ହେଡଲାଇନସ୍:

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ହୀରାକୁଦରେ ଶୁଭାରମ୍ଭ କଲା ଡିଜିଟାଲ କ୍ଲାସ୍‍ରୁମ ପ୍ରୟାସ ‘ପ୍ରୋଜେକ୍ଟ ଅନଭିଶା’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ‘ପ୍ରୋଜେକ୍ଟ ଅନଭିଶା’ ଅଧୀନରେ ଏକ ଡିଜିଟାଲ କ୍ଲାସରୁମ୍‍ ପ୍ରୟାସ ନିକଟରେ ଉଦ୍‍ଘାଟିତ ହୋଇଯାଇଛି । ଏହା କମ୍ପାନୀର ସମ୍ବଲପୁର ଜିଲ୍ଲାରେ ହୀରାକୁଦ ପ୍ଲାଣ୍ଟ ନିକଟବର୍ତ୍ତୀ ଅଞ୍ଚଳର ୭ଟି ହାଇସ୍କୁଲରେ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରକଳ୍ପ ଶିକ୍ଷ ଆହରଣ ପରିବେଶକୁ ସମକାଳୀନ କରିବା ଲକ୍ଷ୍ୟ ରଖିଛି । ଛାତ୍ର ଛାତ୍ରୀଙ୍କୁ ସର୍ବାଧୁନିକ ପ୍ରଯୁକ୍ତିରେ ସଜ୍ଜିତ କରାଯାଉଛି, ଯାହା ଡିଜିଟାଲ ଯୁଗରେ ପରିବର୍ଦ୍ଧିତ ଶିକ୍ଷା ଆହରଣ ସୁଯୋଗଗୁଡିକ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରୁଛି ।
ସନ୍ଦୀପ ରୟ, ହେଡ୍‍, ହୀରାକୁଦ ଏଫଆରପି ପ୍ଲାଣ୍ଟ ବିସ୍ତୃତ ଭାବରେ ଉଲ୍ଲେଖ କରି କହିଛନ୍ତି, “ହୀରାକୁଦ ଅଞ୍ଚଳର ଛାତ୍ର ଛାତ୍ରୀ ଆଧୁନିକ ଶିକ୍ଷା ପ୍ରଯୁକ୍ତିରୁ ଯେଭଳି ଫାଇଦା ଉଠାଇପାରିବେ ତାହା ସୁନିଶ୍ଚିତ କରିବାକୁ ଆମେ ଡିଜିଟାଲ କ୍ଲାସରୁମ୍‍ ପ୍ରୟାସକୁ ପରିବ୍ୟାପ୍ତ କରିବାକୁ ଉତ୍ସର୍ଗୀକୃତ ରହିଛୁ । ଡିଜିଟାଲ ସାକ୍ଷରତକାକୁ ପୃଷ୍ଠପୋଷକତା କରି ଏବଂ ଗୁଣାତ୍ମକ ଶିକ୍ଷାର ସୁଯୋଗରେ ଉନ୍ନତି ଆଣି ଏହି ପ୍ରୟାସ ଶିକ୍ଷା ଆହରଣ ପ୍ରକ୍ରିୟାରେ ଅବଦାନ ରଖିବ ।
ପ୍ରୋଜେକ୍ଟ ଅନ୍‍ଭିଶା ପାରମ୍ପରିକ କ୍ଲାସରୁମ୍‍ଗୁଡିକୁ ଏକ ଆନ୍ତଃକ୍ରିୟାଶୀଳ, ପ୍ରଯୁକ୍ତି-ପରିଚାଳିତ ସ୍ଥଳରେ ରୂପାନ୍ତରିତ କରିବାକୁ ଚାହୁଁଛି । ଏହି ଡିଜିଟାଲ କ୍ଲାସରୁମ୍‍ଗୁଡିକ ସ୍ମାର୍ଟ ବୋର୍ଡ, ଇ-ଲର୍ଣ୍ଣିଂ ପ୍ଲାଟଫର୍ମ, ଏଆଇ ଇଣ୍ଟରଫେସ୍‍ ଏବଂ ଆଇଓଟି ଭିତ୍ତିକ ସିଷ୍ଟମ୍‍ଗୁଡିକରେ ସୁସଜ୍ଜିତ ହେବ, ଯାହା ଏକ ପୂର୍ଣ୍ଣାଙ୍ଗ ଆନ୍ତଃକ୍ରିୟାଶୀଳ ଶିକ୍ଷା ଆହରଣ ଅନୁଭୂତି ପ୍ରଦାନ କରିବ । ଏଥିସହିତ ଏହି ପ୍ଲାଟଫର୍ମ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବହୁ ଭାଷା ଆଧାରିତ ବିଷୟବସ୍ତୁ ଯୋଗାଇଦେବ, ଯାହା ବିବିଧ ଛାତ୍ର ଛାତ୍ରୀଙ୍କର ଆବଶ୍ୟକତା ପୂରଣ କରିବ । ପ୍ରୋଜେକ୍ଟ ଅନ୍‍ଭିଶାର