ହେଡଲାଇନସ୍:

ଅନୁଗୁଳରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ୧.୫ ଏମଟିପିଏ ଗ୍ରାଇଣ୍ଡିଂ ୟୁନିଟର କାର୍ଯ୍ୟକ୍ଷମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିମେଣ୍ଟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ

  • § କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଅଧିକ ଦୃଢ଼ କରି ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଦ୍ବାରା ଓଡ଼ିଶାର ଅନୁଗୁଳଠାରେ ୧.୫ ଏମଟିପିଏ କ୍ଷମତା ବିଶିଷ୍ଟ ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କାର୍ଯ୍ୟକ୍ଷମ

  • § ଜେଏସପିଏଲର ଇସ୍ପାତ ମାର୍କେଟିଂ ଟିମ୍ ସହଯୋଗରେ ବଜାରରେ ସିମେଣ୍ଟର ବିତରଣ କରାଯିବ

ନୂଆଦିଲ୍ଲୀ, ୨୨/୧୦: କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଜିନ୍ଦଲ ଗୃପ ଅଧୀନରେ ଥିବା ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଓଡ଼ିଶାର ଅନୁଗୁଳରେ ନିଜର ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କାର୍ଯ୍ୟକ୍ଷମ କରିଛି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏବଂ ବାର୍ଷିକ ୧.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏହି ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟରେ ସିମେଣ୍ଟ ପ୍ରସ୍ତୁତି ପାଇଁ ଅନୁଗୁଳସ୍ଥିତ ଜେଏସପିଏଲ ସମ୍ମନ୍ୱିତ ଇସ୍ପାତ କାରଖାନାରୁ ନିର୍ଗତ ବାର୍ଷିକ ପ୍ରାୟ ୧ ମିଲିୟନ ଟନ୍ ବ୍ଲାଷ୍ଟ ଫର୍ନେସ ସ୍ଲାଗ ବ୍ୟବହାର ହେବ, ଯାହା ସିମେଣ୍ଟ ଉତ୍ପାଦନ ପାଇଁ ସର୍ବନିମ୍ନ ପରିମାଣର କ୍ଲିଙ୍କର ବ୍ୟବହାର ଦ୍ୱାରା ଅଙ୍ଗାର କାମ୍ଳ ନିର୍ଗମନ ଉଲ୍ଲେଖନୀୟ ଭାବେ କମ କରିବ । ଏହି ପଦକ୍ଷେପ ମାଧ୍ୟମରେ କମ୍ କାର୍ବନ ସିମେଣ୍ଟ ଉତ୍ପାଦନରେ ଅଗ୍ରଣୀ ହେବାକୁ ଜେପିସି ଲକ୍ଷ୍ୟ ରଖିଛି ।

 ସବୁଜ ସିମେଣ୍ଟ ଦିଗରେ ଏକ ପଦକ୍ଷେପ

 ସର୍ବନିମ୍ନ କାର୍ବନ ଓ ଉଚ୍ଚଗୁଣବତ୍ତାବିଶିଷ୍ଟ ପୋର୍ଟଲେଣ୍ଡ ସ୍ଲାଗ ଏବଂ କମ୍ପୋଜିଟ ସିମେଣ୍ଟକୁ କେନ୍ଦ୍ରୀୟ ଓ ପୂର୍ବ ଭାରତର ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଜେପିସିର ମିଶନ ନିମନ୍ତେ ଅନୁଗୁଳ ଗ୍ରାଇଣ୍ଡିଂ ୟୁନିଟ୍ ଗୁରୁତ୍ୱପୂର୍ଣ୍ଣ । ଜେଏସପିର ଇସ୍ପାତ ଉତ୍ପାଦନ ପ୍ରକ୍ରିୟାରୁ ଉତ୍ପନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସିମେଣ୍ଟ ଡିଭିଜନ କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବା ସହିତ ଚିରସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ । ଏହି ବିକାଶ ଜେଏସପିଏଲର ବ୍ୟାପକ ଡିକାର୍ବନାଇଜେସନ୍ ଉଦ୍ଦେଶ୍ୟ ସହିତ ସଂଯୁକ୍ତ ହୋଇ ଗ୍ରୁପ୍ କୁ ଏକ ସବୁଜ, ସ୍ଥାୟୀ ଭବିଷ୍ୟତ ଆଡକୁ ଆଗେଇ ନେଇଛି ।

 ଭବିଷ୍ୟତ ଯୋଜନା

ଜିନ୍ଦଲ ପାନ୍ଥର୍ ସିମେଣ୍ଟ ୨୧୬୦ କୋଟି ଟଙ୍କା ବିନିଯୋଗ କରି ଅନୁଗୁଳ ଓ ରାୟଗଡ଼ରେ ଉତ୍ପାଦନ କ୍ଷମତା ବାର୍ଷିକ ୭ ମିଲିୟନ ଟନ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏହି ସମ୍ପ୍ରସାରଣ ଦ୍ବାରା ବଜାରରେ ଜେପିସିର ଉପସ୍ଥିତି ସୁଦୃଢ଼ ହେବ ସହିତ ବଢୁଥିବା ଭିତ୍ତିଭୂମି ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ସଷ୍ଟେନେବଲ୍ ନିର୍ମାଣ ସାମଗ୍ରୀ ଉପଲବ୍ଧ ହୋଇ ପାରିବ ।

 ପୂର୍ବ ଭାରତର ଗୃହ ନିର୍ମାତା ପାଇଁ ପ୍ରଥମ ଓ୍ୱାନ ଷ୍ଟପ ସଲ୍ୟୁସନ ପ୍ରତିଷ୍ଠା କରିବାକୁ ଜେପିସିର ସିମେଣ୍ଚ ଓ ଜେଏସପିଏଲର ରେବାର (ଛଡ଼) ସଂଯୁକ୍ତ ବିପଣନ ବ୍ୟବସ୍ଥା (କମନ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ) ଦ୍ୱାରା ବଜାରରେ ଉପଲବ୍ଧ ହେବ । ଜିନ୍ଦଲ ପାନ୍ଥର୍ ବ୍ରାଣ୍ଡରେ ଏସବୁ ନିର୍ମାଣ ସାମଗ୍ରୀ ବିକ୍ରି ହେବ । ସିମେଣ୍ଟ ଓ ରଡ୍ ଗୋଟିଏ ସ୍ଥାନରୁ ସୁବିଧାରେ ଓ ଉଚିତ ଦରରେ ପାଇପାରିବେ।

ଏହି ଅବସରରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ସିଇଓ ଶ୍ରୀଯୁକ୍ତ ରୋହିତ ଭୋରା କହିଛନ୍ତି, ‘ଅନୁଗୁଳ ଗ୍ରାଇଣ୍ଡିଂ ୟୁନିଟ କାର୍ଯ୍ୟକ୍ଷମ ହେବା ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ଆମର ଲୋ-କାର୍ବନ ସିମେଣ୍ଟ ଓ ଅଭିନବ ବିପଣନ ବ୍ୟବସ୍ଥା ପୂର୍ବଭାରତର ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ଦିଗରେ ଆମକୁ ସହଯୋଗ କରିବା ସହିତ ଏକ ସବୁଜ ପରିବେଶ ପାଇଁ ଯୋଗଦାନ କରିବ ।

0
0
0
s2sdefault