କୁଡୁମୀ ସେନା ପକ୍ଷ ରୁ ସପ୍ତମ ବାର୍ଷିକ ବାନ୍ଦନା ପରବ ଭେଟଘାଟ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ର ଧାନଘେରୀ ର (ବଡ଼ଚାଟର ) ପଡିଆ ଠାରେ କୁଡୁମୀ ସେନା ପକ୍ଷରୁ ବାନ୍ଧାଣା ପର୍ବ ଓ  ସଂସ୍କୃତି ବଞ୍ଚାଅ ଅଭିଯାନ  କୁଡୁମୀ ସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କୁସୁମୀ ସେନା ର  ପ୍ରତିଷ୍ଠାତା ଜୟମୁନୀ ମହାନ୍ତ ଙ୍କ ଆହ୍ୱାନ  କ୍ରମେ ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିହାର ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାର ଯୋଗଦେଇଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ପଶ୍ଚିମବଙ୍ଗ ର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀକାନ୍ତ ମହାନ୍ତ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବ ବେଙ୍ଗଲ କୁଡୁମୀ ସମାଜ ର ସଭାପତି ରାଜେଶ ମହାନ୍ତ, ଝାଡଖଣ୍ଡ କୁଡ଼ୁମି ସେନା ର ସଭାପତି ଲାଲଟୁ ମାହାତ, ଝାଡଖଣ୍ଡ କୁଡ଼ୁମୀ ବିକାଶ ସମିତି ସଭାପତି ସପନ ମାହାତ, ସୈଳେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। କୁଡୁମୀ ସେନା ସଭାପତି ଜୈମୁନି କୁମାର ମହାନ୍ତ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ରେ ଆୟଜିତ ଗୋରୁଖୁଣ୍ଟ , ଢେଙ୍ଗୁଆଁନ୍ ଗୀତ ଓ ପାନ୍ତା ଝୁମର ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଏହା ପରେ ଝୁମର ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଦଶହଜାରୁ ଉର୍ଦ୍ଧ  ଲୋକ ଙ୍କ ଜନ ସମାଗମ ହୋଇଥିଲା କୁଡୁମୀ ସେନା ର ସଦସ୍ୟ ସାଇରାମ ମହାନ୍ତ, ବିଶ୍ଵନାଥ ମହାନ୍ତ,ସିତେଶ ମହାନ୍ତ , କୁବେର ମହାନ୍ତ, ପପୁ ମହାନ୍ତ, କାହ୍ନୁ ମହାନ୍ତ, ଅଜିତ ମହାନ୍ତ, ପ୍ରଶାନ୍ତ ମହାନ୍ତ ପ୍ରମୂଖ ମଞ୍ଚ ପରିଚାଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ମହିଳା କୁଡୁମୀ ସେନାର ଗୀତାଞ୍ଜଳି ମହାନ୍ତ, ରିତାଞ୍ଜଳି ମହାନ୍ତ, ଅଞ୍ଜନା ମହାନ୍ତ, ନିରୁପମା ମହାନ୍ତ, ଶକୁନ୍ତଳା ମହାନ୍ତ ,ପ୍ରମିଳା, ରୋଜୀ,ସୌରବିନି, ଭାରତୀ ମହାନ୍ତ ଓ କୁଡୁମୀ ଛାତ୍ର ସେନା ର ବରୁଣ, ହେମନ୍ତ,ଗୌତମ,ମହେଶ୍ୱର,ବିରେନ୍ଦ୍ର, ମନୋଗୋବିନ୍ଦୋ, ମୋନଜ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। 

0
0
0
s2sdefault