ଜଷ୍ଟିସ ରମେଶ ଦାସ ସୃତି ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟକୁରା ତା ୨୯/୧୨- ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ଗ୍ରାମ ର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ବିଚାରପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟ, ବାର କାଉନସିଲ ର ସଭ୍ୟ ଶ୍ରୀ ରମେଶ ଚନ୍ଦ୍ର ଦାସଙ୍କ ଦେହାନ୍ତରେ ଆଜି ତାଙ୍କ ପୈତୃକ ଗ୍ରାମ ବସନ୍ତପୁର ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ରବୀନ୍ଦ୍ର ମହାପାତ୍ରଙ୍କ ଆବାହକତ୍ତ୍ଵରେ ଅନୁଷ୍ଠିତ ସଭାରେ ପୂର୍ବତନ ସରପଞ୍ଚ ପଲସୁଦା ଶ୍ରୀ ମଧୁସୂଦନ ରାଉତ, ବସନ୍ତପୁର ସାଇ ମନ୍ଦିର ଟ୍ରଷ୍ଟି ଡ଼, ରୁଦ୍ର ମହାନ୍ତି , ଶ୍ରୀ ଶଶୀଭୂଷଣ ମହାନ୍ତି, ଶ୍ରୀ ବିଜୟ ମହାନ୍ତି ଙ୍କ ସମେତ ଅନେକ ବ୍ୟକ୍ତି ଯୋଗ ଦେଇ ରମେଶ ଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହ ଶ୍ରଦ୍ଧାଞ୍ଜଳି ଜଣେଇ ଥିଲେ । ସ୍ଵର୍ଗତ ରମେଶ ଦାସ ଜଣେ ଆଦର୍ଶ, ଧର୍ମପରାୟଣ ତଥା ମାଟି ପ୍ରେମୀ ବ୍ୟକ୍ତି ବୋଲି ଆଲୋଚନା ହେଲା । ଆଡ଼ଭୋକେଟ ପୂର୍ଣ୍ଣଚନ୍ଦ୍ର ଦାସ ଅର୍ପଣ କରିଥିଲେ ।

0
0
0
s2sdefault