ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବୁଗୁଡ଼ା ଅବକାରୀ ବିଭାଗ ଏବଂ ବେଲଗୁଣ୍ଠା ପୋଲିସ୍ ତରଫରୁ ଆଜି ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ନକଲି ଚୋରା ଦେଶୀମଦ ପ୍ରସ୍ତୁତ ପାଇଁ ଥିବା ବିପୁଳ ପରିମାଣର ସାମଗ୍ରୀକୁ ନଷ୍ଟ କରାଯାଇଛି I ଆଜି ସକାଳ ଆଠ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଏସ୍ଆଇ ଅଭୟ ପ୍ରସାଦ ପ୍ରଧାନ ଓ ପୋଲିସ୍ ବାହିନୀ ଏବଂ ବୁଗୁଡ଼ା ଅବକାରୀ ଏସ୍ଆଇ ମୋଜୀ ଶବର,ଏଏସ୍ଆଇ ରାମେଶ୍ଵର ବେହେରା ତାଙ୍କ ଟିମ୍ ସହ ବେଲଗୁଣ୍ଠାର ଦୁଇଟି ସ୍ଥାନରେ ମିଳିତ ଚଢ଼ାଉ କରିଥିଲେ I ଉଭୟ ଟିମ୍ ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଁ ଗାଁ ହରିଜନ ସାହି ଏବଂ ଉଢୁରା ହରିଜନ ସାହିରେ ଚଢ଼ାଉ କରି ନିଛାଟିଆ ସ୍ଥାନ ମାନଙ୍କରେ ଦେଶୀମଦ ତିଆରି ପାଇଁ ରଖାଯାଇଥିବା ବିଭିନ୍ନ ସାମଗ୍ରୀକୁ ବାଡ଼େଇ ଭାଙ୍ଗିବା ସହିତ 2000 ଲିଟର୍ ପୋଚକୁ ଓ 40 ଲିଟର ଦେଶୀ ମଦ ନଷ୍ଟ କରିଦେଇଥିବା1 ବେଲଗୁଣ୍ଠା ଥାନା ଅଧିକାରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି I
ରାଜ୍ୟ
ପୋଲିସ୍ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ ; 2000 ଲିଟର୍ ପୋଚ ଓ 40 ଲିଟର ଦେଶୀମାଡ ନଷ୍ଟ
- Hits: 100