ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବେଟି ବଚାଓ ବେଟି ପଢାଓ ୧୦ ବର୍ଷ ପୂର୍ତ୍ତି କାର୍ଯକ୍ରମ ପାଳନ ଅବସରରେ ଆଜି (ବୁଧବାର) ସକାଳ ସମୟରେ ଏକ ପ୍ରଭାତଫେରି କାର୍ଯକ୍ରମ "ସଖୀ" ୱାନ ଷ୍ଟପ କେନ୍ଦ୍ର ଠାରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ଏହି ରାଲି ରେ ବିଭିନ୍ନ ବିଭାଗର ଅଧିକାରୀ , କର୍ମଚାରୀ ଏବଂ ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।
ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଠାରେ ବେଟି ବଚାଓ ବେଟି ପଢାଓ ୧୦ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଅବସରରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆଗକୁ ବଢେଇ ଥିଲେ।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବି.କୋମଳାଙ୍ଗି, CDPO , ରାୟଗଡ଼ ଏକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ମନୋରମା ଦେବୀ ଏହି ଦିବସ ପାଳନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମିଞ୍ଜ ଏହି ଦିବସ ପାଳନ ର ଲକ୍ଷ ଏବଂ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିବା ସହ ଶିକ୍ଷା କ୍ଷେତ୍ରରେ ବାଳିକା ମାନେ ଆଗକୁ ଗଲେ ଯାଇ ରାଷ୍ଟ୍ର ଆଗକୁ ଯାଇପାରିବ ଏହି ବିଷୟରେ ବହୁ ଉଦାହରଣ ମାଧ୍ୟମରେ ବୁଝାଇଥିଲେ।
ଏହି ଅବସରରେ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମହାପାତ୍ର , ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି ଏହା ଏକ ସୁନ୍ଦର କାର୍ଯକ୍ରମ ବୋଲି ବର୍ଣ୍ଣନା କରିବା ସହ ଏହି ଦିବସ ପାଳନ ଅବସରରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଜିଲ୍ଲା ଉନ୍ନୟନ ଅଧିକାରୀ ତଥା
ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ନାରୀ ସମାଜ ଆଗକୁ ଯିବାକୁ ହେଲେ ଶିକ୍ଷା ର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ସେହି ବିଷୟରେ ବୁଝାଇବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ବାଳିକା ମାନଙ୍କୁ ଶିକ୍ଷା , ସ୍ୱାସ୍ଥ୍ୟ ଏବଂ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତଙ୍କର ପ୍ରଚେଷ୍ଠା ରହିବା ଆବଶ୍ୟକ ବୋଲି କହିବା ସହ ଗୋଟିଏ ପୁଅ ଶିକ୍ଷିତ ହେଲେ ଜଣେ ବ୍ୟକ୍ତି ଶିକ୍ଷିତ ହୋଇପାରିବ କିନ୍ତୁ ଜଣେ ନାରୀ ଶିକ୍ଷିତ ହେଲେ ଯାଇ ପୁରା ପରିବାର ଶିକ୍ଷିତ ହୋଇପାରିବ ବୋଲି କବିତା ଏବଂ ଗପ ମାଧ୍ୟମରେ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ଗଜପତି ଯୋଗଦେଇ “ଶିକ୍ଷିତ ନାରୀ ହିଁ ଦେଶର ଶିରୀ ବୋଲି ବୁଝାଇବା ସହ ଏହି ଜିଲ୍ଲାରେ ମହିଳା ଓ ବାଳିକା ମାନଙ୍କ ପ୍ରତି ଘଟୁଥିବା ହିଂସା ବିଷୟରେ ଅବଗତ କରାଇବା ସହ ତାହାକୁ କିପରି ରୋକାଯାଇ ପାରିବ ସେହି ବିଷୟରେ ଅବଗତ କାରାଇଥିଲେ ଏବଂ ଆମର କିଛି ପାରିବାରିକ ଏବଂ ପାରମ୍ପରିକ କଥାକୁ ଭୁଲିଯିବା ଉଚିତ ନୁହେଁ ବୋଲି ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ବେଟି ବଚାଓ ବେଟି ପଢାଓ ସରକାରଙ୍କର ଏହା ଏକ ସୁନ୍ଦର ଯୋଜନା ଏହି କାର୍ଯକ୍ରମ ମାଧ୍ୟମରେ କନ୍ୟା ସନ୍ତାନ ମାନଙ୍କର ଉନ୍ନତି ଘଟୁଛି ବୋଲି ସୁଚାଇଥିଲେ।
ଅନ୍ୟାନ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ମହମ୍ମଦ ଅଲ୍ଲି ଶିଶୁ କନ୍ୟା ମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ବିଷୟରେ ଆଲୋକପାତ କରାଇଥିଲେ।
ଏହି କାର୍ଯକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ ତଥା କବି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ପରିଚାଳନା କରିଥିଲେ। ଏହି ସମସ୍ତ କାର୍ଯକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷ୍ୟା ୟୁନିଟ ର ସମସ୍ତ କର୍ମକର୍ତ୍ତା , ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା , CHILDLINE ର ସମସ୍ତ କର୍ମକର୍ତ୍ତା , ୱାନ ଷ୍ଟପ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ତଥା ଜିଲ୍ଲା ର ସମସ୍ତ ଅଧିକାରୀ ସୁପରିଚାଳନା ନିମନ୍ତେ ସହଯୋଗ କରିଥିଲେ।
ଏହି ଦିବସ ପାଳନର ଲକ୍ଷ ଓ ଉଦ୍ଦେଶ୍ୟ କୁ ଆଖି ଆଗରେ ରଖି ଏକ ଶପଥପାଠ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା। ଶେଷରେ ଏହି ଦିବସ ପାଳନ ଅବସରରେ ଏକ signature campaign କରାଯାଇଥିଲା ଏବଂ ଜିଲ୍ଲାର ପ୍ରତ୍ଯେକ କୋଣ ଅନୁକୋଣରେ ବେଟି ବଚାଓ ବେଟି ପଢାଓ ଉପରେ ୪୫ ଦିନ କନ୍ୟା ସନ୍ତାନଙ୍କ ଉନ୍ନତି ନିମନ୍ତେ ସଚେତନତା ଏବଂ ବିଭିନ୍ନ କାର୍ଯକ୍ରମ କରିବାପାଇଁ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା। ପରିଶେଷରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ।
ରାଜ୍ୟ
ଜିଲ୍ଲା ପ୍ରଶାସନ ତରଫରୁ ବେଟି ବଚାଓ ବେଟି ପଢାଓ କାର୍ଯକ୍ରମ ଉଦ୍ଘାଟନୀ ଉତ୍ସବପାଳିତ
- Hits: 4