(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ସ୍ଥାନୀୟ ଗୋବିନ୍ଦପୁର ଜ୍ଞାନବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦ୍ଵାଦଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଅଵସରରେ କହିବାକୁ ଗଲେ ଏ ଅନୁଷ୍ଠାନ ଟି ଆରମ୍ଭ ହୋଇ ଥିଲା ୧୨୯ ଛାତ୍ର ଛାତ୍ରୀ ଙ୍କୁ ନେଇ | ବର୍ତ୍ତମାନ ଏବେ ତିନି ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରୁଥିବା ଜଣାପଡ଼ୁଛି। ଜ୍ଞାନ ବିକାଶ ସଂସ୍ଥା ନିଜସ୍ବ ଅର୍ଥ ରେ ପରିଚାଳିତ ହେଉଛି।
ଏହା ଆବାସିକ ବିଦ୍ୟାଳୟର ହୋଇ ଥିବା ରୁ ତା ସଙ୍ଗେ ସଙ୍ଗେ ଶିକ୍ଷା କ୍ଷେତ୍ରରେ ବେଶ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛି । ଉକ୍ତ ଅନୁଷ୍ଠାନର ପରିଚାଳନା କମିଟି ର ଭୂମିକା ଅତୁଳନୀୟ, ଯାହା ଫଳରେ ବିଦ୍ୟାଳୟଟି ଉନ୍ନତି ଦିଗରେ ଗତି କରି ଵାର ପରିଲକ୍ଷିତ ହେଉଛି । ଆଜିର ଏ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି , ଚେୟାରମେନ୍ ସନତ କୁମାର ବେହେରା, ଶ୍ରୀ ମତୀ ସରସ୍ବତୀ ବେହେରା, ମୁଖ୍ୟ ଅତିଥି ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ବକ୍ତା ଡକ୍ଟର କୁଳମଣି ଓଝା, ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ସ୍ବାଇଁ, ଏକାଡେମୀ ଡାଇରେକ୍ଟର ସିଦ୍ଧାର୍ଥ ଶଙ୍କର ବେହେରା, ଦୀପନ କୁମାର ବେହରା, ପ୍ରିନସ୍ପାଲ , ଜ୍ଞାନ ବିକାଶ ଅଶୋକ କୁମାର ତ୍ରିପାଠୀ,ମେନଜମେଣ୍ଟ ମେମ୍ବର ଗଣେଶ ପ୍ରଧାନ,ଅରୁଣ କୁମାର ମିଶ୍ର, ଗୌରିଶଙ୍କର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଦୀପ ପ୍ରଜ୍ବଳନ, ପରେ ଅନ୍ୟାନ୍ୟ ଆନୁସାଙ୍ଗିକ କାର୍ଯ୍ୟକ୍ରମ କରାଯାଇଥିଲା। ଵିଦ୍ୟା ଳୟର ଛାତ୍ରଛାତ୍ରୀମାନଙ୍କଦ୍ଵାରାମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ବହୁ ଦୂରଦୂରାନ୍ତରୁ ଅଭିଭାବକ ମାନେ ଆସି ଥିଲେ ,ପ୍ରାୟ ପାଞ୍ଚ ହଜାରରୁ ରୁ ଅଧିକ ଦର୍ଶକ ମାନେ ମନଭରି ମନୋରଞ୍ଜନ ଉପଭୋଗ କରିଥିଲେ । ଅତିଥି ଓ ଅଭିଭାବକ ମାନଙ୍କ ପାଇଁ ଖାଦ୍ୟପେୟ ର ବ୍ୟବସ୍ଥା ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥିଲା।