ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ : ବର୍ଷା ସିଂ ବରିହା
ପଦ୍ମପୁର :- ବକେୟା ଦରମା ପ୍ରଦାନ ଏବଂ ସ୍ଥାୟୀ ନିଯୁକ୍ତି ଦାବୀ ରେ ଆଜି ବିଧାୟିକା ବର୍ଷା ସିଂ ବରିହା ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍। ନୂଆ ସରକାର ଆସିବା ପରେ ସେମାନଙ୍କୁ ଦରମା ମିଲୁ ନଥିବା କହିଛନ୍ତି ସମ୍ପାଦିକା ପୁଷ୍ପାଞ୍ଜଳି କାନୁନଗୋ। ପାଇକମାଲ, ଝାରବନ୍ଧ ଓ ରାଜବୋଡ଼ାସମ୍ବର ବ୍ଳକ୍ ର ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ତାଙ୍କର ଦାବି କୁ ବିଧାନ ସଭାରେ ଉପସ୍ଥାପନ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ବିଧାୟିକା କହିଛନ୍ତି ଯେ ଉପ ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇଥିବା ସତ୍ତ୍ଵେ ମହିଳା ମାନଙ୍କ ଦୁଃଖ ବୁଝି ପାରୁ ନାହାନ୍ତି। ଯାହା ଫଳରେ ମାନଙ୍କୁ ନିଜ ହକ୍ ପାଇଁ ରାଜ ରାସ୍ତା କୁ ଓହ୍ଲାଇବାକୁ ପଡୁଛି। ମିଶନ ଶକ୍ତି ମା ମାନଙ୍କ ହକ୍ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସୁପ୍ରଭା ମିଶ୍ର, ପୁଷ୍ପାଞ୍ଜଳି କାନୁନଗୋ, କନକ ରଣା, ସଂଯୁକ୍ତା ଚନ୍ଦନ ଙ୍କ ସମେତ ଶତାଧିକ ମିଶନ ଶକ୍ତି ର ମା ମାନେ ଉପସ୍ଥିତ ଥିଲେ।