ଟିଟିଲାଗଡ଼/ଘନ ନାଗ : ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ଗୁଲୁମି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ତାରିଖ ୦୮/୧୧/୨୦୨୪ ଶୁକ୍ରବାର ଦିନ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ଉଦଘାଟନୀ ସମାରୋହ ରେ ମାଁ ସରସ୍ଵତୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଉଦଘାଟନୀ କାର୍ଯ୍ୟକ୍ରମ କୁ ଅତିସୁନ୍ଦର , ମନୋହର ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ରଥ ସଭାପତିତ୍ବ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଟି କୁ ଶୁଭାରମ୍ଭ କରିଥିଲେ l ଟିଟିଲାଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅଭିରାମ ମାଝୀ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିଟିଲାଗଡ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ବ୍ଲକ୍ ବିଜ୍ଞାନ କମିଟି ର ଆବାହକ ଶ୍ରୀଯୁକ୍ତ ପ୍ରବୀର କୁମାର ପଣ୍ଡା ( ପ୍ରଧାନ ଶିକ୍ଷକ , ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଟିଟିଲାଗଡ ) ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅଭିରାମ ମାଝୀ ଓ ବ୍ଲକ ବିଜ୍ଞାନ କମିଟି ର ସଂଯୋଜକ ଶ୍ରୀଯୁକ୍ତ ପାର୍ଥ ପଣ୍ଡା ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ପ୍ରଦର୍ଶନୀ ର ଆୟୋଜକ ( ପ୍ରଧାନ ଶିକ୍ଷକ , ଗୁଲୁମି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ) ଶ୍ରୀଯୁକ୍ତ ଗୋବର୍ଦ୍ଧନ ଭୋଇ ଉପସ୍ଥିତ ଥିଲେ l ସେହିପରି ଉଦଯାପନୀ ସମାରୋହ ରେ ମଧ୍ୟ ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ରଥ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅଭିରାମ ମାଝୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୋଦଣ୍ଡ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଓ କୁନି କୁନି ବୈଜ୍ଞାନିକ ମାନଙ୍କୁ ବିଭିନ୍ନ ଉଦାହରଣ ସହିତ ଅମୂଲ୍ୟ ବାର୍ତ୍ତା ପ୍ରଦାନ କରିଥିଲେ l ଟିଟିଲାଗଡ ବିଜ୍ଞାନ କମିଟି ର ଆବାହକ ଶ୍ରୀଯୁକ୍ତ ପ୍ରବୀର କୁମାର ପଣ୍ଡା ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଟି ଆଗେଇଥିଲା l ଉକ୍ତ ବିଜ୍ଞାନ ପ୍ରଦର୍ଶନୀ ରେ ମୋଟ୍ ୧୬୫ ରୁ ଉର୍ଦ୍ଧ ବିଜ୍ଞାନ ପ୍ରକଳ୍ପ ନମୁନା ଉପସ୍ଥାପନ ହୋଇଥିଲା l ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଟି କୁ ସଠିକ୍ ରୂପେ ପରିଚାଳନା ଏବଂ ସଫଳ ରୂପାୟନ କରିବା ପାଇଁ ମହୁଲ ପଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତି ଗୌରୀ ମୁଣ୍ଡା ଙ୍କ ସହ ଅନ୍ୟ ୧୩ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ଟିଟିଲାଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତ୍ରିଲୋଚନ ମାଝୀ ଉପସ୍ଥିତ ଥିଲେ l ଟିଟିଲାଗଡ ବ୍ଲକ୍ ଏବଂ ପୌର ପରିଷଦ ଅନ୍ତର୍ଗତ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ରୁ ଛାତ୍ର/ଛାତ୍ରୀ ମାନେ ନିଜ ନିଜ ବିଜ୍ଞାନ ପ୍ରକଳ୍ପ ନମୁନା ଗୁଡ଼ିକ ର ପ୍ରଦର୍ଶନ କରିଥିଲେ l କୁନି କୁନି ବୈଜ୍ଞାନିକ ଙ୍କ ପ୍ରତିଭା ଦେଖିବା କୁ ଅତି ମନୋହର ଏବଂ ଚିତ୍ତାକର୍ଷକ ହୋଇଥିଲା l ବିଚାରକ ମଣ୍ଡଳୀ ରୁ ସମସ୍ତ ବିଚାରପତି ବୁଲି ବୁଲି ପ୍ରତ୍ୟେକ ଛାତ୍ର/ଛାତ୍ରୀ ଙ୍କ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ଦେଖିଥିଲେ ଏବଂ ତନଖି କରିଥିଲେ ଓ ମନୋନୀତ ଛାତ୍ର/ଛାତ୍ରୀ ଙ୍କୁ ଜିଲ୍ଲା ସ୍ତର ରେ ଭାଗ ନେବା କୁ ପରାମର୍ଶ ଦିଆ ଯାଇଥିଲା l ଅଂଶୀଦାର ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ରେ ଭାଗ ନେବା କୁ ସୁଯୋଗ ପ୍ରଦାନ କରାଯିବା ସହିତ ପ୍ରାଥମିକ ସ୍ତର ରେ ପ୍ରଥମ ଏବଂ ମାଧ୍ୟମିକ ସ୍ତର ରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର/ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଅଭିଭାବକ ମହଲରେ ଆଲୋଚନା ଜୋର ଧରିବା ସହ ଅଭିଭାବକ ଓ ଛାତ୍ର/ଛାତ୍ରୀ ଙ୍କୁ ଏହି କାର୍ଯ୍ୟକ୍ରମ ବିଶେଷ ମାତ୍ରା ରେ ପ୍ରେରିତ କରିଥିଲା l ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ବ୍ଲକ୍ ବିଜ୍ଞାନ କମିଟି ଆବାହକ , ବ୍ଲକ୍ ବିଜ୍ଞାନ କମିଟି ସଂଯୋଜକ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଙ୍କ ସଙ୍ଗେ ସଙ୍ଗେ ଗୁଲୁମି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ତାଙ୍କର ସହ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା କରାଯାଇଥିଲା l
ରାଜ୍ୟ
ଟିଟିଲାଗଡ ରେ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ l
- Hits: 13