ହେଡଲାଇନସ୍:

୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫ ଉଦଘାଟିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଫ୍ରେଣ୍ଡସ୍ ପାରାଡାଇଜ କ୍ଳବ୍ ଜଟଣୀକୁ ହରାଇ ଜଗା ୟୁନାଇଟେଡ଼ ଭୁବନେଶ୍ବର ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ

ଓଡ଼ଗାଁ, ୨୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନିଷ୍ଟାଡିୟମଠାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ୬ମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫କୁ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ କ୍ରୀଡା ପତାକା ଉତ୍ତୋଲନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଉଦଘାଟନୀ ମ୍ୟାଚ୍ ଫ୍ରେଣ୍ଡସ୍ ପାରାଡାଇଜ କ୍ଳବ୍ ଜଟଣୀ ଓ ଜଗା ୟୁନାଇଟେଡ଼ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୩.୪୨ ମିନିଟ ସମୟରେ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଖେଳ ପ୍ରଥମାର୍ଦ୍ଧର ୨୬ ମିନିଟ୍ ବ୍ୟବଧାନରେ ୪.୦୮ ମିନିଟରେ ଜଗା ୟୁନାଇଟେଡ଼ ଦଳର ୯ ନଂ ଜର୍ସି ରାମ ନାୟକ ପ୍ରତିପକ୍ଷ ଫ୍ରେଣ୍ଡ୍ସ ପାରାଡାଇଜ କ୍ଳବ୍ ଜଟଣୀକୁ ପ୍ରଥମ ଗୋଲ ଦେଇ ୧-୦ରେ ଅଗ୍ରଣୀ ରହିଲା । ମ୍ୟାଚର ଦ୍ବୀତିୟାର୍ଦ୍ଧର ଶେଷ ସୁଧା ବହୁ କସରତ କରିଥିଲେ ମଧ୍ୟ ଫ୍ରେଣ୍ଡ୍ସ ପାରାଡାଇଜ ଦଳ ଜଟଣୀ କୈାଣସି ଗୋଲ ସ୍କୋର କରିପାରି ସକ୍ଷମ ହୋଇନଥିଲା ‌। ଫଳରେ ଜଗା ୟୁନାଇଟେଡ଼ ଭୁବନେଶ୍ବର ବିଜୟ ଘୋଷିତ ହୋଇ ପ୍ରଥମ ସେମିଫାଇନାଲିଷ୍ଟ ଭାବେ ଉନ୍ନିତ ହୋଇଥିଲା । ଏବଂ ବିଜୟୀ ଦଳର ୯ ନମ୍ବର ଜର୍ସି ରାମ ନାୟକ ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଘୋଷିତ ହୋଇଥିଲେ । ଆଜିର ଉଦଘାଟନି ମ୍ୟାଚ ଆରମ୍ଭ ପୂର୍ବରୁ ଓଡ଼ଗାଁ ଅଞ୍ଚଳର ପୁରାତନ ଖେଳାଳି ଓ ଖେଳ ପ୍ରେମୀ ମାନେ ରଘୁନାଥଙ୍କ ଆଜ୍ଞାମାଳ ସହିତ ମଶାଲ ଶୋଭାଯାତ୍ରାରେ ବାହାରି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ପରେ ବିଦ୍ଧିବଦ୍ଧ ପ୍ରକ୍ରିୟା ସାରି ଖେଳ ଆରମ୍ଭ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ ସାଧାରଣ ସମ୍ପାଦକ ଲୋକନାଥ ସାହୁ, ଉପାଧ୍ୟକ୍ଷ ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ଓଡ଼ଗାଁ ତହସିଲଦାର ଡ. ମାନସ ରଂଜନ ଭୋଇ, ବିଡ଼ିଓ ଜିତେନ୍ଦ୍ର କୁମାର ନାଏକ, ଅବସରପ୍ରାପ୍ତ ବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା, ଖେଳ ମଣିଷ ଦିବାକର ନାୟକ,
ସମବାୟ ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନ, ବିଭୁ ପ୍ରସାଦ ସାହୁ, ସରପଞ୍ଚ ସସ୍ମିତା ପାତ୍ର ଏବଂ ଅନ୍ୟ ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇଥିଲେ । ଆଜିର ଖେଳକୁ ରାଜୁ ମହାନ୍ତି, ଦେବରାଜ ସ୍ବାଇଁ, ଶଶିକାନ୍ତ ଦାସିଆ, ଜଗନ୍ନାଥ ପରିଡା ପରିଚାଳନା କରିଥିବା ବେଳେ ସୁଶାନ୍ତ ପାତ୍ର ଏବଂ ସାର୍ଥକ ଷଡ଼ଙ୍ଗୀ କ୍ରିଡ଼ା ବିବରଣୀ ପ୍ରଦାନ କରିଥିଲେ । ଗୁରୁବାର କିଶୋର କ୍ଳବ ଭୁବନେଶ୍ଵର ଓ ମଙ୍ଗଳା କ୍ଳବ୍ କଟକ ମଧ୍ୟରେ ଅନୁଷ୍ଠିତ ହେବ ।
ଦିଲ୍ଲୀପ କୁମାର ମାର୍ଥା, ପଞ୍ଚାନନ ପଣ୍ଡା, ରଞ୍ଜନ ଦାଶ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault