ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ ଓ ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ର ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର: ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ତିର୍ତ୍ତୋଲ ବ୍ଲକର ଜଡତିରା ଗ୍ରାମ ପଂଚାୟତର କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବା ସହ ହୋଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କରିଥିଲେ। ପରେ କୁଜଙ୍ଗ ବ୍ଲକର ସମ୍ମିଳନୀ କକ୍ଷରେ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ, ଆଜିର ସରକାର ଚାଷୀର ସରକାର। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଡି.ବି.ଟି ଜରିଆରେ ଉଭୟ ଵୀମା କରିଥିବା ଓ ବୀମା କରିନଥିବା ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବ। ଏଥିପାଇଁ ସମସ୍ତ ବୀମା କମ୍ପାନୀ ମାନଙ୍କ ସହ ଆଲୋଚନା କରାଯାଇଛି। ଆସନ୍ତା କାଲି ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀମାନେ ୧୪୪୪୭ କୁ କଲ କରି ରେଜିଷ୍ଟ୍ରେସନ୍ କରିବାକୁ କହିଥିଲେ। ଏଥିସହିତ ଅଧିକ ରୁ ଅଧିକ ରେଜିଷ୍ଟ୍ରେସନ୍ କରାଇବା ଉପରେ ଗୁରୁତ୍ବ ଦେଇଥିଲେ । ଯେପରି କୌଣସି ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବନାହିଁ। ଏତଦ୍ ବ୍ୟତୀତ ଯେଉଁ ଚାଷୀଙ୍କର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ସେମାନେ ନିଜର ମୋବାଇଲ ମାଧ୍ୟମରେ ନିଜ ଜମି ଉପରେ ଛିଡା ହୋଇ Geotag କରି ଫୋଟୋ ପଠାଇବାକୁ ପରାମର୍ଶ ଦେଇଥିଲେ। ବୈଠକ ରେ ଯୋଗ ଦେଇ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ସରକାର ସବୁବେଳେ ଲୋକଙ୍କ ପାଖରେ ଅଛନ୍ତି। ରାଜ୍ୟ ସରକାର ଙ୍କ ପୁରା ଟିମ୍ ଲୋକଙ୍କ ସେବାରେ ଲାଗିଛନ୍ତି। ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ର ଆକଳନ କରାଯାଇ କାଲି ସୁଦ୍ଧା ରାଜ୍ୟ ସରକାର ଙ୍କ ପାଖକୁ ପଠାଯିବ। ବୈଠକ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ୧୪୫୦୦ ଜଣ ରେଜିଷ୍ଟ୍ରେସନ୍ କରି ସାରିଛନ୍ତି। କାଲି ସୁଦ୍ଧା ଏହା ୨୦୦୦୦ ରେ ପହଞ୍ଚିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ୮ ଟି ବ୍ଲକ୍ ରେ କ୍ଷୟକ୍ଷତି ର ରିପୋର୍ଟ କାଲି ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯିବ। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା ଓ ARCS ଶ୍ରୀ ପ୍ରଭାସ ଶତପଥୀ ଅଦିନିଆ ବର୍ଷାରେ ଜିଲ୍ଲା ରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ,ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ତହସିଲଦାର,କୁଜଙ୍ଗ ଶ୍ରୀ ସ୍ୱରୂପ ନନ୍ଦନ ବେହେରା, ବି ଡି ଓ, କୁଜଙ୍ଗ, ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ,ଉପ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault