ନବରଙ୍ଗପୁର ଠାରେ ବିଶ୍ଵ ନିମୋନିଆ ଦିବସ ପାଳିତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୧୨.୧୧.୨୦୨୪: ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଲୟ ପରିସର ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀଗୃହରେ ଏ ଡି ପି ଏଚ ଓ (ଏଫ୍ ଡବ୍ଳୁ) ଡ ମଳୟ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ନିମୋନିଆ ଦିବସ ପାଳିତ ହୋଇଯାଇଛି।ଦେଶରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁର କାରଣ ସାଜିଥିବା ( ଶିଶୁମୃତ୍ୟୁ ର ୧୪ ପ୍ରତିଶତ) ନିମୋନିଆକୁ ପ୍ରତିହତ କରିବା ପାଇଁ" ସାନ୍ସ "ଯୋଜନା ମାଧ୍ୟମରେ ସାରା ଦେଶରେ ପ୍ରତ୍ୟେକ ପୀଡିତ ଶିଶୁଙ୍କୁ ନିମୋନିଆ ଲକ୍ଷଣ ଚିହ୍ନଟ କରି ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଉଛି।

ଡ ତ୍ରିପାଠୀ ନିମୋନିଆ ପୀଡିତ ଶିଶୁର ଲକ୍ଷଣ, ଗୁରୁତର ନିମୋନିଆ ର ଲକ୍ଷଣ, ଔଷଧ , ଇଞ୍ଜେକସନ, ପି ସି ଭି ପ୍ରତିଷେଧକ ଟୀକା, ପୀଡିତ ଶିଶୁଙ୍କୁ ସ୍ତନ୍ୟପାନ , ଶୀତଦିନରେ ଶିଶୁ ସ୍ବାସ୍ଥ୍ୟର ଅଧିକଯତ୍ନ, ଆଶାକର୍ମୀଙ୍କ ଦ୍ବାରା ଘରକୁଘର ଯାଇ ନିମୋନିଆ ପୀଡିତ ଶିଶୁର ଲକ୍ଷଣ ଚିହ୍ନଟ ଓ ଔଷଧ ପ୍ରଦାନ,ଗୁରୁତର ନିମୋନିଆର ପ୍ରାଥମିକ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା, ଲୋକ ଓ ପିତାମାତା ଙ୍କ ସଚେତନତା ଉପରେ ବିଶେଷ ସୂଚନା ଦେଇଥିଲେ l ଶିଶୁ ରୋଗ ବିଶେଷଜ୍ଞ ଡ ପ୍ରଦୀପ କୁମାର ଦାସ, ଡି ଏଚ ଓ ଡ ସୁକାନ୍ତ ଶତପଥୀ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ନିଜ ବକ୍ତବ୍ୟରେ ନବରଙ୍ଗପୁର ଜିଲ୍ଲା ରେ ନିମୋନିଆ କୁ ପ୍ରତିହତ ପାଇଁ ଆଶା କର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପଯୁକ୍ତ ତାଲିମ, ଗ୍ରାମାଞ୍ଚଳ ରେ ବ୍ୟାପକ ପ୍ରଚାର ଓ ପ୍ରସାର, ଅନ୍ଧ ବିଶ୍ବାସର ବଶବର୍ତ୍ତୀ ନ ହେବା, ନୀରିକ୍ଷଣ ଟିମ, ସ୍ୱାସ୍ଥ୍ୟ କେନ୍ଦ୍ରରେ ନିମୋନିଆ ପାଇଁ ଆନୁସଙ୍ଗିକ ଚିକିତ୍ସା ବ୍ୟବସ୍ଥା ଉପରେ କହିଥିଲେ।

୨୦୧୯ ରୁ ପ୍ରଣୟନ " ସାଂସ" ଯୋଜନା ମାଧ୍ୟମରେ ସାରା ଦେଶରେ ନିମୋନିଆ କୁ ପ୍ରତିହତ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। "ସାଂସ "ର ଚଳିତ ବର୍ଷ ର ବିଷୟ " ନିମୋନିଆ ନାହିଁ ଯାହାର,ପିଲାଦିନ ଠିକ୍ ତାହାର"।ଏହି କାର୍ଯ୍ୟକ୍ରମ ଆଜିଠାରୁ ଜିଲ୍ଲାରେ ଆରମ୍ଭ ହୋଇ ଆସନ୍ତା ୨୦୨୫ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ।ଆଶାକର୍ମୀ ମାନେ ଘର କୁ ଘର ଯାଇ ନିମୋନିଆର ଲକ୍ଷଣ, ତୁରନ୍ତ ଚିକିତ୍ସା ର ବ୍ୟବସ୍ଥା କରିବେ। ବୈଠକ ପରେ ଶିଶୁ ଓ ଗର୍ଭବତୀ ମହିଳା ଚିକିତ୍ସାଲୟରେ ସ୍ଥାପିତ ସଚେତନତା ଷ୍ଟଲ କୁ ଡ ତ୍ରିପାଠୀ ଉଦ ଘାଟନ କରିଥିଲେ।ବୈଠକ ରେ ଏ ଡି ପି ଏଚ ସି ଓ ରାମହରି ପଣ୍ଡା, ଡି ଏମ, ଆର୍ ସି ଏ ଚ ସୁଶାନ୍ତ ପ୍ରସାଦ ନାୟକ, ଆର୍ ବି ଏସ ମ୍ୟାନେଜର ଫିରୋଜ ବାଗ ଙ୍କ ସମେତ ନର୍ସିଂ କଲେଜର ଛାତ୍ରୀ, ମେଡିକାଲ ଷ୍ଟାଫ ଉପସ୍ଥିତ ଥିଲେ।

0
0
0
s2sdefault