ହେଡଲାଇନସ୍:

କେଟି ଗ୍ଲୋବାଲ ସ୍କୁଲକୁ ‘ଲିଡର ଇନ ଗ୍ଲୋବାଲ ଏଜୁକେଶନ ଏଣ୍ଡ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ ଏକ୍ସଲେନ୍ସ’ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟାଇମ୍ସ ବିଜନେସ ଆୱାର୍ଡସ ଉତ୍ସବରେ ମୁଖ୍ୟମନ୍ତ୍ରୀ କଲେ ସମ୍ମାନିତ

ଭୁବନେଶ୍ୱର(୨୨/୧୦)- ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ନୂତନ ପ୍ରବର୍ତ୍ତନ ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ୱରର ଅଗ୍ରଣୀ ଆବାସିକ ଓ ଡେ ବୋର୍ଡିଙ୍ଗ ବିଦ୍ୟାଳୟ କେଟି ଗ୍ଲୋବାଲ୍ ସ୍କୁଲ୍ (କେଟିଜିଏସ୍)କୁ ଟାଇମ୍ସ ବିଜନେସ୍ ଆୱାର୍ଡସ ଉତ୍ସବରେ "ଲିଡର ଇନ୍ ଗ୍ଲୋବାଲ ଏଜୁକେସନ ଆଣ୍ଡ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ ଏକ୍ସଲେନ୍ସ" ପୁରସ୍କାରରେ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଠାରୁ କେଟି ଗ୍ଲୋବାଲ୍ ସ୍କୁଲ୍ କର୍ତ୍ତୃପକ୍ଷ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭୁବନେଶ୍ୱରଠାରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ମିସ ୟୁନିଭର୍ସ ତଥା ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ, ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ,ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ଓ ରାଜ୍ୟ ତଥା ଦେଶର ଅନେକ ପ୍ରତିଷ୍ଠିତ ଶିକ୍ଷାବିତ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। କେଟିଜିଏସ୍ ପକ୍ଷରୁ ଏହି ପୁରସ୍କାର ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀପ ଖାରେ, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ବିମଳ କୁମାର ରାଉଳ, ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ରାଉତ ଓ ମୁଖ୍ୟ ବିତ୍ତୀୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଗ୍ରହଣ କରିଥିଲେ।

ପୁରସ୍କାର ଉପରେ ନିଜର ପ୍ରତିକ୍ରିୟା ରଖି କେଟି ଗ୍ଲୋବାଲ୍ ସ୍କୁଲ୍ (କେଟିଜିଏସ୍)ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀପ ଖାରେ କହିଛନ୍ତି ଯେ, “ ଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେଟିଜିଏସ୍ ପ୍ରତିଶୃତିବଦ୍ଧ। କେବଳ ସିଲାବସରେ ଥିବା ପାଠ୍ୟକ୍ରମ ନୁହେଁ, ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ବ୍ୟକ୍ତିତ୍ଵର ସଠିକ ବିକାଶ ଏବଂ ସେମାନଙ୍କୁ ଦକ୍ଷ ଓ ସ୍ୱୟଂସମ୍ପୂର୍ଣ୍ଣ ମଣିଷ ଭାବେ ଗଢି ତୋଳିବା ଆମ ଲକ୍ଷ୍ୟ। ସେଥିପାଇଁ ଶିକ୍ଷା ଓ କ୍ରୀଡା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷାକୁ କେଟିଜିଏସ୍ ପ୍ରାଥମିକତା ଦେଇ ଆସିଛି ଓ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ସର୍ବୋତ୍ତମ ଭିତ୍ତିଭୂମି ଓ ସର୍ବଶ୍ରେଷ୍ଠ ପ୍ରଶିକ୍ଷଣ ଯୋଗାଇ ଦେବା ପାଇଁ ନିରନ୍ତର ପ୍ରୟାସ କରିଚାଲିଛି। ଏହି ପୁରସ୍କାର ଶିକ୍ଷାର୍ଥୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଆମ ନିରନ୍ତର ପ୍ରଚେଷ୍ଟା ଏବଂ ପ୍ରତିବଦ୍ଧତାର ଫଳଶୃତି।

ଏକବିଂଶ ଶତାବ୍ଦୀ ଉପଯୋଗୀ ଶିକ୍ଷା ଉପଲବ୍ଧ କରାଇବା ଦିଗରେ କେଟିଜିଏସ୍ ଏହାର ସ୍ଥାପନା ଦିନରୁ କାର୍ଯ୍ୟ କରି ଆସୁଛି। ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଏକ ବିଶ୍ୱ ଦୃଷ୍ଟିଭଙ୍ଗୀ ପ୍ରଦାନ କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ । ପୁରସ୍କାର ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି କେଟିଜିଏସ୍ ଚେୟାରମ୍ୟାନ ତଥା ବିଶିଷ୍ଟ ଶିକ୍ଷାବିତ ଡଃ ଅରୁଣ ପ୍ରକାଶ କହିଛନ୍ତି ଯେ ' ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଆମ ପ୍ରୟାସ ଓ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିଥିବାରୁ ଟାଇମ୍ସ ଗ୍ରୁପକୁ କୃତଜ୍ଞତା। ପୁରସ୍କାର ସବୁ ବେଳେ ଆଗକୁ ବଢିବା ପାଇଁ ଅନୁପ୍ରାଣିତ କରେ। ଦେଶର ଶିକ୍ଷା ଦିଗବଳୟରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଆମର ପ୍ରଚେଷ୍ଟାକୁ ଅଧିକ ଶାଣିତ କରିବା ଦିଗରେ ଏହି ପୁରସ୍କାର ଆମକୁ ପ୍ରେରଣା ଦେବ।'

