ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ହାଟପଦା ସ୍ଥିତ ଆର ଏମ ସି ଗୋଦାମ ଗୃହ ସମ୍ମୁଖ ରେ ଚଳିତ ଖରିଫ ଋତୁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଜେ ରାଜ ଶେଖର ରାଓ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବିଡିଓ ଶରତ ମାଝୀ ,ତହସିଲଦାର ହରି ଓମ ଭୋଇ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ,ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ପ୍ରମୁଖ ମଞ୍ଚାସିନ ଥିଲେ। ଭାରପ୍ରାପ୍ତ ଲ୍ୟାମ୍ପ ଶାଖା ପରିଚାଳକ ହରିବନ୍ଧୁ ମିର୍ଗାନ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଚଳିତ ୨୦୨୪/୨୫ ଖରିଫ ଋତୁ ରେ ଏଫ୍ଧ ଏ କ୍ୟୁ ଧାନ ସାଧାରଣ ୨୩୦୦ ଟଙ୍କା ଓ କ ଶ୍ରେଣୀ ର ୨୩୨୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ସହ ପ୍ରୋତ୍ସାହନ ରାଶି ବାବଦରେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ଦିଆଯାଉଥିବା ନେଇ ଚାଷୀ ଙ୍କୁ ସୂଚିତ କରାଯାଇଥିଲା। ମଣ୍ଡି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଡାବୁଗାଁ ଲ୍ୟାମ୍ପ୍ ରେ ୯୧୭ ଚାଷୀ ମଣ୍ଡି ରେ ଧାନ ବିକ୍ରୀ ପାଇଁ ନାମ ପଞ୍ଜୀକୃତ କରିଥିବା ବେଳେ ୫ ଟି ମହିଳା ସ୍ଵୟଂ ସହାୟକ ଦଳ ତରଫରୁ ମଧ୍ୟ ଚାଷୀ ନାମ ପଞ୍ଜିକୃତ କରିଛନ୍ତି। ଡାବୁଗାଁ ହାଟପଦା ସ୍ଥିତ ଧାନ ମଣ୍ଡି ରେ ଡାବୁଗାଁ ପଞ୍ଚାୟତ ସହ ଡଙ୍ଗରିଗୁଡ଼ା, ମେଦନା, ଚଚରାଗୁଡ଼ା ଓ ଅଞ୍ଚଳା ପଞ୍ଚାୟତ ର ଚାଷୀ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧାନ ବିକ୍ରି କରିବାକୁ ଥିବା ବେଳେ ଜୁନାପାଣି ଧାନ ମଣ୍ଡି ରେ ଶୁକ୍ରବାର, ଶନିବାର ଓ ସୋମବାର ଦିନ ଜୁନାପାଣି ପଞ୍ଚାୟତ ସହ କୋଇଲାରି, ବଡ ଅଲମା ,ଜବାଗୁଡ଼ା, ବୋରି ଗାଁ , ଘୋଡା ଖୁଣ୍ଟା ଓ ନନ୍ଦ ପୁରା ପଞ୍ଚାୟତ ର ଚାଷୀ ଧାନ ବିକ୍ରି କରିବେ। ଲ୍ୟାମ୍ପ ସହ ୫ ଟି ମହିଳା ଏସ ଏଚ୍ ଜି ଧାନ କ୍ରୟ କରିବେ। ତେବେ ଆଜି ମିଲର ଓ ଚାଷୀ ସଂଘ କୁ ମଣ୍ଡି ରେ ନିମନ୍ତ୍ରିତ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।ସମ୍ପୂର୍ଣ କାର୍ଯ୍ୟକ୍ରମକୁ ବଜାର ପରିଦର୍ଶକ ସୁଶାନ୍ତ ପାଳ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଡାବୁଗାଁ ବ୍ଲକ କୃଷକ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର,ଉପ ସଭାପତି ରାଜେନ୍ଦ୍ର ମିଶ୍ର, ମିଲର ଜି ଭେଙ୍କେଟେଶ୍ୱର ରାଓ, ଜି ଗୋପାଳ କ୍ରିଷ୍ଣା ରାଓ, ଜି ବାବୁଲି ରାଓ, ରାଜେଶ ଅଗ୍ରୱାଲ ସହ ଚାଷୀ ଶିବ ପ୍ରସାଦ ମିଶ୍ର,ରତନ କଲାର, ଡି ରାଜା ରାଓ, ଦଶମୁ କଲାର, ଭାଗିରଥି ଜାନି, ସହ ଯୋଗାଣ ବିଭାଗ ଓ ଲ୍ୟାମ୍ପ କର୍ମଚାରୀ ଉପସ୍ଥିତ ଥିଲେ।
ରାଜ୍ୟ
ଡାବୁଗାଁ ରେ ଧାନ ମଣ୍ଡି ଉଦଘାଟିତ
- Hits: 29