ବାସୁଦେବପୁର - ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଜନ ଶୁଣାଣି ଶିବିର ଆୟୋଜନ ହୋଇ ଯାଇଛି। ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଏହି ମିଳିତ ଜନ ଶୁଣାଣି ଶିବିର ରେ ଜିଲ୍ଲାପାଳ ଦିଲୀପ ରାଉତ ରାୟ ଓ ଏସପି ମାଦ କର ସନ୍ଦୀପ ସମ୍ପଦ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ । ଉପ ଜିଲ୍ଲାପାଳ , ମୁଖ୍ୟ ଉନ୍ନୟନ ଅଧିକାରୀ, ଏସ ଡି ପି ଓ,ମୁଖ୍ୟ ଚିକିତ୍ସା ଅଧିକାରୀ, ଗୋଷ୍ଟି ଚିକିତ୍ସା ଅଧିକାରୀ, ଶିକ୍ଷା ଅଧିକାରୀ, ପୌର ଅଧିକାରୀ, ଥାନା ଅଧିକାରୀ ଙ୍କ ସହ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। ବାସୁଦେବପୁର ର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ର ବିଭିନ୍ନ ୱାର୍ଡ ରୁ ଜନ ସାଧାରଣ ମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ କରିଥିଲେ।
ରାଜ୍ୟ
ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ।
- Hits: 26