ହେଡଲାଇନସ୍:

ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):  ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଦ୍ୱାବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟି ର ସଭାପତି ଏମ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ପରିଚାଳନା ସମ୍ପାଦକ ସଞ୍ଜୟ କୁମାର ପାଢ଼ୀ ତଥା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିଲେ। ସମ୍ପାଦକ ସଞ୍ଜୟ ପାଢ଼ୀ ଅତିଥି ପରିଚୟ ପ୍ରଦାନ ପରେ ସଭାପତି ଏମ ସୂର୍ଯ୍ୟନାରାୟଣ ସୁବୁଦ୍ଧି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସତ୍ୟ ଚୌଧୁରୀ ବାର୍ଷିକ ବିବରଣୀ ପାଠ ସହ ଶିଶୁ ମନ୍ଦିର ସମ୍ପର୍କରେ ବିସ୍ତୃତ କହିଥିଲେ। ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଭାରତୀୟ କଳା ଓ ସଂସ୍କୃତି ଶିଶୁ ମନ୍ଦିର ମାନଙ୍କରେ ଉଜ୍ଜୀବିତ ରଖା ଯାଉଥିବା ବେଳେ ଶିକ୍ଷା ସହ ଶିଶୁ ମାନେ କ୍ରୀଡା,କଳା ,ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆଗ୍ରହ ଦେଖାଇ ଆଗେଇ ଯିବାକୁ କହିଥିଲେ। ମୁଖ୍ୟ ବକ୍ତା ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ନାୟକ ଉଦାହରଣ ଛଳରେ ଡକ୍ଟର ଏପିଜେ ଅବଦୁଲ କଲାମ ଙ୍କୁ ଜଣେ ସାଧାରଣ ଲୋକ ହୋଇଥିଲେ ସୁଦ୍ଧା ତାଙ୍କ ଅସାଧାରଣ ପ୍ରତିଭା ପାଇଁ ଜଣେ ବିଶିଷ୍ଟ ବୈଜ୍ଞାନିକ ଓ ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ଅଳଙ୍କୃତ ହୋଇଥିଲେ ବୋଲି କହିଥିଲେ । ତେଣୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ। ଶିଶୁ ମାନଙ୍କୁ ବୌଦ୍ଧିକ ଓ ଆଧ୍ୟାତ୍ମିକ ଜ୍ଞାନ ଦେଇଥିଲେ।ପ୍ରଦୀପ ଗୁରୁଜୀ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ଅନ୍ୟାନ୍ୟ କ୍ଷେତ୍ର ରେ କୃତକାର୍ଯ୍ୟ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସନ୍ଧ୍ୟାରେ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ "ବାର୍ଦ୍ଧକ୍ୟ ବେଦନା ନାଟକ" ବେଶ୍ ମନମୁଗ୍ଧ କର ଥିଲା । ପ୍ରତିକୂଳ ପାଗ ସ୍ଵତ୍ୟେ ଆଖପାଖ ଅଂଚଳର ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା କମିଟି କୋଷାଧ୍ୟକ୍ଷ କିଶୋର ସିଂ ଲାଲ,ଉପ ସଭାପତି ମଙ୍ଗରାଜ ମାଝୀ,ସଭ୍ୟା ସୁଜ୍ଞାନି ବେହେରା,ପୂର୍ବତନ କୋଷାଧ୍ୟକ୍ଷ ସୁରେଶ ବେହେରା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

0
0
0
s2sdefault