ଜଗତସିଂହପୁର,ତା-୧୭.୧୨.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା ପ୍ରଶାସନ ଏବଂ ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଯୁବପିଢୀ ଙ୍କୁ ଦେଶର ଆଗମୀ ଭବିଷ୍ୟତ ବୋଲି କହିଥିଲେ। ପାଠ ପଢ଼ା ବ୍ୟତୀତ ଅନ୍ୟାନ୍ୟ ବିଷୟ ରେ ମଧ୍ୟ ଉପଯୁକ୍ତ ଦକ୍ଷତା ହାସଲ କରିବା ଉଚିତ ଏବଂ ନିଜକୁ ଜଣେ ସୁନାଗରିକ ଭାବେ ଗଢ଼ିବାକୁ ଉଦ୍ୟମ କରିବା ଜରୁରୀ ବୋଲି ଶ୍ରୀ ଭୋଇ କହିଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ସଫଳତା ର କୌଣସି ସର୍ଟ କଟ ନାହିଁ ବରଂ ଏହାକୁ ପାଇବାକୁ ହେଲେ ଏଲିଭେଟର ବଦଳରେ ସିଡି ମାଧ୍ୟମ ରେ ଯିବା ପାଇଁ ଉଦ୍ୟମ କରିବା ଜରୁରୀ ବୋଲି କହିଥିଲେ। ସମ୍ମାନନୀୟ ଅତିଥି ଭାବେ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଉପସ୍ଥିତ ଯୁବ ପ୍ରତିଭା ଙ୍କୁ ଜୀବନରେ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢିବା ନିମନ୍ତେ ପ୍ରେରଣାଦାୟୀ ଉପଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଏ ନ ଏସ ଏସ ର ସଂଯୋଜକ ଜିତୁ ପ୍ରସାଦ ମଲ୍ଲିକ ଓ ବିଜୟିନୀ ପଢ଼ିଆରୀ, ଶିକ୍ଷାବିତ ଉତ୍କଳ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।ସଂସ୍କୃତି ଭବନ ପରିସର ଏବଂ ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳା,ଲୋକ ନୃତ୍ୟ, ଲୋକ ଗୀତ, ଔପଚାରିକ ବକ୍ତୃତା, ଚିତ୍ରାଙ୍କନ, ଗଳ୍ପ ଲିଖନ, କବିତା ଲିଖନ ଇତ୍ୟାଦି ବିଭାଗ ଗୁଡ଼ିକରେ ପ୍ରତିଯୋଗିତା ସମ୍ପନ୍ନ ହୋଇଅଛି। ଏହି ଯୁବ ଉତ୍ସବରେ ଜିଲ୍ଲାର ୧୫ ରୁ ୨୯ ବର୍ଷୀୟ ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ। ପୂର୍ବାହ୍ନ ରେ ନେହେରୁ ଯୁବ କେନ୍ଦ୍ର ର ଅଧିକାରୀ ଶ୍ରୀ ନିଖିଲ କୋକୁଲ୍ଲା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ୍ ବିଜ୍ଞାନମେଳା ଓ ଯୁବ ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ୍ ଯୁବପିଢୀ ଙ୍କୁ ନିଜର କର୍ମ ମାଧ୍ୟମ ରେ ନିଜର ପରିଚୟ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବୀଜୟିନୀ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ନିର୍ବାହୀ ଅଧିକାରୀ, ପୌର ପରିଷଦ, ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ବେହେରା, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରବି ବଛେଟି ,ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ମହେନ୍ଦ୍ର ଆଚାର୍ଯ୍ୟ, ମହିମା ସ୍କୁଲ୍ ଅଫ୍ ନର୍ସିଂ ର ନିର୍ଦ୍ଦେଶକ ଶ୍ରୀ ଗଣେଶ୍ୱର ମାଣିଆ ଉପସ୍ଥିତ ରହି ଆସିଥିବା ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ।ଯୁବଉତ୍ସବ ମାଧ୍ୟମରେ ଯୁବକ ଯୁବତୀମାନଙ୍କର ପ୍ରତିଭା ବିକଶିତ ହୋଇପାରିବ। ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରୀୟ ଯୁବ ଉତ୍ସବରେ କୃତିତ୍ୱ ହାସଲ କରି ଜଗତସିଂପୁର ଜିଲ୍ଲାକୁ ଗୌରବାନିତ୍ଵ କରିବାକୁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉଦଯାପନୀ ସମାରୋହ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ଉଦଯାପନୀ ସନ୍ଧ୍ୟା ର ଅତିଥି ମାନେ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୬ ଜଣ ଏକକ ପ୍ରତିଯୋଗୀ ଓ ୨ ଗୋଟି ସାଂସ୍କୃତିକ ଦଳ ଜିଲ୍ଲାରୁ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବିଶିଷ୍ଟ ଶିକ୍ଷାବିତ୍ ଗୋପାଳ କୃଷ୍ଣ ମିଶ୍ର ଓ ସୁଭାଷ ଚନ୍ଦ୍ର ରାଉତ ଉତ୍ସବ ପରିଚାଳନା କରିଥିଲେ ।ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ର ଭଲ୍ୟୁଣ୍ଟୀଅର, ମହିମା ସ୍କୁଲ୍ ଅଫ୍ ନର୍ସିଂ ର ଭଲ୍ୟୁଣ୍ଟୀଅର, ନାଉଗାଁ କଲେଜ ର ଭଲ୍ୟୁଣ୍ଟୀଅର,ବିଚାରକ ମଣ୍ଡଳୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହାୟତା କରିଥିଲେ। ଏହି ଉତ୍ସବ ରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ରୁ ଆସିଥିବା ଯୁବ ପ୍ରତିଭା,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଆଇନଜୀବୀ ତଥା ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ
- Hits: 11