ହେଡଲାଇନସ୍:

କାର୍ତ୍ତିକ ପୂର୍ଣ୍ଣିମାରେ ଭଜନ ସନ୍ଧ୍ୟା : ଓଡିଶାର ଜଣାଶୁଣା କଣ୍ଠଶିଳ୍ପୀଙ୍କ ଭଜନ ପରିବେଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାରଳା କଳା ସଂସ୍କୃତି ସେବା ଟ୍ରଷ୍ଟ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଭଜନ ସନ୍ଧ୍ୟା ରେ ଓଡିଶା ର ଜଣାଶୁଣା ସୁନାମଧନ୍ୟ କଣ୍ଠଶିଳ୍ପୀ ସୁବାସ ଦାସ , ମନ୍ମଥ ମିଶ୍ର , କ୍ରିଷ୍ଣା ମିଶ୍ର , ଚନ୍ଦନ ଗନ୍ତାୟତ , ମନୀଷା ପାତ୍ର , ଆଲୋକ କୁଣ୍ଡୁ ପ୍ରମୁଖ ଭଜନ ପରିବେଷଣ କରିଥିଲେ।
ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟସ୍ଥ ରାଜଦାଣ୍ଡ ସାହି ରେ ଭଜନ ଶୁଣିବା ଓ କଣ୍ଠଶିଳ୍ପୀଙ୍କୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଦେଖିବାକୁ ମିଳିଥିଲା। ଏହିଭଳି କାର୍ଯ୍ୟକ୍ରମ କରିଥିବାରୁ ପାରଳାବାସୀ ଆୟୋଜକ ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ ଓ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅତିଥି ଭାବେ ମାନ୍ୟବର ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିତେନ୍ଦ୍ର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼. ଗୁଣନିଧି ନାୟକ , ପ୍ରଦୀପ ନାୟକ ସମେତ ଅନେକ ଅଧ୍ୟକ୍ଷ ଅଧ୍ୟକ୍ଷା , ଜିଲ୍ଲାପରିଷଦ ଉପସ୍ଥିତି ଥିଲେ। ଆଦର୍ଶ ଦାସ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ଅତିଥି ମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

0
0
0
s2sdefault