ହେଡଲାଇନସ୍:

ଓଡିଶାର ଦାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଖସିଲା ପାରଦ ବଢ଼ିଲା ଶୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଘୁ.ଉଦୟଗିରି, ତାପମାତ୍ରା ୯ଡିଗ୍ରୀ ରେକର୍ଡ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଓଡିଶା. ଦାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି ଅଞ୍ଚଳରେ ଆଜି ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି l ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି । ଆଜି ଘୁ.ଉଦୟଗିରି ସହରର ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହୋଇ ଥଣ୍ଡା ସହର ପାଇଁ ଚର୍ଚ୍ଚାରେ ରହିଛି l ବାତ୍ୟା, ବର୍ଷା, ମେଘ ପରେ ଗତ ଦୁଇ ଦିନ ହେଲା ଆକାଶ ନିର୍ମଳ ରହିବା ସହ ଥଣ୍ଡାର ପ୍ରକୋପ ଧୀରେ ଧୀରେ ଅନୁଭୂତ ହେବା ପରେ ଗତ ରାତିରୁ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି । ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି । ଘୁ.ଉଦୟଗିରି ସହରର ତାପମାତ୍ରା ଆଜି ୯ ଡିଗ୍ରୀ ଥିବା ବେଳେ ଆଭ୍ୟନ୍ତରୀଣ ପାହାଡ଼ ପର୍ବତ ଘେରା ଗ୍ରାମାଞ୍ଚଳରେ ତାପମାତ୍ରା ଆହୁରି ଏକ ଡିଗ୍ରୀ କମ ରହୁଥିବା ସୂଚନା ମିଳିଛି । ଏହା ସହ ଗ୍ରାମାଞ୍ଚଳରରେ ଶୀତର ପ୍ରକୋପ ଆହୁରି ଅଧିକ ରହିଛି । ଥଣ୍ଡା ଯୋଗୁଁ ହାତଗୋଡ଼ କାଲ ମାରିବା ସହ ନିଆଁର ସାହାରରେ ଗ୍ରାମାଞ୍ଚଳରେ ଲୋକ ରହୁଥିବା ଦେଖିବାକୁ ମିଳିଛି ।

ପ୍ରବଳ ଥଣ୍ଡା ଯୋଗୁଁ ସଞ୍ଜ ନଇଁଲେ ସହର ଜନଶୁନ୍ୟ ହେବା ସହ ରାସ୍ତାଘାଟ ଖାଁ ଖାଁ ଲାଗୁଚି । ରାତି ବଢିଲେ କୁହୁଡି ଆରମ୍ଭ ହେବା ସହ ଶୀତ ବଢୁଛି l ସକାଳ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ କୁହୁଡି ମୟ ଆକାଶ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଏବଂ ହଟାତ ୧୦ଡିଗ୍ରୀ ତଳକୁ ତାପମାତ୍ରା ଖସିବା ଓ ହଟାତ ପ୍ରବଳ ଥଣ୍ଡା ପଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଇପଡିଛନ୍ତି । ପ୍ରବଳ ଥଣ୍ଡା ଯୋଗୁଁ ଗରମ ପୋଷାକ ବ୍ୟବସାୟୀ ଥଣ୍ଡା ପଡିବା ପରେ ନିଜ ବ୍ୟବସାୟକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି । ଆଗାମୀ ଦିନରେ ପାରଦ ଆହୁରି ତଳକୁ ଖସିବା ସହ ଜାଡ ବଢିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି l

0
0
0
s2sdefault