ବିଜେପୁର ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବିଜେପୁର ସହରରେ ସାର୍ବଜନୀନ ପବିତ୍ର ନବରାତ୍ର ଦୁର୍ଗାପୂଜା ପାଳିତ ହେଉଥିବାବେଳେ ଆଜି ପଞ୍ଚମ ଦିବସରେ ମା କାତ୍ୟାୟନୀ ବେଶରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ପୂଜା ପାଉଛନ୍ତି l ପ୍ରତିଦିନ ରୀତିନୀତି ସହକାରେ ଅଙ୍କୁରରୋପଣ, ଦ୍ୱାରପାଳପୂଜା,ଚଣ୍ଡୀପାଠ ହୋମ ଅନୁଷ୍ଠିତ ହେଉଥିବା ବେଳେ ଘଣ୍ଟ, ଶଙ୍ଖ ପୁରୋହିତ ଙ୍କ ବେଦମନ୍ତ୍ର ପାଠ, ହୁଳହୁଳି ହରିବୋଲ ସହ ଧୂପଦୀପ, ସୁଗନ୍ଦୀତ ଗୁଗଲର ମହମହ ବାସ୍ନାରେ ଏକ ଅପୂର୍ବ ଭାବମୟ ପରିବେଶ ସୃଷ୍ଟି ହୋଇଛି l ଆଜି ମା କାତ୍ୟାୟନୀ ବେଶରେ ପୂଜା ପାଉଛନ୍ତି l ବିଜେପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜମିଦାର ଶ୍ରୀମାନ ସନତ କୁମାର ଗଡ଼ତିଆ ଦାୟିତ୍ୱ ତୁଲାଇଥିବା ବେଳେ ରାଜ ପୁରୋହିତ କିଶୋର ଚନ୍ଦ୍ର ପୂଝାରୀ ଚଣ୍ଡୀପାଠ କରୁଛନ୍ତି l ପୁସ୍ତକାର୍ଯ୍ୟ ସୁରେନ୍ଦ୍ର ମହାପାତ୍ର, କିଶୋର ମହାପାତ୍ର ପ୍ରମୁଖ କର୍ମ ସମ୍ପାଦନ କରୁଛନ୍ତି l ବିଭିନ୍ନ ପୌରାଣିକ ତଥ୍ୟ ଅନୁସାରେ କାତ୍ୟାୟନୀ ହୋଉଛନ୍ତି ଆଦି ପରାଶକ୍ତି l ପୂରଣରେ ତାଙ୍କୁ ଶ୍ରୀକୃଷ୍ଣଙ୍କର ଭଉଣୀ ବୋଲି ଉଲ୍ଲେଖ କରାଯାଇଛି l ସ୍ଵନ୍ଦପୂରଣ ଏବଂ ଜୟୁରବେଦ ରେ ମହିଷାସୁର କୁ ମାରିବା ପାଇଁ ମା ଏଇ ଅବତାର ଆବର୍ତୀର୍ଣ୍ଣ ହୋଇଥିଲେ l ମାର୍କଣ୍ଡେୟ ପୁରାଣ ତଥ୍ୟ ଅନୁସାରେ ଦେବୀଙ୍କୁ ତନ୍ତ୍ର ସାଧନା ଏବଂ ପତଞ୍ଜଳି ଋଷିଙ୍କର ମହଭାଗ୍ୟ ଅନୁଯାୟୀ ଯୋଗ ସାଧନାର ଆଦି ଦେବୀ ବୋଲି କୁହାଯାଉଛି l ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପୂଜା ମଣ୍ଡପ ପରିସରରେ ଅନୁଷ୍ଠିତ ହେଉଛି l ଆଜିକାର କାର୍ଯ୍ୟକ୍ରମରେ ସୁଗର ଭଜନ ସଂଧ୍ୟା ବରଗଡ ର ଓ ନର୍ତ୍ତକୀ ଡାନ୍ସ ଏକାଡେମୀ ଭୁବନେଶ୍ୱର ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ପୂଜା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଜନାର୍ଦନା ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି l
ରାଜ୍ୟ
ବିଜେପୁର ସହରରେ ସାର୍ବଜନୀନ ପବିତ୍ର ନବରାତ୍ର ଦୁର୍ଗାପୂଜା ପାଳିତ : ଆଜି ପଞ୍ଚମ ଦିବସରେ ମାଙ୍କ କାତ୍ୟାୟନୀ ବେଶ
- Hits: 106