ରାଉରକେଲା,(ବସନ୍ତ କୁମାର ଜେନା): ଆସନ୍ତା ନଭେମ୍ବର ୩୦ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହଂକଂ ରେ ହେବାକୁ ଥିବା ବିଶ୍ବ ତାଏକୋଣ୍ଡୋ ଚାମ୍ପିଅନସିପ ରେ ଭାରତରୁ ଶ୍ରୁତିକା ଦେବେସୀ ପ୍ରତିନିଧିତ୍ଵ କରିବେ ବୋଲି ସୂଚନା ମିଳିଛି। ୧୭ ବର୍ଷରୁ କମ୍ ବର୍ଗରେ ସେ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୁତିକା ରାଉରକେଲା ବାସନ୍ତୀକଲୋନୀ ର ବାସିନ୍ଦା ହୋଇଥିବା ବେଳେ ତାଙ୍କ ପିତା ବାଙ୍ଗାଲୋରରେ ଚାକିରୀ କରିଥିବାରୁ ସେ ସେଠାରେ ରହି ପଢ଼ାପଢ଼ି କରନ୍ତି। ସେ କର୍ଣାଟକ ର ଭିକ୍ଟର ତାଏକୋଣ୍ଡୋ ଏକାଡେମୀ ରେ ୯ ବର୍ଷ ହେବ ଅଭ୍ୟାସ ଜାରି ରଖିଛନ୍ତି । ୫ ବର୍ଷ ବୟସରୁ ଏକାଡେମୀ ରେ ଯୋଗଦେଇ ସେ କର୍ଣ୍ଣାଟକରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହେବା ସହ ସ୍ବର୍ଣ୍ଣ,ରୈ।ପ୍ୟ ଓ ବ୍ରୋଞ୍ଜ ପଦକ ଆଣି ସୁନାମ ଅର୍ଜନ କରିଛନ୍ତି। ସେ ୨୦୧୯,୨୦୨୧, ୨୦୨୩,୨୦୨୪ ରେ ଜାତୀୟ ଚାମ୍ପିଅନସିପ ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ବିଶ୍ବ ଚାମ୍ପିଅନସିପ ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ରାଉରକେଲା ର ବିଭିନ୍ନ ଅନୁଷ୍ଠାନ ଓ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି। ବାସନ୍ତୀ କଲୋନୀ ରେ ରହୁଥିବା ତାଙ୍କର ଅଜା ଯୋଗ ଶିକ୍ଷକ ହରିହର ମହାନ୍ତି ଙ୍କ ତତ୍ବାବଧାନରେ ସେ ୩ ବର୍ଷ ବୟସରୁ ଯୋଗରେ ମଧ୍ୟ ପାରଦର୍ଶିତା ଲାଭକରିଛନ୍ତି ।
ରାଉରକେଲା: ଆସନ୍ତା ନଭେମ୍ବର ୩୦ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହଂକଂ ରେ ହେବାକୁ ଥିବା ବିଶ୍ବ ତାଏକୋଣ୍ଡୋ ଚାମ୍ପିଅନସିପ ରେ ଭାରତରୁ ଶ୍ରୁତିକା ଦେବେସୀ ପ୍ରତିନିଧିତ୍ଵ କରିବେ ବୋଲି ସୂଚନା ମିଳିଛି। ୧୭ ବର୍ଷରୁ କମ୍ ବର୍ଗରେ ସେ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୁତିକା ରାଉରକେଲା ବାସନ୍ତୀକଲୋନୀ ର ବାସିନ୍ଦା ହୋଇଥିବା ବେଳେ ତାଙ୍କ ପିତା ବାଙ୍ଗାଲୋରରେ ଚାକିରୀ କରିଥିବାରୁ ସେ ସେଠାରେ ରହି ପଢ଼ାପଢ଼ି କରନ୍ତି। ସେ କର୍ଣାଟକ ର ଭିକ୍ଟର ତାଏକୋଣ୍ଡୋ ଏକାଡେମୀ ରେ ୯ ବର୍ଷ ହେବ ଅଭ୍ୟାସ ଜାରି ରଖିଛନ୍ତି । ୫ ବର୍ଷ ବୟସରୁ ଏକାଡେମୀ ରେ ଯୋଗଦେଇ ସେ କର୍ଣ୍ଣାଟକରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହେବା ସହ ସ୍ବର୍ଣ୍ଣ,ରୈ।ପ୍ୟ ଓ ବ୍ରୋଞ୍ଜ ପଦକ ଆଣି ସୁନାମ ଅର୍ଜନ କରିଛନ୍ତି। ସେ ୨୦୧୯,୨୦୨୧, ୨୦୨୩,୨୦୨୪ ରେ ଜାତୀୟ ଚାମ୍ପିଅନସିପ ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ବିଶ୍ବ ଚାମ୍ପିଅନସିପ ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ରାଉରକେଲା ର ବିଭିନ୍ନ ଅନୁଷ୍ଠାନ ଓ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି। ବାସନ୍ତୀ କଲୋନୀ ରେ ରହୁଥିବା ତାଙ୍କର ଅଜା ଯୋଗ ଶିକ୍ଷକ ହରିହର ମହାନ୍ତି ଙ୍କ ତତ୍ବାବଧାନରେ ସେ ୩ ବର୍ଷ ବୟସରୁ ଯୋଗରେ ମଧ୍ୟ ପାରଦର୍ଶିତା ଲାଭକରିଛନ୍ତି ।
ରାଜ୍ୟ
ରାଉରକେଲା ର ଶ୍ରୁତିକା ବିଶ୍ବ ତାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ
- Hits: 33