ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୫/୧୧/୨୪ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମ୍ବାଦ ଆମ ଓଡିଶା ଓ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ୧୭ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ରେଡକ୍ରସ ଆବାହକ ଦିଲିପ ହୋତା,ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଖିଳ ଭଟ୍ଟ,ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ,ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ତଥା ଯୁବ ରେଡକ୍ରସ ସଂଯୋଜକ ଶିବ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଶିବିର କୁ ଉଦଘାଟନ କରିବା ସହ ଯୁବ ରେଡକ୍ରସ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ ର ମହତ୍ତ୍ଵ ଓ ଏହାର ଉପାଦେୟତା ସମ୍ପର୍କରେ କହିବା ସହ ରକ୍ତଦାନ ମହାପୁନ୍ୟ ବୋଲି କହିଥିଲେ। ଅଧ୍ୟାପିକା ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ସନ୍ତୋଷ ସିଂ ଲାଲ,ନବୀନ କୁମାର ନାଗେଶ, ସରୋଜ ବଡକିଆ, ଲିପୁଚାନ୍ଦ ମାଝୀ,ପଦମ ଭତରା,ଅଧ୍ୟାପିକା ରଶ୍ମିତା ପାଢ଼ୀ,ଖୁଲଣବତି ପୂଜାରୀ ,କ୍ଲାର୍କ ଦୟାନିଧି ଟାକ୍ରୀ ସହ ୨୦ ଜଣ ଯୁବ ରେଡକ୍ରସ୍ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।ଜିଲ୍ଲା ଯୁବ ରେଡକ୍ରସ ଆବାହକ ଦିଲିପ ହୋତା ଓ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଖିଳ ଭଟ୍ଟ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ରକ୍ତଭଣ୍ଡାର ର ଡିଇଓ ସମ୍ବିତ ମିଶ୍ର, ଏଲ ଟି ସରୋଜ କୁମାର ସିଂ,କର୍ମଚାରୀ ମାର୍ଟିନ ଛତ୍ର ଓ ବୀରେନ୍ଦ୍ର ବିଶୋଇ ରକ୍ତ ସଂଗ୍ରହ କରିଥିଲେ। ସୂଚନା ଥାଉ କି ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୩୧୩ ଜଣ ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଆଜି ସମ୍ବାଦ ଆମ ଓଡ଼ିଶା ଓ ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିର ପରିଚାଳନା ରେ ଡାବୁଗାଁ ସମ୍ବାଦ ପ୍ରତିନିଧି ସଞ୍ଜୟ କୁମାର ପାଢ଼ୀ ସହଯୋଗ କରିଥିଲେ। ରକ୍ତଦାତା ଜୀବନଦାତା - ଶିବ ପ୍ରସାଦ ସାହୁ,ସରୋଜ କୁମାର ତ୍ରିପାଠୀ,ହେମେନ୍ଦ୍ର ନାଥ ବେହେରା,ଧନଞ୍ଜୟ ବଡଜେନା, ସପନ କୁମାର ନାୟକ,ସରୋଜ କୁମାର ମହାପାତ୍ର,ଅରୁଣ କୁମାର ପାତ୍ର,ସୁଶାନ୍ତ କୁମାର ପଣ୍ଡା, ଟିକୁଲୁ ହରିଜନ,ମହମ୍ମଦ ଆସିଫ,ଭୁଜବଳ ଭତରା,ରମାକାନ୍ତ ଲେଙ୍କା, ମାନସିଂ ପନକା, କୈଳାଶ ମାଝୀ,ରବିକାନ୍ତ ମିର୍ଗାନ,ଜଗନ୍ନାଥ ଭତରା ଓ ଲୋକନାଥ ସୁନା।
ରାଜ୍ୟ
ସ୍ବେଛାକୃତ ରକ୍ତଦାନ ଶିବିର,୧୭ ୟୁନିଟ ସଂଗୃହୀତ
- Hits: 8