ହେଡଲାଇନସ୍:

ତୁମେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା 22ଜାନୁୟାରୀ ଗତ ମଙ୍ଗବାର ଦିନ ବିଳମ୍ବିତ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁମେରବାହାଲ ର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଆଚାରୀ ଶବର, ବି. ଇ.ଓ, ଭବାନିପାଟଣା, ମୁଖ୍ୟ ବ୍ୟକ୍ତ। ଶ୍ରୀଯୁକ୍ତ ଜୟ କୁମାର ମାଝୀ, ବି. ଆର. ସି.ସି, ଭବାନିପାଟଣା ସମ୍ମାନିତ ଅତିଥି ରୂପେ ଶ୍ରୀ ହୃଷୀକେଶ ନାୟକ, ଏ.ବି.ଇ.ଓ, ଭବାନିପାଟଣା ଶ୍ରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ ଏ.ବି.ଇ.ଓ, ଭବାନିପାଟଣା ଶ୍ରୀ ନିର୍ମଳ ଚନ୍ଦ୍ର ଭୋଇ ଅବସର ପ୍ରାପ୍ତ ଶିକ୍ଷକ , ସାରିଆ, ଡମ୍ବରୁ ବେମାଲ, ସମ୍ପାଦକ, ଯୁବ ଜ୍ୟୋତି ବ୍ଲକ ଡୁମେରବହାଲ, ଶ୍ରୀ ସୂର୍ଯ୍ୟ ନାରାୟଣ ମହାନ୍ତି ସି ଆର୍ ସି ସି ଦେପୁର୍ କଲେକ୍ଟର , ଏବଂ ଶ୍ରୀ ଉମାକାନ୍ତ ମାଝୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶିକ୍ଷା ପାଇଁ ଶିକ୍ଷାର୍ଥୀ , ଶିକ୍ଷକ ଏବଂ ଅଭିଭାବକ ମାନଙ୍କରେ ଭୂମିକାକୁ ନେଇ ନିଜର ବ୍ୟକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜୟଶ୍ରୀ ବହିଧାର ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ବାର୍ଷିକ ଉତ୍ସବ ଅବସରରେ ଶିକ୍ଷାର୍ଥୀ ମାଧ୍ୟମ ଭୋଜନ ପାଇ ଉଦ୍ଧିଷ୍ଟ ଭୋଜନ ସ୍ଥାନ ' ଆନନ୍ଦ ବଜାର ' ଏବଂ ଦୂଲ୍ ଦୁଲି ମଞ୍ଚ ର ଶୁଭ ଉଦ୍ଘାଟନ ବି ଇ ଓ , ଭବାନିପାଟଣାଙ୍କ କର କାମଳ ରେ କରାଯାଇଥିଲା । ଏହାର ନିର୍ମାଣ ସମସ୍ତ ଖର୍ଚ୍ଚ ବହନ କରିଥିବା ଶ୍ରୀ ଟି. ଶ୍ରୀ ନିବାସ ରାଓ ଓ ଟି. ଶିବାନୀଙ୍କୁ ସମ୍ବର୍ଦ୍ଧନା ଦିଅ ଯାଇଥିଲା। ଗ୍ରାମର ଦୁଇଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ଯୁବ ଜ୍ୟୋତି ସଂସ୍କୃତି ଅନୁଷ୍ଠାନକୁ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମକୁ ସହ ଶିକ୍ଷକ ଶ୍ରୀ ବିନୋଦ ବିହାରୀ ବିଶି ସଞ୍ଚାଳନ କରିଥିଲେ। ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର କରାଯାଇଥିଲା। ଛାତ୍ରଛାତ୍ରୀ ଦ୍ୱାରା ସଂସ୍କୃତି କାର୍ଯ୍ୟକ୍ରମ କରାଯାଇଥିଲା। ଏହାକୁ ପ୍ରସ୍ତୁତ କରିଥିଲେ ଶ୍ରୀ ଅସୀମ ଭୋଇ ଓ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ଶ୍ରୀମତୀ ଲୋଟସ୍ ତ୍ରିପାଠୀ। ଶେଷରେ ଶିକ୍ଷୟତ୍ରୀ ସୁଶ୍ରୀ ଶୁଭଶ୍ରୀ ମାଝୀ ଧନ୍ୟବାଦ୍ ଅର୍ପଣ କରି ଥିଲେ

0
0
0
s2sdefault