କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୂର ପଞ୍ଚାୟତ ମାଣ୍ଡି ପଙ୍କା ଗ୍ରାମର ଦଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଆମ୍ବ କୋଇଲିରୁ ପ୍ରସ୍ତୁତ ଯାଉ ଖାଇ ୬ ପରିବାରର ୮ଜଣ ମହିଳା ଅସୁସ୍ଥ ହୋଇ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତ୍ୟୁ ବ୍ୟକ୍ତିମାନେ ହେଲେ ରମୀତା ପାଟ ମାଝୀ (28), ରୁନୁ ମାଝୀ(28) । ସୂଚନା ଅନୁଯାୟୀ ଗତ ଗତ ୨୩ ତାରିଖ ଦିନ ପାରମ୍ପାରିକ ଖାଦ୍ୟ ଭାବେ ଆମ୍ବ କୋଇଲିରୁ ଯାଉ ପ୍ରସ୍ତୁତ କରି ଗ୍ରାମର ପ୍ରାୟ 20 ପରିବାରର 30ରୁ ଉର୍ଦ୍ଧ୍ବ ଲୋକେ ବାଣ୍ଟି ଖୁଣ୍ଟି ଖାଇଥିଲେ l ସେଥିରୁ ବଳକା ଥିବା କୋଇଲିକୁ ଗଚ୍ଛିତ ରଖି ଗତ ମଙ୍ଗଳବାର ଦିନ ପୁଣି ଥରେ ପ୍ରସ୍ତୁତ କରି କିଛି ମହିଳା ବାଣ୍ଟି ଖୁଣ୍ଟି ଖାଇଥିଲେ । ସେଥି ମଧ୍ୟରୁ ଗୁରୁବାର ଦିନ ରମିତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ନିଆ ଯାଇଥିଲା l ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ଶୁକ୍ରବାର ଦିନ ପୁଣି ଅଚାନକ ଭାବେ ଆଉ 7ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଥିଲା l ପ୍ରଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ l ହେଲେ ବ୍ରହ୍ମପୁର ନେବା ବାଟରେ ରୁନୁ ମାଝୀଙ୍କ ମୃତ୍ୟୁ ଘଟିଥିଲା । ଆଉ ୬ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି । ସେମାନେ ହେଲେ ପ୍ରଭାତୀ ପାଟ ମାଝୀ (32) , ଡ୍ରାଙ୍ଗାଲୁ ପାଟ ମାଝୀ (55) ,ଟୁନି ମାଝୀ (45) ,ସୁଷମା ପାଟ ମାଝୀ (25), ଜିତା ମାଝୀ (30), ଜିବନ୍ତି ମାଝୀ (45) । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ଶରତ ଶବର, ବିଡ଼ିଓ ପ୍ରୀତି ରଞ୍ଜନ ରଥ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଜଣାପଡିଛି l
ରାଜ୍ୟ
କନ୍ଧମାଳ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର: ଆମ୍ବ ଟାକୁଆ ଖାଇ, 2 ମୃତ ଓ 6 ଗୁରୁତର
- Hits: 14