ରାଉରକେଲା(ବସନ୍ତ କୁମାର ଜେନା) : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ବିର୍ସା ମୁଣ୍ଡା ଷ୍ଟ୍ୟାଚୁ କମିଟିର ମିଳିତ ଆନୁକୁଲ୍ୟ ରେ ବିର୍ସା ମୁଣ୍ଡା ଜୟନ୍ତି ଆଜି ରାଉରକେଲାରେ ପାଳିତ ହୋଇଯାଇଛି l
ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆରଏସପିର ଭାରାପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ସମ୍ମାନୀୟ ଅତିଥି ଆରଏମସି କମିଶନର ଆଶୁତୋଷ କୁଲକର୍ଣ୍ଣି , କାର୍ଯ୍ୟକାରୀ ନିର୍ଦ୍ଦେଶକ (ଏଚଆର) ତରୁଣ ମିଶ୍ର ଯୋଗଦାନ କରି ବିର୍ସା ମୁଣ୍ଡା ଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ l
ଏହି ଅବସରରେ ଶ୍ରୀ ଭୌମିକ ବିର୍ସା ମୁଣ୍ଡାଙ୍କ ସ୍ବାଧିନତା ସଂଗ୍ରାମରେ ତାଙ୍କର ବଳିଦାନ କୁ ସ୍ମରଣ କରିଥିଲେ l ବିର୍ସା ମୁଣ୍ଡା ଆଦିବାସୀ ସମାଜର ବିକାଶରେ ସର୍ବଦା ପ୍ରାଥମିକତା ଦେଉଥିଲେ l ସେଥିପାଇଁ ଜନଜାତୀୟ ସମାଜର ଗୌରବ ଦିବସ ଭାବରେ ଏହି ଦିବସକୁ ପାଳନ କରାଯାଉଛି l
ଏହି ଅବସରରେ ବିର୍ସାମୁଣ୍ଡା ଜୀବନୀ ଉପରେ ଆଧାରିତ ଚିତ୍ରାଙ୍କନ ଓ ବକ୍ତତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଏହାର ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା
l
ଏହି କାର୍ଯ୍ୟକ୍ରମରେ ଆରଏସପିର ସିଜିଏମ ବି କେ ଜୋଜୋ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ସହିତ ସହରର ଗଣମାନ୍ୟ ବ୍ୟକ୍ତି ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
ବିର୍ସା ମୁଣ୍ଡା ଷ୍ଟ୍ୟାଚୁ କମିଟିର ସଚିବ ପ୍ରୋଫେସର ବିଜୟ କୁମାର ଟପ୍ପୋ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ପ୍ରସନ୍ନ ତ୍ରୀପାଠୀ ମଂଚ ପରିଚାଳନା କରିଥିଲେ l
[10:56 pm, 15/11/2024] Rkl Basanta Kumar Jena: End---------