ହେଡଲାଇନସ୍:

ମିରାକେଲ୍ ଡେନ୍ସ ଷ୍ଟୁଡିଓ ପକ୍ଷରୁ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା : ଡ୍ୟାନ୍ସ କା ମହା ମୁକାବିଲା ସିଜେନ -୬ ଅନୁଷ୍ଠିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ମିରକେଲ୍ ଡେନ୍ସ ଷ୍ଟୁଡ଼ିଓ ପକ୍ଷରୁ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଡେନ୍ସ କା ମହା ମୁକାବିଲା ସିଜେନ - ୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ଯୋଗ ଦେଇଥିବା ବେଳେ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ପାରଳା ପୋୖରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଞ୍ଚ କଳାକାର ଶ୍ରୀ ଆଦର୍ଶ ଦାସ , ମିରାକେଲ୍ ଡେନ୍ସ ଷ୍ଟୁଡିଓ ର ନିର୍ଦ୍ଦେଶକ ଶୁଭେନ୍ଧୁ ମୋହନ ସେନାପତି , ଶୁଭ୍ରାଂଶୁ ପଟ୍ଟନାୟକ ସମେତ ବିଚାରକ ଭାବେ ରହିଥିବା ଆଇସା , ଆପନା ପ୍ରମୁଖ ମଞ୍ଚାସିନ ଥିଲେ।
ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ନୃତ୍ୟ ପ୍ରତିଯୋଗୀ ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ପ୍ରତିଯୋଗିତାର ପ୍ରାରମ୍ଭରେ ମିରାକେଲ୍ ଡେନ୍ସ ଷ୍ଟୁଡିଓର ଶିଶୁ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ କନିଷ୍ଠ ଓ ବରିଷ୍ଠ ବିଭାଗର ଏକକ ନୃତ୍ୟ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଦଳଗତ ନୃତ୍ୟ କନିଷ୍ଠ ବିଭାଗରେ ଅଫସରା ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୂରିଆ ଟେକନ୍ ସ୍କୁଲ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପାରଳାଖେମୁଣ୍ଡି ର ସମଲେଇ ନୃତ୍ୟକଳା ପରିଷଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଦଳଗତ ନୃତ୍ୟ ବରିଷ୍ଠ ବିଭାଗରେ ବ୍ରହ୍ମପୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପାରଳାଖେମୁଣ୍ଡି ର ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜଗନ୍ନାଥ ନିକେତନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ କୃତି ପ୍ରତିଯୋଗୀଙ୍କୁ ନଭେମ୍ବର ୧୭ ତାରିଖ ମିରାକେଲ ନାଇଟ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ।
ପ୍ରତିଯୋଗୀତାର ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ।

0
0
0
s2sdefault