ହେଡଲାଇନସ୍:

ଭଞ୍ଜନଗର ଥାନା ପାଖରେ ଘଟିଯାଇଛି ମରଣାନ୍ତକ ଆକ୍ରମଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }_ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ଭଞ୍ଜନଗର ଥାନା ପାଖରେ ଘଟିଯାଇଛି ମରଣାନ୍ତକ ରକ୍ତାକ୍ତ ଆକ୍ରମଣ। ଏଥିରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

       ସୁଚନା ମୁତାବକ ଆଜି ନଭେମ୍ବର ୫ ତାରିଖ ମଙ୍ଗଳ ବାର ୨୦୨୪ ଅପରାହ୍ନ ପ୍ରାୟ ୪ ଘଣ୍ଟା ୧୫ ମିନିଟ୍ ସମୟରେ ଭଞ୍ଜନଗର ଥାନା ପାଖ ପଥପ୍ରାନ୍ତ ଶୈ।ଚାଳୟ ନିକଟରେ ଘଟିଯାଇଛି ମରଣାନ୍ତକ ରକ୍ତାକ୍ତ ଆକ୍ରମଣ। ଏଥିରେ ବିପ୍ର ଗୈ।ଡ଼ ନାମକ ବ୍ୟକ୍ତି ଗଭିର ଆଘାତ ପାଇ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର ହୋଇଛନ୍ତି। ଭଞ୍ଜନଗର ଥାନାଧିକାରୀ ଙ୍କ ସୁଚନା ମୁତାବକ ଆଜି ଅପରାହ୍ନ ସମୟରେ ଭଞ୍ଜନଗର ଥାନା ପାଖ ପଥପ୍ରାନ୍ତ ଶୈ।ଚାଳୟ ପାଖରେ ଢୁଢୁଆ ଗ୍ରାମର ର ବିପ୍ର ଗୌଡ଼, ତନରଡା ଗ୍ରାମର ର ରାଜେଶ ମଲ୍ଲିକ ଙ୍କ ସହିତ କଥାବାର୍ତ୍ତା ହେଉଥିବାବେଳେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଲୋକ (ଅଭିଯୁକ୍ତ) ଯାହାଙ୍କ ନାମ ବିଦୁର ଗୌଡ଼ ପିତା ନାରାୟଣ ଗୌଡ଼ ଗ୍ରାମ ଜଡ଼ାହାଟୁଣି ଥାନା ତାରସିଂଗି । ସେ ଜାଗାକୁ ହଠାତ୍ ଆସି ବିପ୍ର ଗୌଡ଼ (ଡୁଡୁଆ ଗ୍ରାମର) ଙ୍କୁ ଗୋଟେ କାତିରେ ଦୁଇ ଥର ତାଙ୍କର ମୁଣ୍ଡକୁ ହାଣିବା ଦ୍ୱାରା ପୀଡିତା ବିପ୍ର ଗୌଡ଼ ଙ୍କ ମୁଣ୍ଡରେ ଗଭୀର ଭାବରେ କ୍ଷ୍ୟତ ହୋଇଥିଵା ଜଣାପଡିଥିଲା। ତାଙ୍କୁ ସଂଗେ ସଂଗେ ଭଞ୍ଜନଗର ମେଡିକାଲ ରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଆସାମୀ ବିଦୁର ଗୌଡ଼ ଙ୍କ ଠାରୁ ସ୍ଥାନୀୟ ପୋଲିସ ଙ୍କ ସହାୟତା ରେ କାତି ଜବତ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନା କେଶ ନ ୧୦୪୫ ଦଫା ୧୧୮/୧୧୮(୧)/୧୦୯ ଦ୍ଵାରା ଅସ୍ତ୍ର ଆଇନ୍ ରେ ପଞ୍ଜିକୃତ ହୋଇଛି। ଭଞ୍ଜନଗର ପୋଲିସ୍ ର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ୨୦୨୧ ମସିହାରେ ଅଭିଯୁକ୍ତ ବିଦୁର ଗୈ।ଡ଼ , ତାଙ୍କର ସ୍ତ୍ରୀ ଙ୍କ ସହ ବାଡିଆପିଟା ଘଟଣାରେ ତାରସିଂଗି ଥାନା କେଶ ନଂ ୨୭୨/୨୦୨୦ ରେ ଆଇ.ପି.ସି ରେ କୋର୍ଟ ଫାରୱ।ର୍ଡ ହୋଇଥିଲ।

0
0
0
s2sdefault