ପ୍ରଦୂଷଣ ଠାରୁ ଦୂରରେ ବରୁଣେଇ ପାହାଡ଼ ତଳେ ଏକ ପ୍ରାକୃତିକ ଓ ସବୁଜ ପରିବେଶ ମଧ୍ୟରେ କେଟିଜିଏସ୍ , ନର୍ସରୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୁଣାତ୍ମକ ଓ ସମନ୍ୱିତ ଶିକ୍ଷା ପ୍ରଦାନ କରି ଆସୁଛି। ଓଡ଼ିଶାରେ ସମ୍ପୂର୍ଣ୍ଣ ଅନ୍ତର୍ଜାତୀୟ ମାନର ଭିତ୍ତିଭୂମି ଏହି ବିଦ୍ୟାଳୟର ବୈଶିଷ୍ଟ୍ୟ। ଭବିଷ୍ୟତରେ ଆବଶ୍ୟକ ପଡ଼ିବାକୁ ଯାଉଥିବା ଦକ୍ଷତା ଗୁଡିକରେ ଶିକ୍ଷାର୍ଥୀଙ୍କୁ ଦକ୍ଷ କରାଇବା, ଶିକ୍ଷା କ୍ଷେତ୍ରରେ ବୈଷୟିକ ଓ ପ୍ରଯୁକ୍ତି ଉତ୍କର୍ଷର ପ୍ରୟୋଗ ଏବଂ ଅତ୍ୟାଧୁନିକ କ୍ରୀଡା ସୁବିଧା ଯୋଗାଇ ଦେବାରେ ଏହି ବିଦ୍ୟାଳୟ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ନିଜର ଅଭିନବ ଶିକ୍ଷା ପ୍ରଣାଳୀ ଓ ଦୂରଦର୍ଶିତା ପାଇଁ ଏହି ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କ ପାଇଁ ଅସୀମିତ ସମ୍ଭାବନା ସୃଷ୍ଟି କରି ପାରିଛି। କେବଳ ଅଭିଭାବକ ନୁହଁ, ନିଜର ଏହି ଅନନ୍ୟ ସମନ୍ୱିତ ଶିକ୍ଷା ପ୍ରଣାଳୀ ପାଇଁ କେଟିଜିଏସ୍ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ଶିକ୍ଷାବିତଙ୍କ ବିଶ୍ୱାସଭାଜନ ହୋଇପାରିଛି।

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଅଭିବୃଦ୍ଧି ଲକ୍ଷ୍ୟରେ କେଟିଜିଏସ୍ ଉଭୟ ଶୈକ୍ଷିକ ଓ ଅଣଶୈକ୍ଷିକ କାର୍ଯ୍ୟକଳାପକୁ ଉପରେ ସମାନ ଗୁରୁତ୍ୱ ଦେଇଥାଏ। କେଟିଜିଏସରେ ଶୈକ୍ଷିକ ପରିବେଶ ଅତ୍ୟନ୍ତ ଉତ୍ସାହଜନକ, ଆକର୍ଷଣୀୟ ଏବଂ ଚିତାକର୍ଷକ। ଛାତ୍ରଛାତ୍ରୀଙ୍କୁ ଶିଖିବା, ଅନୁସନ୍ଧାନ କରିବା ଏବଂ ଉତ୍କର୍ଷ ହାସଲ ପାଇଁ ପ୍ରେରଣା ଦେବା ଏଠାରେ ଶୈକ୍ଷିକ ପରିବେଶର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କେଟିଜିଏସ୍ କ୍ୟାମ୍ପସରେ କ୍ରିକେଟ, ଟେନିସ୍, ବାସ୍କେଟବଲ୍, ଚେସ୍, ସନ୍ତରଣ ଇତ୍ୟାଦି ସମେତ ବିଭିନ୍ନ ଇନ୍ଡୋର୍ ଓ ଆଉଟଡୋର୍ କ୍ରୀଡ଼ା ପାଇଁ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ରହିଛି। ଏହାବ୍ୟତୀତ ପ୍ରଫେସନାଲଙ୍କ ନେତୃତ୍ୱରେ ବିଭିନ୍ନ ଷ୍ଟୁଡେଣ୍ଟ କ୍ଲବ ଜରିଆରେ ଛାତ୍ରଛାତ୍ରୀମାନେ ସଙ୍ଗୀତ, ନୃତ୍ୟ, ରୋବୋଟିକ୍ସ, ଡିଜାଇନ ଥିଙ୍କିଙ୍ଗ, ଫଟୋଗ୍ରାଫି ଇତ୍ୟାଦି ଶିଖିବାର ସୁଯୋଗ ପାଉଛନ୍ତି।

ଅଭିନବତା, ଉତ୍କର୍ଷତା ଏବଂ ଭବିଷ୍ୟତ ପାଇଁ ଗ୍ଲୋବାଲ ଲିଡର ପ୍ରସ୍ତୁତ କରିବା ପାଇଁ ବିଦ୍ୟାଳୟର ପ୍ରତିବଦ୍ଧତା ଦିଗରେ ଏହି ପୁରସ୍କାର ଏକ ମାଇଲଖୁଣ୍ଟ । କେଟିଜିଏସ୍ ରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ନାମଲେଖା ଏବେ ଚାଲୁ ରହିଛି।

0
0
0
s2sdefault