ଶୁଭାରମ୍ଭ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିଗତ ପ୍ରଗତିକୁ ଆଗେଇନେଇ ଏବଂ ପରବର୍ତ୍ତୀ ପିଢିର ଶିକ୍ଷା ଆହରଣକାରୀଙ୍କୁ ସଶକ୍ତ କରି ହିଣ୍ଡାଲ୍‍କୋର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍‍ଆର) ନିର୍ବାହ ନିମନ୍ତେ ରହିଥିବା ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି । ପ୍ରୋଜେକ୍ଟ ଅନ୍‍ଭିଶା ଶିକ୍ଷା ଆହରଣ ଦୃଶ୍ୟପଟ୍ଟକୁ ପୁନଃ ରୂପରେଖ ଦେବା ଆଶା କରାଯାଉଛି, ଯାହା ଛାତ୍ର ଛାତ୍ରୀଙ୍କୁ ଡିଜିଟାଲ ସାକ୍ଷରତା ଆହରଣ ସହିତ ସେମାନଙ୍କର ସାମଗ୍ରିକ ଶିକ୍ଷାଗତ ଅନୁଭୂତିକୁ ପରିବର୍ଦ୍ଧିତ କରିବା ଆଶା କରାଯାଉଛି,” ବୋଲି ଶ୍ରୀ ରୟ କହିଛନ୍ତି ।
ୟୁପିଏମଏଓ ଲାରପଙ୍କ ପ୍ରଧାନ ଶିକ୍ଷୟିତ୍ରୀ ହିମାଦ୍ରୀ ଦେହୁରୀ କହିଛନ୍ତି, “ଆମର ଛାତ୍ର ଛାତ୍ରୀମାନେ ଏହି ନୂତନ ଶିକ୍ଷା ଆହରଣ ବ୍ୟବସ୍ଥାକୁ ଆପଣେଇବାକୁ ଅତ୍ୟନ୍ତ ଉଲ୍ଲସିତ ଅଛନ୍ତି । ସମ୍ପ୍ରତି ଡିଜିଟାଲ ସାଧନ ଉପଲବ୍ଧ ହେବାଦ୍ୱାରା ଆମେ ଅଧିକ ନିୟୋଜନକାରୀ ଏବଂ ଫଳପ୍ରସୂ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରିପାରିବୁ । ଆମେ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ, ହୀରାକୁଦ ନିକଟରେ ଶିକ୍ଷାକୁ ଆଗେଇନେବାରେ ସେମାନଙ୍କର ନିରନ୍ତର ସମର୍ଥନ ନିମନ୍ତେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ।”
ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର କମୁ୍ୟନିଟି ଇନିସିଏଟିଭ୍‍ସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ମାର୍ଗଦର୍ଶନରେ ଗ୍ରୁପ୍‍ର ସିଏସଆର କାର୍ଯ୍ୟକଳାପ ପରିଚାଳିତ ହେଉଛି । କମ୍ପାନୀ ନିଜର ବ୍ୟବସାୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସକ୍ରିୟ ଅବଦାନ ରଖିବାର ଦୂରଦୃଷ୍ଟି ରଖିଛି । ଏହା କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନଧାରଣ ପନ୍ଥା ନିର୍ମାଣ କରୁଛି ଏବଂ ରାଷ୍ଟ୍ରର ମାନବ ବିକାଶ ସୂଚକକୁ ଉଚ୍ଚସ୍ତରକୁ ନେଉଛି । ଗ୍ରୁପ୍‍ର ସିଏସଆର ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ୟୁଏନ୍‍ଏସଡିଜିର ଲକ୍ଷ୍ୟସମୂହ ମୁତାବକ ହୋଇଛି ।

 

 

0
0
0
s2sdefault