ଜଗତସିଂହପୁର,ତା-୨୨.୧୧.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସ ୨୧ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳିତ ହୋଇଥାଏ । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୁକାରୀ ଡାକ୍ତର ରଘୁନାଥ ନାୟକ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଆମ ଜିଲ୍ଲାର ପୁରୁଷ ବନ୍ଧ୍ୟାକରଣର ସଚେତନତା ବ୍ୟାପକ କରି କରିବାକୁ ପରାମର୍ଶ ଦେଇଥିଲେ । ଏହି ପକ୍ଷକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି, ନଭେମ୍ବର ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସଚେତନତା ସପ୍ତାହ ଓ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସେବାପ୍ରଦାନ ସପ୍ତାହ । ଏ ବର୍ଷର ବାର୍ତା : " ପତିପତ୍ନୀ ମିଶି କରନ୍ତୁ ଆରମ୍ଭ ପରିବାର ନିୟୋଜନ ଚର୍ଚ୍ଚାର ଶୁଭାରମ୍ଭ "। ପୁରୁଷମାନଙ୍କ ପାଇଁ ଏନ. ଏସ. ଭି ଏକ ସହଜ ,ଫଳପ୍ରଦ ଓ ସୁରକ୍ଷିତ ଜନ୍ମ ନିରୋଧ ଉପାୟ ଅଟେ । ଏଥିରେ ବେଶୀ କଟାକଟି କି ସିଲେଇର ଆବଶ୍ୟକତା ନାହିଁ କି ପ୍ରତିକ୍ରିୟା ନାହିଁ, ଏହାଦ୍ୱାରା ପୁରୁଷର କୌଣସି କ୍ଷତି ହୁଏ ନାହିଁ । ଏହି ସେବା ମାଗଣାରେ ଯୋଗାଇଦିଆଯିବା ସହ ସେବା ଗ୍ରହଣ କାରୀଙ୍କ ପାଇଁ ଟଙ୍କା ୨୦୦୦ ରାଶି ପ୍ରଦାନର ସୁବିଧା ଅଛି ବୋଲି ଲୋକମାନଙ୍କୁ ଅବଗତ କରାଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଆମ ସମସ୍ତଙ୍କ ଦାୟିତ୍ଵ ହେବା ଉଚିତ ବୋଲି ବକ୍ତବ୍ୟ ରଖୁଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡାକ୍ତର ପ୍ରମୋଦ ବାରିକ ଏହି ପକ୍ଷ ପାଳନର ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିବାକୁ ଯାଇ ଅଭିଭାଷଣ ରଖିଥିଲେ ଯେ ପ୍ରଥମ ସପ୍ତାହରେ ସଚେତନତା ସପ୍ତାହ, ଏହି ସପ୍ତାହରେ ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ଓ ମାଈକିଙ୍ଗ ମାଧ୍ୟମରେ, ସ୍ବାସ୍ଥ୍ୟ କର୍ମକର୍ତ୍ତା ଲୋକମାନଙ୍କୁ ବୁଝାଇବେ ବ୍ୟକ୍ତିଗତ ସ୍ତରରେ ହେଉ ଅବା ଗୁରୁପରେ, ତା ସହିତ ବ୍ୟାନର ପୋଷ୍ଟର, ଲିଫଲେଟ ଆଦି ଦେଖାଇ ପଢାଇ ସଚେତନତା କରିବେ । ଦ୍ଵିତୀୟ ସପ୍ତାହରେ ଯେଉଁମାନଙ୍କୁ ଏ .ଏସ .ଭି .ନିମନ୍ତେ ପଞ୍ଜିକରଣ କରିଥିବେ ସେମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଡାକ୍ତରଙ୍କ ଦ୍ବାରା ସେବା ପ୍ରଦାନ କରିବେ ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲା ପର୍ଯ୍ୟନ୍ତ ତଦାରଖ କରିବେ ବୋଲି ବକ୍ତବ୍ୟ ରଖୁଥିଲେ । ଉକ୍ତ ସଭାରେ ଜିଲ୍ଲା ସ୍ତରରୁ ଏନ.ଏସ.ଭି ସର୍ଜନ ଡାକ୍ତର ସାଇଖ କାସିଫ ସାହାଜାଦା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ନିମନ୍ତେ କଣ ସବୁ ପଦକ୍ଷେପ ନେବା ଉଚିତ ଓ ଅପେରସନ ଗୃହରେ କଣ ସବୁ ସତର୍କତା ଅବଲମ୍ବନ କରାଯିବା ଆଦଶ୍ୟକତା ସେ ବିଷୟରେ ଆଲୋକପାତ କରିଥିଲେ । ଗତ ୨୦୨୩-୨୪ ବର୍ଷରେ ଯେଉଁ ତିନୋଟି ବ୍ଲକ ଯଥା : ଏରସମା, ମଣ୍ଡାସାହି ଓ କୁଜଙ୍ଗ ପୁରୁଷ ବନ୍ଧ୍ୟାକରଣ କରାଇଥିଲେ ସେଇ ସୁପରିଟେଣ୍ଡେଣ୍ଟ, ପି.ଏଚ.ଇ.ଓ. ଓ ବି.ପି.ଏମ.ଙ୍କୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହିସାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକ ଟ୍ରଫି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସଂମ୍ମାନିତ କରିଥିଲେ । ଉକ୍ତ ସଭାରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧୁକାରିଣୀ ସଚଳା ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ସମସ୍ତ ଅଧୂକାରୀ ଓ କର୍ମଚାରୀଙ୍କ ସହିତ ବ୍ଳକ ସ୍ତରରୁ ସମସ୍ତ ସୁପରିଟେଣ୍ଡେଣ୍ଟ ଓ ପ୍ରୋଗ୍ରାମ ଅଫିସରମାନେ ଉପସ୍ଥିତ ଥିଲେ I
ରାଜ୍ୟ
ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ-୨୦୨୪
- Hits: 7