ବାସୁଦେବପୁର-- ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପରିଷଦ ଅନ୍ତର୍ଗତ ସ୍ଥାନୀୟ ମନ୍ଦାରୀ ମହାବିଦ୍ୟାଳୟ ପରିସର ରେ ଜାତୀୟ ସେବା ଯୋଜନା ର ଆନ୍ତଃ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର 2024 ଆୟୋଜିତ ହୋଇ ଯାଇଛି | ଏହି ଶିବିର ଆୟୋଜକ ଭାବେ ମନ୍ଦାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ପ୍ରାୟଜୋକ୍ ଭାବ ରେ ଏନ ଏସ ଏସ ବ୍ୟୁରୋ ଉଚ୍ଚମାଧ୍ୟମିକ ଶିକ୍ଷ୍ୟା ପରିଷଦ , ଓଡ଼ିଶା ରହି ଅଛି | ପ୍ରଥମ ଦିନରେ ଉଦଘାଟନ ଉତ୍ସବ ରେ ସଭାପତି ସୁଶୀଲ ଚନ୍ଦ୍ର ମାଈତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାଶ ,ମୁଖ୍ୟ ବକ୍ତା ଭାବେ କମଳା କାନ୍ତ ଓଝା, ଡିପିଓ ଭଦ୍ରକ, ପ୍ରୋଗ୍ରାମ ଅଫିସର ଅନାଥ ଚନ୍ଦ୍ର କର ଯୋଗ ଦେଇ ଥିଲେ | ଆୟଜିତ ସଭା କାର୍ଯ୍ୟକ୍ରମ କୁ ଅଧ୍ୟାପକ ପ୍ରହଲ୍ଲାଦ ମାହୁନ୍ତ ସଂଯୋଜନା କରିଥିଲା ବେଳେ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟ କର୍ମ ଟି ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ 22 ତାରିଖ ରବିବାର ରେ ଉଦ୍ ଜାପାନୀ ହେବାର କାର୍ଯ୍ୟ କ୍ରମ ରହିଛି | ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଷୟ ଯଥା ଜାତୀୟ ସେବା ଯୋଜନା ର ଚିନ୍ତା ଧାରା, ଯୁବ ନେତୃତ୍ୱ, ସଡ଼କ ସୁରକ୍ଷା, ମୃତ୍ତିକା ଓ ଜଳ ସଂରକ୍ଷଣ, ସାମାଜିକ ଗଣ ମାଧ୍ୟମ, ପରିବେଶ ପରିଚାଳନା ଉପରେ ଆଲୋଚନା ହେଵା ସହ ବିଭିନ୍ନ ପ୍ରତି ଯୋଗିତା ତଥା ପ୍ରବନ୍ଧ, ବକ୍ତୃତା, ସାଧାରଣ ଜ୍ଞାନ, ଏକକ ଅଭିନୟ, ସଂଗୀତ, ନୃତ୍ୟ ର ଅନୁଷ୍ଠିତ ହେଵ ଏଥି ସହ ଏକ ସାମାଜିକ ସଚେତନ ମୂଳକ ରାଲି ଅନୁଷ୍ଠିତ ହେବାର କାର୍ଯ୍ୟ କ୍ରମ ରହିଛି | ଏହି ଆନ୍ତଃ ଜିଲ୍ଲା ସ୍ତରୀୟ କାର୍ଯ୍ୟ କ୍ରମରେ 14 ଟି କଲେଜ ରୁ 110 ଜଣ ସ୍ବେଛାସେବୀ ଉପସ୍ଥିତ ରହି ଥିବାର ସୂଚନା ମିଳିଛି
ରାଜ୍ୟ
ଆନ୍ତଃ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
- Hits: 30