ହେଡଲାଇନସ୍:

ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଉତ୍ପାଦକତା ବୃଦ୍ଧି ପାଇଁ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) କାର୍ଯ୍ୟକ୍ରମ ଅଧୀନରେ ଆଦାନୀ ଏଂଟରପ୍ରାଇଜେସ୍ ଲିମିଟେଡର ସହାୟକ ସଂସ୍ଥା ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଗିରିସିମା ଓ ଝାରପାଲମ ଗ୍ରାମରେ ଚାଷୀଙ୍କ ପାଇଁ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାରପାଳମ ସରପଂଚ ଚନ୍ଦ୍ରବା ମାଝୀ ଓ ବ୍ଲକ କୃଷି ଅଧିକାରୀ ଶଶିଭୂଷଣ ପ୍ରଧାନ ଯୋଗ ଦେଇଥିଲେ ।
ଏହି ପ୍ରଶିକ୍ଷଣର ମୁଖ୍ୟ ଉଦେ୍ଧଶ୍ୟ ଥିଲା କୃଷକମାନଙ୍କୁ ଆଧୁନିକ କୃଷି କୌଶଳର ଜ୍ଞାନ ପ୍ରଦାନ କରିବା । ଏହି ଜ୍ଞାନର ଉଦେ୍ଧଶ୍ୟ ହେଉଛି ଚାଷ ଖର୍ଚ୍ଚ ହ୍ରାସ କରିବା ଏବଂ ଉତ୍ପାଦକତା ବୃଦ୍ଧି କରିବା । ଏହି ଅଧିବେଶନରେ ଶ୍ରୀ ପ୍ରଧାନ କୃଷି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ସହ ଏହାର ଲାଭ ଉଠାଇବା ପାଇଁ ଉତ୍ସାହିତ କରିଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ୧୫୦ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । ପ୍ରତ୍ୟେକ ଅଧିବେଶନ ଶେଷରେ କିଛି କୃଷକଙ୍କୁ ରୋଷେଇ ବଗିଚା (କିଚେନ୍ ଗାର୍ଡେନ୍) କିଟ୍ ମିଳିଥିଲା । ଏହି କିଟ୍ଗୁଡ଼ିକରେ ବିଭିନ୍ନ ପନିପରିବା ବିହନ ଏବଂ ଅତ୍ୟାବଶ୍ୟକ କ୍ଷୁଦ୍ର କୃଷି ଯନ୍ତ୍ରପାତି ରହିଥିଲା ।
ପ୍ରଶିକ୍ଷଣ ଅଧିବେଶନରେ ଗିରିସିମା ଓ ଝାରପାଲମ ଗ୍ରାମର ପଂଚାୟତ ସଭ୍ୟଙ୍କ ସମେତ ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡର ସିଏସଆର ଟିମ୍ ଉପସ୍ଥିତ ଥିଲେ ।

 

0
0
0
s2sdefault