ହେଡଲାଇନସ୍:

ସମ୍ ହସ୍ପିଟାଲରେ ବିଶ୍ୱ ସିଓପିଡି ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୦/ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ପଲ୍ମୋନାରୀ ମେଡିସନ୍ ବିଭାଗ ତରଫରୁ ବୁଧବାର ଦିନ ହସ୍ପିଟାଲ ପରିସରରେ ବିଶ୍ୱ ସିଓପିଡି ଦିବସ ପାଳନ କରାଯାଇଛି ।
ଚଳିତ ବର୍ଷର ଥିମ୍ ହେଉଛି ‘ନୋ ୟୋର୍ ଲଙ୍ଗ୍ସ୍ ଫଙ୍କସନ ’ ଅର୍ଥାତ୍ ନିଜର ଫୁସ୍ଫୁସର ଯତ୍ନ ବିଷୟରେ ଜରୁରୀ ।
ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରୀ ଡିଜିଜ୍ (ସିଓପିଡି) ହେଉଛି ଏକ ଫୁସ୍ଫୁସ୍ ଜନିତ ରୋଗ । ଏହି ରୋଗ ହେଲେ ରୋଗୀଟିର ଫୁସ୍ଫୁସ୍ ପ୍ରଥମେ ଆକ୍ରାନ୍ତ ହୋଇଥାଏ । ଏହା ମୁଖ୍ୟତଃ ବାୟୁ ପ୍ରଦୂଷଣ ଦ୍ୱାରା ବ୍ୟାପି ଥାଏ । ସୁସ୍ଥ ମଣିଷ ଏହି ପ୍ରଦୂଷିତ ବାୟୁକୁ ନିଃଶ୍ୱାସ ନେବାରେ ଫଳରେ ସେ ଅସୁସ୍ଥ ହୋଇଥାଏ । ଯାହାଫଳରେ କିଛି ଦିନ ପରେ ତାର ଶ୍ୱାସକ୍ରିୟାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବାକୁ ମିଳିଥାଏ ବୋଲି ପ୍ରଫେସର (ଡାକ୍ତର) ସାମନ୍ତସିଂହାର କହିଥିଲେ । ଯେତେ ଶୀଘ୍ର ଲୋକମାନେ ଏହି ରୋଗ ବିଷୟରେ ସଚେତନ ହେବେ ସେତେ ଶୀଘ୍ର ଏହି ରୋଗରୁ ମୁକ୍ତି ପାଇପାରିବେ ବୋଲି ସେ କହିଥିଲେ ।
ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପଲ୍ମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର(ଡାକ୍ତର) ବନାନୀ ଜେନା ଯୋଗଦେଇ କହିଥିଲେ ଯେ ଭାରତ ବର୍ଷରେ ୩୭.୮ ନିୟୁତ ଲୋକ ସିଓପିଡି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ମୁଖ୍ୟତଃ ଧୂମ୍ରପାନ ଓ ପ୍ରଦୂଷଣ ଦ୍ୱାରା ହୋଇଥାଏ । ଆଜିକାଲି ସିଓପିଡି ରୋଗୀମାନଙ୍କର ସଂଖ୍ୟାବୃଦ୍ଧିରେ ହେବାକୁ ଲାଗିଛି । ସେମାନେ ପ୍ରଦୂଷିତ ସ୍ଥାନକୁ ଯିବା ସମୟରେ ମାସ୍କ ବ୍ୟବହାର କରିବା ଜରୁରୀ ।
ସାରା ବିଶ୍ୱର ଏକ ତୃତୀୟାଂଶ ଲୋକ ଏହି ରୋଗରେ ପୀଡିତ ହେଉଛନ୍ତି । ସାରା ବିଶ୍ୱରେ ଦୁର୍ଘଟଣାରେ ମୃତୁ୍ୟବରଣ କରୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ସିଓପିଡିରେ ପୀଡିତ ଥିବା ରୋଗୀମାନଙ୍କର ସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରତିଦିନ ବ୍ୟାୟାମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ ଫଳରେ ଏହି ରୋଗରୁ ମୁକ୍ତି ମିଳି ପାରିବ ବୋଲି ପ୍ରଫେସର (ଡାକ୍ତର) ଜେନା କହିଥିଲେ । ଆମେ ପ୍ରଦୂଷଣକୁ ପ୍ରଶମିତ କରିବାକୁ ହେଲେ ଯଥା ସମ୍ଭବ ବୃକ୍ଷରୋପଣ କରିବା ଜରୁରୀ ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଇନ୍ଚାର୍ଜ ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟରଂଜନ ଦାସ, ପଲ୍ମୋନାରୀ ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ରାକ୍ଷୀ ଲୁଦାମ୍, ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର, ପଲ୍ମୋନାରୀ ମେଡିସିନ୍ ବିଭାଗର ପ୍ରଫେସର, ଡାକ୍ତର, ନର୍ସ ଓ ପୋରାମେଡିକ୍ ଷ୍ଟାଫ୍ ଉପସ୍ଥିତ ଥିଲେ ।

 

0
0
0
s2sdefault