ଆନ୍ଧ୍ର ପ୍ରଦେଶ ର ବହୁ ସଭ୍ୟ ସାମିଲ, ବହୁ ବ୍ୟକ୍ତି ବିଶେଷ ଙ୍କୁ ସମ୍ୱର୍ଦ୍ଧନା।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ କଳିଙ୍ଗ ବୈଷ୍ୟ ସଙ୍ଘ ପକ୍ଷରୁ ଏକ ବନ୍ଧୁ ମିଳନ ପୁରୁଣା ଗୁଣପୁର ଆମ୍ବ ତୋଟା ରେ ବହୁ ଆଡମ୍ବର ରେ ପାଳିତ ହୋଇଯାଇଛି । ଗୁଣପୁର କଳିଙ୍ଗ ବୈଷ୍ୟ ସଙ୍ଘ ର ସଭାପତି ଏସ :ବାବା ପ୍ରସାଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯକ୍ରମ ରେ ଆନ୍ଧ୍ର ପ୍ରଦେଶର ରାଜ୍ୟ ସଭାପତି ବି:ଗୋବିନ୍ଦ ରାଜୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳିଙ୍ଗ ବୈଷ୍ୟ ଜାତି ର ବିକାଶ ପାଇଁ ଗୁଣପୁର ସଂଘ ର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସେ କହିଲେ ଆନ୍ଧ୍ର ପ୍ରଦେଶର ସରକାର ୨୦୧୪ ମସିହାରେ ରେ ବୈଷ୍ୟ ଜାତି କୁ ପଛୁଆ ବର୍ଗ ମାନ୍ୟତା ଦେଇଥିଲେ ଏବେ ଆମେ ସରକାର ଙ୍କ ପାଖରେ ଓବିସି କରିବକୁ ଦାବି କରୁଛୁ ।ତେଣୁ ଓଡ଼ିଶା ସରକାରଙ୍କ ପାଖରେ ଏହି ଦାବି କରିବାକୁ ଗୁଣପୁର କଳିଙ୍ଗ ବୈଷ୍ୟ ସଙ୍ଘ କୁ ପରାମର୍ଶ ପ୍ରଦାନ କରିଥିଲେ । ତାହା ସହ ବୈଷ୍ୟ ସଂଘ ର ଗରିବ ପରିବାର କୁ ସଙ୍ଘ ଚିହ୍ନଟ କରି ବିଭିନ୍ନ ସାହାଯ୍ୟ ସହଯୋଗ କରିବାକୁ ସେ ପରାମର୍ଶ ପ୍ରଦାନ କରିଥିଲା ।ଏହି କାର୍ଯ୍ୟକ୍ରମ ରେ ଆନ୍ଧ୍ରପ୍ରଦେଶ ବୈଷ୍ୟ ସଙ୍ଘ ର ମିଡ଼ିଆ କର୍ଡିନେଟର ଟି:ଗଣେଶ୍ୱର ଯୋଗ ଦେଇ ନିଜର ମତ ପ୍ରଦାନ୍ କରିଥିଲେ । ଗୁଣପୁର କଳିଙ୍ଗ ବୈଷ୍ୟ ସଙ୍ଘ ର ସଭାପତି ଏସ : ବାବା ପ୍ରସାଦ ,ଉପ ସଭାପତି ପି: ନାଗ ରାଜୁ ସମ୍ପାଦକ ପି :ଶାଇ କ୍ରିଷ୍ଣା ଯୁଗ୍ମ ସମ୍ପାଦକ ଏ: ଭେଙ୍କେଟ ରାବଣା କୋଷାଧ୍ୟକ୍ଷ ହରିନଥ ରାଓ ଏହି ଅବସର ରେ ଉଭୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । । ସେହିପରି ଆନ୍ଧ୍ର ର କୋଟା ବାମ।ଲି ସଭାପତି ଲାଡି ଚୀନା ବାବୁ ପାର୍ବତୀ ପୁରମ ସଭାପତି ବି: ଭେଙ୍କଟ ରାବଣ ସମ୍ପାଦକ ଗୌରୀ ଶଙ୍କର , ପାରଳାଖେମୁଣ୍ଡି ସଭାପତି ବସ୍ୟରାଜୁ ବାଲାଜୀ , ଗୁଡ଼ାରୀ ସଭାପତି ବୈକୁଣ୍ଠ ରାଓ ଜେ କେ ପୁର ର ସଭାପତି ଗୌରୀ ଶଙ୍କର ସହ ବହୁ କର୍ମ କର୍ତ୍ତା ଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସର ରେ ସଂଘ ପାଇଁ କର୍ଯ୍ୟ କରିଥିବା ଦିବଂଗତ ମାର୍ଣି ଭାସ୍କର ରାଓ ବି : ଭେଙ୍କଟ ରାଓ। ଓ ମର୍ଣିଂ କ୍ରିଷ୍ଣା ରାଓ ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଓ ତାଙ୍କ ପରିବାରକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି ସଂଘ ବରିଷ୍ଟ ସଦସ୍ୟ ସୁଦର୍ଶନ ରାଓ, କ୍ରିଷ୍ଣା ରାଓ ସୁବୁଦ୍ଧି ,ଲା ଡି ସେଶଗିରି ରାଓ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସର ରେ ସଂଘ ର ଉନ୍ନତି କାମନା କରି ସଂଘ ପକ୍ଷରୁ କନ୍ୟକା ପର ମେ ମେଶ୍ୱରି ମନ୍ଦିର ରେ ପୂଜା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କଳିଙ୍ଗ ବୈଷ୍ୟ ସଙ୍ଘ ର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ର ହଜାର ହଜାର ସଭ୍ୟ ସାମିଲ ହୋଇଥିଲେ ହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପ ଭୋଗ କରିଥିଲେ ।