ହେଡଲାଇନସ୍:

ମାନ ହରାଉଛି ଶ୍ରୀକ୍ଷେତ୍ର ପୁସ୍ତକ ମେଳା: ବହି ବିକ୍ରି କମ, ଶାଢୀ ଓ ଆଚାର ବିକ୍ରି ଅଧିକା ହେଉଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ବ୍ୟୁରୋ): ମାନ ହରାଊଛି ଶ୍ରୀକ୍ଷେତ୍ର ପୁସ୍ତକ ମେଳା । ବଜାୟ ରହୁନି ପୁରୁଣା ପରମ୍ପରା । ବର୍ଷକୁ ବର୍ଷ ଷ୍ଟଲ ସଂଖ୍ଯା ବଢୁଥିଲେ ମଧ୍ଯ ବହି ବିକ୍ରି ସେହି ଅନୁପାତରେ ବଢୁ ନଥିବା ଅଭିଯୋଗ ହେଉଛି । କେତେକ ବରିଷ୍ଠ ନାଗରିକ ସଂଧ୍ଯା ସମୟରେ ଷ୍ଟଲରେ ବସି ଆଳାପରେ ମଜିବା ସହ ମିକ୍ଚଚର ବାଦମରେ ଖାଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ପୁସ୍ତକ ମେଳାରେ ଅନ୍ୟ ସାମଗ୍ରୀ ଷ୍ଟଲ ପଡିଥିବାରୁ ପୁସ୍ତକ ବିକ୍ରିକୁ ପ୍ରଭାବିତ କରୁଥିବା ଆଲୋଚନା ହେଉଛି । ୫ଶହ ଟଙ୍କାରେ ୩ଟି ଶାଢୀ । ଗୋଟିଏ ଡ୍ରେସ କଣିଲେ ଗୋଟିଏ ଫ୍ରି ଷ୍ଟଲରେ ଜମୁଛି ଭିଡ । ବ୍ରହ୍ମପୁର ପ୍ରସିଦ୍ଧ ଆଚାର ପାମ୍ପଡ ଷ୍ଟଲରେ କିଣୁଥିବା ଗ୍ରାହକ କରଥିବା ବେଳେ ଆଚାର ଚାଖିବା ପାଇଁ ପ୍ରତିଯୋଗିତା ଲାଗିରହିଛି । ପୁସ୍ତକ ମେଳାରେ ଯୁବପିଢିଙ୍କ ସେଲଫି ସେଣ୍ଟର ପାଲଟିଛି ।

