ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ମହାନ୍ ଦିବସ ରେ ଭଞ୍ଜନଗର ସହରର ଶ୍ରୀଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର ସହିତ ଏହାର ଆଖପାଖ ଅଞ୍ଚଳ ଯଥା କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର, ବାଗଦେଵୀ ମନ୍ଦିର, ସ୍ୱପ୍ନେଶ୍ଵର ମନ୍ଦିର ଇତ୍ୟାଦି ରେ ଭରୁ ଭରୁ ଦିଅଁ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।
ଆଜିର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ମହାନ୍ ଦିନରେ ଭଞ୍ଜନଗର ସହରର ଅନେକ ଜନସାଧାରଣ ଲୋହରାଖଣ୍ଡି ନଦୀ ର ପବିତ୍ର ଜଳରେ ସ୍ନାନ କରି କଦଳୀ ଗଛର ପଟ କୁ ବୋଇତ କରି ସେଇ ଜଳରେ ଭସାଇ ନିଜର ଅତିତ ପରମ୍ପରା କୁ ମନେ ପକାଇଥିଲେ। ଏଠାରେ ଆମେ କହିବାକୁ ବାଧ୍ୟ ହେଉଛୁ, କାରଣ ଆଜି ଆଉ ସେହି ଲୋହରାଖଣ୍ଡି ନଦୀ ର ଜଳ ପବିତ୍ର ନାହଁ ଧୀରେ ଧୀରେ ମଣିଷ ସମାଜ ପାଇଁ ଅପବିତ୍ର ବା ଅପରିଷ୍କାର ଓ ସଙ୍କୁଚିତ ହୋଇ ନର୍ଦ୍ଦମା ର ଭ୍ରମ ସୃଷ୍ଟି କରିଲାଣି। ବୋଧେ ସମୟ ଓ ଜଳବାୟୁ ଓ ମନୁଷ୍ୟ କୃତ ଯୋଗୁଁ ନଦୀ ମଧ୍ୟ ଗତ ହେବା ଅବସ୍ଥାରେ। ସେ ଯାହାହେଉ ଆଜି ଭଞ୍ଜନଗର ଜନସାଧାରଣ ଆମ ଉତ୍କଳୀୟ ପରମ୍ପରା କୁ ତଥା ପ୍ରଥା ଓ ଚଳନି କୁ ଉଜ୍ଜିବିତ ନିମନ୍ତେ ନଦୀରେ ବୋଇତ ଭସାଇ ଥିଲେ। ଭୋର ସକାଳୁ ସକାଳୁ ବୋଇତ ଭସାଇ ମନ୍ଦିର ରେ ଦିଅଁ ଦର୍ଶନ କରିଥିଲେ। କାରଣ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଦିଅଁ ଦର୍ଶନ ଫଳରେ ଶାସ୍ତ୍ରାନୁସାରେ ଅନେକ ପୂଣ୍ୟ ଫଳ ଅର୍ଜନ ହୋଇଥାଏ, ବୋଲି ଆମର ବିଶ୍ଵାସ।
ଆ-କା-ମା- ବୈ, ପାନ ଗୁଆ ଥୋଇ,ପାନ ଗୁଆ ତୋର, ମାସକ ଧରମ ମୋର।
ଏହାକୁ ପ୍ରାଚୀନ ଉତ୍କଳର ସମୃଦ୍ଧ ନୈବାଣିଜ୍ୟ ସହିତ ଯୋଡ଼ି ଅନେକେ ଅର୍ଥ କରିଥାଆନ୍ତି- ‘ଆ-କା’ର ଅର୍ଥ ଆଷାଢ଼ ଓ କାର୍ତ୍ତିକ ଏବଂ ‘ମା ଵୈ’ ବା ଭୈ ଯାହାର ଅର୍ଥ ଭୟ କରନାହିଁ। ପୂର୍ବେ ଉତ୍କଳର ସାଧବ ପୁଅମାନେ ଦରିଆପାରି ରାଇଜରେ ବେପାର କରୁଥିଲେ। ଯିବାପାଇଁ କାର୍ତ୍ତିକ ଏବଂ ଫେରିବାପାଇଁ ଆଷାଢ଼ ଥିଲା ନିରାପଦ ମାସ; କାରଣ, ଏହି ସମୟରେ ସାମୁଦ୍ରିକ ଝଡ଼ର ଭୟ ନଥାଏ। ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବାବେଳେ ‘ଆ-କା-ମା-ଭୈ’ ବୋଲାଯାଏ।କିନ୍ତୁ ‘ଆ-କା-ମା-ଭୈ’ ପ୍ରକୃତରେ ‘ଆ-କା-ମା-ବୈ’। ଏହା ପାରମ୍ପରିକ ଭାବରେ ସ୍ୱୀକୃତ ଚାରି ଧର୍ମମାସର ସୂଚନା। ‘ଆ’ ହେଉଛି ଆଷାଢ଼, ‘କା’ ହେଉଛି କାର୍ତ୍ତିକ, ‘ମା’ ହେଉଛି ମାଘ ଓ ‘ବୈ’ ହେଉଛି ବୈଶାଖ। ଏହି ଚାରିମାସ ହିନ୍ଦୁଙ୍କର ପୁଣ୍ୟମାସ। ଏହି ଚାରିମାସରେ ବ୍ରତ କରି, ମାସ ଶେଷର ପୂର୍ଣ୍ଣମୀରେ ଦାନ ଆଦି କଲେ ପରମ ପୁଣ୍ୟ ମିଳେ।
ଆମର ଧାର୍ମିକ ପରମ୍ପରାରେ ‘କା-ମା-ବୈ’ ଅର୍ଥାତ୍ କାର୍ତ୍ତିକ, ମାଘ ଓ ବୈଶାଖରେ ହବିଷ୍ୟ ପାଳନର ବ୍ୟବସ୍ଥା ଅଛି। ଏହି
ସେ ଯୁଗ ପରେ ଆମେ ତାର ସଙ୍କେତ ସ୍ଵରୂପ ସୋଲ ବା କଦଳୀ ଖୋଳପା ଡ଼ଙ୍ଗା ରେ ଆଉ ମୂଲ୍ୟବାନ ଦ୍ରବ୍ୟ କିଛି ନଥୋଇ କେବଳ ପାନ,ଗୁଆ,ଆଖୁ ଭଳି କିଛି ଦ୍ରବ୍ୟ ଥୋଇ ଦୀପଟିଏ ଜଳାଇ ଦେଇ ଆ କା ମା ଭୈ ସହ ଆଉ ଦୁଇପଦ ଯୋଡ଼ି "ପାନ ଗୁଆ ଥୋଇ, ପାନଗୁଆ ତୋର, ମାସକ ଧର୍ମ ମୋର" କହି ଡ଼ଙ୍ଗା ଭସାଇ ସେ ସ୍ମୃତି କୁ ଉଜ୍ଜୀବିତ କରୁ l
ଏଣୁ ଧର୍ମସହ ବାଣିଜ୍ୟକୁ ଯୋଡ଼ିଦେଇ ଗୋଟେ ପରମ୍ପରା ବଜାୟ ରଖିବାର ଏହା ଏକ ଭାବପୂର୍ଣ୍ଣ ବ୍ୟବସ୍ଥା।
କିନ୍ତୁ ଦୁଃଖର କଥା ଏତକ ମଧ୍ୟ ଧୀରେ ଧୀରେ ବୁଡ଼ିଯିବ କାରଣ ଆଉ ଆମେ ଜଳାଶୟ ବା ନଦୀ ଦେଖିବାକୁ ପାଇବା ନାହିଁ । ଧିରେ ଧିରେ ବର୍ଷା ଅଭାବରୁ ଶୁଖି ଗଲାଣି ଓ ଅନେକ ମନୁଷ୍ୟ ଯୋଗୁଁ ପୋତି ହୋଇଗଲାଣି। ନାଳ ବା ଗାଡିଆ ରେ ଗାଧୋଇବା ଛାଡ଼ି ସାରିଛେ। ଆମେ କେହି ସନ୍ତରଣ ପଟୁ ମଧ୍ୟ ନୋହୁଁ। ବାଥରୁମ୍ ରେ ବାଲଟିଏ ପାଣିରେ ପୋଛିହେବା ଅଭ୍ୟାସ ହୋଇଗଲାଣି, ତେବେ ଆଜି ଝିଅଟିଏ ସାଧବାଣୀର ମାନସିକତା କେଉଁଠୁ ଆଣିବ ? ଆଜିର ଏହି କାର୍ତ୍ତିକ ପୂର୍ଣ୍ଣମୀ ରେ ଭଞ୍ଜନଗରସ୍ଥ ଶ୍ରୀଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର, ସହିତ ଭଞ୍ଜନଗର ର ଅନେକ ମନ୍ଦିର, କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର, ବାଗଦେବୀ ମନ୍ଦିର, ଗୋଲାପଡାର ସ୍ଵପ୍ନେଶ୍ଵର ଶିବ ମନ୍ଦିର ରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶକଙ୍କ ଭିଡ଼ ଦେଖାଯାଇଥିଲା।