ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚଳିତ ବର୍ଷ ବର୍ଷା ବାରମ୍ବାର ଚାଷୀଙ୍କୁ ଧୋକା ଦେଇଛି I ଚାଷ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ହତୋତ୍ସାହିତ କରିଦେଇଥିବା ବେଳେ ଫସଲ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି I ଏହାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ବ୍ଳକ୍ କୃଷି ସମ୍ଵନ୍ଧୀୟ ବିଭିନ୍ନ ଆଲୋଚନା ପାଇଁ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ବିଡ଼ିଓ ଅମିତ୍ ରଞ୍ଜନ ହୋତାଙ୍କର ଏକ ମିଳିତ ବୈଠକ ବେଲଗୁଣ୍ଠା ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଚଳିତ ଲଘୁଚାପ ଜନିତ ବର୍ଷାରେ ଚାଷୀଙ୍କ ଫସଲ କ୍ଷତି ଏବଂ ଏହାର ଆକଳନ ସମ୍ପର୍କରେ ଆଲୋଚନା କରାଯିବା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହା ସହିତ ଚାଷୀଙ୍କର ଅମଳ ଶସ୍ୟକୁ ମଣ୍ଡି ମାଧ୍ୟମରେ କ୍ରୟ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା I ବୈଠକରେ ବେଲଗୁଣ୍ଠା କୃଷି ବିଭାଗ ବ୍ଳକ୍ କୃଷି ଅଧିକାରୀ ଅଜିତ୍ କୁମାର ମହାପାତ୍ର ,ଏଏଓ ଶୈଳସୂତା ସାହୁ,ବ୍ଳକ୍ ମୃତ୍ତିକା ସଂରକ୍ଷଣ ଓଭର୍ସିଆର୍ ମନୋଜ କୁମାର ପାଣିଗ୍ରାହୀ,ମନରେଗା କୃଷି ସହକାରୀ ଅଧିକାରୀ ମନୋଜ କୁମାର ପଟ୍ଟନାୟକ, ତହସିଲ୍ ର ସମସ୍ତ ରାଜସ୍ୱ ନୀରିକ୍ଷକ ଅମିନ୍, ସମସ୍ତ ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ, କୃଷି ବିଭାଗର ଗ୍ରାମ ସେବକ, ସମସ୍ତ ସମବାୟ ସମିତି ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I କୃଷକଙ୍କ ସ୍ୱାର୍ଥ ପାଇଁ ସମସ୍ତ ବିଭାଗର ଅଧିକାରୀ ମାନେ ସାମୂହିକ ଭାବେ କାର୍ଯ୍ୟ କରିବେ ବୋଲି ଆଲୋଚନା କରିଥିଲେ I
ରାଜ୍ୟ
ପ୍ରଧାନ ମନ୍ତ୍ରୀ ଫସଲ ବୀମା ନେଇ ବେଲଗୁଣ୍ଠା ତହସିଲଦାର ଏବଂ ବିଡ଼ିଓଙ୍କ ମିଳିତ ବୈଠକ
- Hits: 17