ଅନ୍ଯପକ୍ଷରେ ବହିର ମୁଲ୍ଯ ଅଧିକ ରହୁଥିବାରୁ ପାଠକ ତାଙ୍କର ପ୍ରିୟ ପୁସ୍ତକ କିଣିବା ପାଇଁ ସମର୍ଥ ହେଉନାହିଁ । ଘୋଷିତ ନାକଚଣା ଦ୍ବାର ଶରଧାବାଲିରେ ଶହ ଶହ ଷ୍ଟଲ ଯୋଗୁ ଶରଧାବାଲି ତାର ଧାର୍ମିକ ପରମ୍ପରା ହରାଉଛି । ପୁସ୍ତକ ମେଳା ସମୟରେ ପର୍ଯ୍ୟଟକ ତୀର୍ଥଯାତ୍ରୀ ଓ ଭକ୍ତ ମାନେ ଶରଧାବାଲି ଖୋଜି କରି ପାଉନାହାନ୍ତି । ଷ୍ଟଲକୁ ଭଡା ସୂତ୍ରରେ ନେଉଥିବା ବ୍ୟକ୍ତିମାନେ ପୁସ୍ତକ ମେଳାରେ ପ୍ରାଥମିକ ସୁବିଧା ଓ ଅଗ୍ନି ନିରାପତ୍ତା ସୁରକ୍ଷା ସୁବିଧା ଦିଆଯାଉନଥିବା ଆଲୋଚିତ ହେଉଛି । ପୁସ୍ତକ ମେଳାରେ କେତେ ଟଙ୍କା ଖର୍ଚ୍ଚ ହେଉଛି, କିଏ ଅନୁଦାନ ଦେଉଛି, ସରକାରୀ ସାହାଯ୍ଯ କେତେ ଆସୁଛି ସେ ସମ୍ପକରେ ପୁସ୍ତକ ପ୍ରେମୀ ଜନତା ଅଜ୍ଞ ରହୁଥିବା କୁହାଯାଉଛି । ପୁସ୍ତକ ମେଳା କମିଟିରେ ନିର୍ଦ୍ଧିଷ୍ଟ ପଦାଧିକାରୀ ମାନେ ବହୁ ବର୍ଷ ଧରି ଗୋଟିଏ ପଦବିରେ ରହିଥିବାରୁ ଦୁର୍ନୀତିର ଦୁର୍ଗନ୍ଧ ବାହାରୁଥିବା ବଡଦାଣ୍ଡରେ ଆଲୋଚନା ହେଉଛି । କମିଟିରେ ଥିବା ବ୍ଯକ୍ତି ମାନେ ନିଜେ ଷ୍ଟଲ କରି ବସୁଥିବା ଦେଖିବାକୁ ମିଳୁଛି । ସାଂସ୍କୃତିକ ମଞ୍ଚଟି ମଧ୍ଯ ବ୍ଯବସାୟିକ ଦୃଷ୍ଟି କୋଣରୁ ଅଧିକ ଅର୍ଥ ଦେଇ ଆୟୋଜକ ମାନେ କାର୍ଯ୍ୟକ୍ରମ କରୁଥିବା ଦେଖାଯାଇଛି । ପ୍ରବେଶ ପଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦକ୍ଷିଣ ମୁଁହ କରି ବସାଇ ଥିବାରୁ ପୁସ୍ତକପ୍ରେମୀ ଧାର୍ମିକ ଭାବନାକୁ କୁଠାରଘାତ କରିଛି । ବହୁ ମହିଳା ଓ ଯୁବତୀଙ୍କ ଗହଳି ଚହଳି ଦେଖିବାକୁ ମିଳୁଛି ଭ୍ଯାନିଟ ବ୍ଯାଗ ଷ୍ଟଲରେ । ରାତିରେ ନିଶାରେ ଯୁବକମାନେ ମେଳାରେ ବୁଲୁଥିବା ଯୋଗୁ ସୁରକ୍ଷିତ ଲାଗୁନିବୋଲି ମହିଳାମାନଙ୍କ ଭିତରେ ଆଲୋଚିତ ହେଉଛି । ମେଳାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାଇକ ପାର୍କିଂ ପାଇଁ ସୁବିଧା ନଥିବାରୁ ବସଷ୍ଟାଣ୍ଡ ପ୍ରବେଶ ପଥରେ ବାଇକ ରଖିବା ଯୋଗୁ ବସର ଯାତାୟାତରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ପୁସ୍ତକ ମେଳାର ଆୟ ବ୍ଯୟ ଅଡିଟ ସଂପର୍କରେ କେତେକ ସଭ୍ଯ ଜାଣି ପାରୁନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି । ଧର୍ମ ପୁସ୍ତକ ବିକ୍ରି କମୁଥିବା ଦେଖିବାକୁ ମିଳୁଛି । ବିଗତ ବର୍ଷରେ ଦୁଇଟି ପୁସ୍ତକ ମେଳା ହେଉଥିବା ବେଳେ ରାଜନୈତିକ ଚାପ ପକାଇ ଗୋଟିଏ ପୁସ୍ତକ ମେଳା ବନ୍ଦ କରି ଦେଇଥିବା ଆଲୋଚିତ ହେଉଛି । ଯେଉଁ ମାନେ ପୁରୀରେ ପ୍ରଥମ ପୁସ୍ତକ ମେଳା ଆରମ୍ଭ କରିଥିଲେ ଓ ଆର୍ଥିକ ସହଯୋଗ କରୁଥିଲେ ସେମାନଙ୍କୁ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି । ପୁସ୍ତକ ବିକ୍ରି ବଢାଇବା ପାଇଁ କମିଟିରେ ଥିବା କେତେକ ବ୍ଯକ୍ତି ବହି କିଣି ଘର ସଜାଇବା ପାଇଁ ନେଉଥିବା ଶୁଣିବାକୁ ମିଳୁଛି । କେବଳ ପୁରୀ ସହର ପୁସ୍ତକପ୍ରେମୀ ଷ୍ଟଲ ବୁଲୁଥିବା ବେଳେ ପ୍ରଚାର ପ୍ରସାର ଓ ହୋର୍ଡିଂ ନଥିବାରୁ ଜିଲ୍ଲା ଭିତର ଆଖପାଖ ଅଞ୍ଚଳର ପୁସ୍ତକପ୍ରେମୀ ମାନେ ଆସୁନଥିବା ଦେଖିବାକୁ ମିଳୁଛି । ପୁସ୍ତକ ମେଳା ପାଇଁ ନୂଆ କମିଟି ଗଠନ ଓ ନୂତନ ସଭ୍ଯ ଗ୍ରହଣ କରିବା ପାଇଁ ପୁସ୍ତକପ୍ରେମୀ ଦାବି କରିଛନ୍ତି ।

0
0
0
s2sdefault