ହେଡଲାଇନସ୍:

ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ନଭେମ୍ବର,୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଜେନେରାଲ ମେଡିସିନ୍ ଓ ଏଣ୍ଡୋକ୍ରିନୋଲୋଜି ବିଭାଗ ପକ୍ଷରୁ ଗୁରୁବାର ଦିନ ହସ୍ପିଟାଲ ପରିସରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି ।
ଚଳିତବର୍ଷ ବିଶ୍ୱ ମଧୁମେହ ଦିବସର ଥିମ୍ ରହିଛି “ଡାଇବେଟିସ୍ ଆଣ୍ଡ ୱେଲବିଙ୍ଗ୍ ଏମ୍ପାୱାରଇଂ ଗ୍ଳୋବାଲ୍ ହେଲଥ୍” । ଏହାର ଅର୍ଥ ମଧୁମେହ ଏବଂ ସୁସ୍ଥତା ସହ ବିଶ୍ୱ ସ୍ୱାସ୍ଥ୍ୟକୁ ସଶକ୍ତ କରିବା ମୂଳ ଲକ୍ଷ୍ୟ ।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ ପ୍ରତିବର୍ଷ ଭାରତରେ ୧୨୦ରୁ ୧୩୦ ମିଲିୟନ୍ ଲୋକ ମଧୁମେହ ରୋଗରେ ପୀଡିତ ହେଉଛନ୍ତି । ମଧୁମେହ ରୋଗ ଏକ ସାଘାଂତିକ ରୋଗ ନୁହେଁ । ଲୋକ ମାନେ ଏହି ରୋଗ ବିଷୟରେ ଯେତେ ଶୀଘ୍ର ସଚେତନ ହେବେ ସେତେ ଶୀଘ୍ର ଏହାର ଭୟ ସେମାନଙ୍କର ମନରୁ ଦୂରେଇ ଯିବ । ନିଜର ଜୀବନଶୈଳୀକୁ ପରିବର୍ତନ କରିବା ନିତାନ୍ତ ଆବଶ୍ୟକ । ପ୍ରତ୍ୟେକ ମଣିଷ ମାନସିକ, ଶାରୀରିକ ଓ ଆଧ୍ୟାତ୍ମିକ ସ୍ତରରେ ନିଜକୁ ସୁଦୃଢ କରିବା ଜରୁରୀ ବୋଲି ପ୍ରଫେସର (ଡାକ୍ତର) ମହାପାତ୍ର କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗଦେଇ କହିଥିଲେ ଯେ ଏହି ରୋଗରୁ ଲୋକମାନେ ମୁକ୍ତି ପାଇପାରିବେ ଏବଂ ଏହି ବାର୍ତା ଦେବା ଆମର ମୂଳ ଲକ୍ଷ୍ୟ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଇଏନ୍ଟି ବିଭାଗର ମୁଖ୍ୟ ଓ ଇନ୍ଚାର୍ଜ ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟ ରଂଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ମଧୁମେହକୁ ଲୋକମାନେ ନ ଡରି ତାହାର ସାମନା କରିବା ଜରୁରୀ । ଗୋଟେ ଲୋକ ମାନସିକ ଦୁଃଶିନ୍ତାରୁ ନିଜକୁ ମୁକ୍ତ ରଖିବା ସହିତ ଖୁସି ରହିବାକୁ ଚେଷ୍ଟା କରିବା ବୋଲି ପ୍ରଫେସର ଦାସ କହିଥିଲେ ।
ଏହି ଅବସରରେ ସମ୍ ହସ୍ପିଟାଲ୍ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଜୟଭାନୁ କନ୍ୱର କହିଥିଲେ ଇନ୍ସୁଲିନ୍ର ଉଦ୍ଭାବନ ୧୦୦ ବର୍ଷ ତଳେ ହୋଇଥିଲେ ମଧ୍ୟ ଲୋକମାନେ ଏହାର ବ୍ୟବହାର ସମ୍ପର୍କରେ ଏ ପର୍ଯ୍ୟନ୍ତ ଅବଗତ ହୋଇପାରୁ ନାହାନ୍ତି । ତେଣୁ ମଧୁମେହ ରୋଗର ଆଗୁଆ ଚିହ୍ନଟ, ଚିକିତ୍ସା ଓ ଏହାର ନିରାକରଣ ନିମନ୍ତେ ସଚେତନତା ଜରୁରୀ ବୋଲି ସେ କହିଛନ୍ତି ।
ସମ୍ ହସ୍ପିଟାଲ୍ର ଜେନେରାଲ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସମୀର ସାହୁ ଯୋଗଦେଇ ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ତଥ୍ୟ ପ୍ରଦାନ କରିଥିଲେ । ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ଏହାର ମାତ୍ରା ଅଧିକ । ଉଚିତ୍ ଚିକିତ୍ସା, ସଚେତନତା ଓ ଜୀବନ ଶୈଳୀରେ ପରିବର୍ତନରେ ଏହି ରୋଗର ନିୟନ୍ତ୍ରଣ କରାଯାଇପାରିବ ବୋଲି ପ୍ରଫେସର ସାହୁ କହିଥିଲେ । ଏଣ୍ଡୋକ୍ରାଇନୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜୟଶ୍ରୀ ସ୍ୱାଇଁ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ବିଭିନ୍ନ ଆଲୋଚନ ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଜେନେରାଲ ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ଲଲିତ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଶେଷରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଜେନେରାଲ ମେଡିସିନ୍ ବିଭାଗର ଡାକ୍ତର ମେଘନାଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ ହସ୍ପିଟାଲ୍ର ଜେନେରାଲ ମେଡିସିନ୍ ଓ ଏଣ୍ଡୋକ୍ରିନୋଲୋଜି ବିଭାଗ ପକ୍ଷରୁ ଗୁରୁବାର ସକାଳେ ରକ୍ତଭଣ୍ଡାର ଠାରୁ କଳିଙ୍ଗ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ବିଶ୍ୱ ମଧୁମେହ ଦିବସ ପାଳନ ଉପଲକ୍ଷେ ୱାକାଥନ୍ ଓ ସଚେତନତା ରାଲି ମଧ୍ୟ କରାଯାଇଥିଲା । ଏହାର ମୂଳଲକ୍ଷ୍ୟ ଥିଲା ଲୋକଙ୍କୁ ମଧୁମେହ ରୋଗ ସମ୍ପର୍କରେ ସଚେତନ କରାଇବା । ଏହି ସଚେତନତା ରାଲିରେ ୨୦୦ରୁ ଉଦ୍ଧ୍ୱର୍ ଡାକ୍ତର, ଛାତ୍ରଛାତ୍ରୀ, ନର୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

0
0
0
s2sdefault