ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଛାତ୍ରଛାତ୍ରୀ ଙ୍କ ଗଣିତ,ବିଜ୍ଞାନ,ଇଂରାଜୀ ଏବଂ ଓଡିଆ ବିଷୟ ର ଗୁଣାତ୍ମକ ଦକ୍ଷତା ର ବିକାଶ ଉଦ୍ଦେଶ୍ୟ ରେ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉକ୍ତ ବିଷୟଗତ ଜ୍ଞାନ ର ଅଭିବୃଦ୍ଧି ନିମିତ୍ତ ପାଞ୍ଚଦିନିଆ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ୨୦୨୪-୨୫ ଶିବିର ଉଦଘାଟିତ ହୋଇଯାଇଛି।ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଲୋକନାଥ ଭୋଇ, ସମ୍ମାନିତ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଏବଂ ସାଧନକର୍ମୀ ଭାବେ ଏମ୍.ପି ଜ୍ୟୋତିପ୍ରକାଶ ଏବଂ ଲଳିତ କୁମାର ବିଶ୍ଵାଳ ଯୋଗଦାନ କରିଥିଲେ।ସର୍ବପ୍ରଥମେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଶ୍ରୀ ଗଣେଶ ଓ ମା ସରସ୍ବତୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା ।ସମସ୍ତ ଅତିଥି ଏହି ତାଲିମ ଶିବିର ସମ୍ପର୍କ ରେ ନିଜ ନିଜ ଅଭିଭାଷଣ ରଖିଥିଲେ ।ଉକ୍ତ ତାଲିମ ଶିବିର ରେ ବିଜେପୁର, ଗାଇସିଲେଟ, ଝାରବନ୍ଧ , ପାଇକମାଳ ଏବଂ ରାଜବୋଡ଼ାସମ୍ବର ବ୍ଲକ ର ୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବା ପାଇଁ ଯୋଗଦାନ କରିଥିଲେ ।ଏହି ତାଲିମ ଶିବିର ଆସନ୍ତା ତା.୨୫/୧୧/୨୪ ପର୍ଯ୍ୟନ୍ତ ଚାଲିବ। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ପ୍ରଭାସିନୀ ସା ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ଟି କୁ ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ପ୍ରିତୀରଶ୍ମି ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରାଜ୍ୟ
ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ରେ ପାଞ୍ଚଦିନିଆ ଉତ୍କର୍ଷ ତାଲିମ ଶିବିର ଉଦଘାଟିତ
- Hits: 6