ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ମା ଦକ୍ଷୀଣ କାଳୀ ଙ୍କ ପୂଜା ଉତ୍ସାହ ଉଦ୍ଦୀପନା ମଧ୍ୟରେ ଆରମ୍ଭ ହୋଇଛି । ଚଳିତ ବର୍ଷ ଏହି ପୂଜା ୧୮ ବର୍ଷରେ ପଦାର୍ପଣ କରିଛି l ଗୁରୁବାର ରାତ୍ର ରେ ପୂଜା ମଣ୍ଡପ ରୁ ଏକ ସଭାଯତ୍ରା ରେ ଯାଇ ସହର ରେ ଥିବା ମା ଦକ୍ଷୀଣ କାଳୀ ମନ୍ଦିର ରେ ବ୍ରହ୍ମପୁର ର ପୂଜକ ପୂର୍ଣ୍ଣ ଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ପୂଜା ପାଠ କରି କର୍ତ୍ତା ନରସିଂହ ଶତପଥୀ ଏକ ଆଧ୍ୟାତ୍ମିକ ପରିବେଶ ରେ ଆଜ୍ଞାମାଳ ପୂଜା ମଣ୍ଡପ କୁ ଆଣି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ବୁଧବାର ସନ୍ଧ୍ୟାରେ ମହିଳା ମାନଙ୍କୁ ନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତବର୍ଷ ୭ ଦିନ ଧରି ମା ଙ୍କ ପୂଜା ହେବକୁ ଥିବାବେଳେ ଏହା ମହା ଆଡମ୍ବରରେ ପାଳନ କରାଯାଉଛି ଯାହା ଫଳରେ ସହର ଟି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ଭେ ଳିକି ଭେଳି ରଙ୍ଗୀନ ଆଲୋକ ମାଳା ରେ ସହର କୁ ସଜ୍ଜିତ ହେବା ସହ ମୀନା ବଜାର ର ଖାଦ୍ୟ ପସରା ଲୋକଙ୍କୁ ଆକର୍ଷିତ କରୁଛି ।ଏହା ସହ ପ୍ରତିଦିନ ସନ୍ଧ୍ୟା ରେ ସହର ର ବିଭିନ୍ନ କଳାକାର ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ୭ ତାରିଖ ରେ ପୂର୍ଣ୍ଣାହୂତି ୮ ତାରିଖ ରେ ପ୍ରତିମା ବିସର୍ଜନ ହେବ ବୋଲି ଜଣାପଡିଛି ।