ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ସଦର ବ୍ଲକ ନୋତର ସମବାୟ ସମିତିରେ ହୋଇଥିବା ଋଣ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ଇଟାମାଟି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଉଛନ୍ତି ଉକ୍ତ ସମବାୟ ସମିତିର ବହିଷ୍କୃତ ସମ୍ପାଦକ ଆଶିଷ କୁମାର ପ୍ରଧାନ । ଆଶିଷ ସମବାୟ ସମିତିରେ ଦୀର୍ଘବର୍ଷ ତଳୁ କାର୍ଯ୍ୟ କରି ଆସୁଥିଲେ । ଲୋକଙ୍କ ବିଶ୍ୱାସରେ ବିଷ ଦେଇ ସେମାନଙ୍କ ଚେକ୍ ଏବଂ ଡ୍ରୟାଲକୁ ବ୍ୟବହାର କରି ବ୍ୟାପକ ଅନିୟମିତତା କରିଥିଲେ । ଲୋକଙ୍କ ନାଁରେ ଋଣ କରି ତାହାକୁ ଇଟାମାଟି ସମବାୟ ବ୍ୟାଙ୍କରୁ ଉଠାଣ କରି ନେଇଥିଲେ । ଋଣ ଠକେଇ ଘଟଣାକୁ ନେଇ ଚାଷୀ ଗୋଲେଖ ନାୟକ ଇଟାମାଟି ଥାନାରେ ଏକ ଏତଲା ଦେଇଥିଲେ । ଉକ୍ତ ଏତଲା ଆଧାରରେ ଆଶିଷଙ୍କ ନାମରେ ଆଇପିସି ୪୦୯ ଏବଂ ୪୨୦ ଦଫାରେ ୨୯୩/୨୨ରେ ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲେ । ଏହା ମଧ୍ୟରେ ଆଶିଷଙ୍କୁ ଉକ୍ତ ସମବାୟ ସମିତିରୁ ବହିଷ୍କୃତ କରାଯାଇ ସାରିଛି । ଆଶିଷ ମୋଟ ୧ କୋଟି ୧୪ ଲକ୍ଷ ୨୨ ହଜାର ଟଙ୍କା ଠକେଇର ପ୍ରମାଣ ପୁଲିସ ପାଇଛି । ଯାହାକୁ ଆଧାର କରି ଇଟାମାଟି ପୁଲିସ ଆଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜଗଦିଶ କର ସୂଚନା ଦେଇଛନ୍ତି । ଇଟାମାଟି ଥାନା ଏସଆଇ ଗୋପବନ୍ଧୁ ମଲ୍ଲିକଙ୍କ ନେତୃତ୍ୱରେ ଏଟ ଟିମ୍ ଚଢ଼ାଉ କରି ଆଶିଷକୁ ବରମୁଣ୍ଡା ଅଞ୍ଚଳରୁ ଧରିଥିବା ସୂଚନା ମିଳିଛି । ଆଜି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି
ରାଜ୍ୟ
ସମବାୟ ସମିତିରେ ହୋଇଥିବା ଋଣ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ
- Hits: 18