମନ୍ଦିରରୁ ମଶାଲ ଶୋଭାଯାତ୍ରା ରେ ବାହାରି ଖେଳପଡିଆ ଠାରେ ପହଞ୍ଚିଥିଲେ. ବିଦ୍ୟାଳୟ ର ସଭାପତି ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା, ନିର୍ଦ୍ଧେଶକ ଲୋକନାଥ ମିଶ୍ର, ଅଧ୍ୟକ୍ଷ୍ୟ କୃଷ୍ଣ ଚନ୍ଦ୍ର ଶତପଥୀ ଏବଂ ପ୍ରଶାସନିକ ଅଧିକାରୀ ଅଶୋକ କର ମଞ୍ଚାସୀନ ଥିଲେ. ଶିକ୍ଷା ଓ କ୍ରୀଡା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି ସମ୍ପାଦକ ଶ୍ରୀଯୁକ୍ତ ପଣ୍ଡା ମତ ରଖିଥିବାବେଳେ, କ୍ରୀଡା ଶରୀର ପାଇଁ କିପରି ଉପଯୋଗୀ ସେହି ବିଷୟରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାଢ଼ୀ ପିଲାଙ୍କୁ ଅବଗତ କରାଇଥିଲେ. ଦୌଡ଼ ପ୍ରତିଯୋଗିତା, ଲମ୍ବା ଡିଆଁ, ଉଚ୍ଚଡିଆଁ, ବେଙ୍ଗ ଡିଆଁ, ଅଖା ଡିଆଁ, ଗଣିତ ଦୌଡ଼, ମ୍ୟୁଜିକାଲ ଚେୟାର, ପେଣ୍ଡୁ ଫୋପଡା ଭଳି ବିଭିନ୍ନ ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା.ଅଭିଭାବକ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସହିତ କରିଥିଲେ.ବିଦ୍ୟାଳୟ ର ସହ-ଶିକ୍ଷୟତ୍ରୀ ରଶ୍ମିତା ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ଅମ୍ରିତା ପାଣିଗ୍ରାହୀ, ପୂର୍ବାସା ମିଶ୍ର, ରଶ୍ମି ସାହୁ, ନିବେଦିତା ଦାସ, ଦୀପିକା ମିଶ୍ର, ଦୀପାଞ୍ଜଳି ପାଳ, ଏଲ. କଲ୍ୟାଣୀ, ଵି. ସିରିଷା, ବୀଣା ବେହେରା, ମଧୁସ୍ମିତା ଵେବର୍ତ୍ତା, ଶ୍ରୀଲତା ପଢ଼ିଆରୀ ଏବଂ ଶିକ୍ଷକ ଜ୍ଞାନେଶ୍ୱର ନାୟକ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉର୍ମିଳା ଭୁକ୍ତା, ସୋନାଲି ପାଲାକା, ମଞ୍ଜୁଳା ପାଲାକା, ଅଙ୍କିତା ଶବର, ବାସନା ବିଡ଼ିକା ଏବଂ ରାଜେଶ ଗୌଡ଼ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ.

 

0
0
0
s2sdefault