ହେଡଲାଇନସ୍:

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ଗୁଣପୁର ଠାରେ ୧୨ ଘଣ୍ଟାଆ ବନ୍ଦ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ଆଜି ଅବିଭକ୍ତ କୋରାପୁଟ ମିଳିତ କ୍ରିୟାନୁଷ୍ଠାନ କମିଟି ର ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ରେ ରାୟଗଡା ଜିଲ୍ଲା ଗୁଣପୁର ଠାରେ 12 ଘଣ୍ଟିଆ ବନ୍ଦ ଡାକରା . ଏହାକୁ ସମର୍ଥନ କରିଛି ଗୁଣପୁର ଏସ୍ ସି ଓ ଏସ୍ ଟି ମିଳିତ ମଞ୍ଚ. ଏଣୁ ଏହି ପରିପ୍ରେକ୍ଷୀରେ ଗୁଣପୁର ବନ୍ଦ କରିବା କୁ ନିଷ୍ପତ୍ତି ନେଇ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ହୋଟେଲ, ବସ୍ ମାଲିକ ସଂଘ, ମଟର କର୍ମଚାରୀ ସଂଘ ଓ ଅନ୍ୟନ୍ୟ ସଂଗଠନ କୁ ବନ୍ଦ ପାଳନ କୁ ସହଯୋଗ କରିବାକୁ ଗୁଣପୁର ଏସ୍ ସି ଓ ଏସ୍ ଟି ମିଳିତ ମଞ୍ଚ ପକ୍ଷ୍ୟରୁ ଅନୁରୋଧ କରାଯାଇଛି . ଜିଲ୍ଲା ରେ ଗାଡି ମଟର ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କରି ଆଜିର ବନ୍ଦ ଡାକରା କୁ ସଫଳ କରିବା ନିମନ୍ତେ ଗୁଣପୁର ଏସ୍ ସି ଓ ଏସ୍ ଟି ମିଳିତ ମଞ୍ଚ ର ସଭାପତି ଚକ୍ରପାଣି ଶବର ଅନୁରୋଧ କରିଛନ୍ତି. ଏହି ବନ୍ଦ ଡାକରା ରେ ସଭାପତି ଙ୍କ ସମେତ ସମ୍ପାଦକ ଜଗଦୀଶ ଗମାଙ୍ଗ, ଉପ ସଭାପତି ରମେଶ ଲିମା ଓ ଅନ୍ୟନ୍ୟ ବ୍ୟକ୍ତି ପ୍ରମୁଖ ଏହାର ନେତୃତ୍ୱ ନେଇଛନ୍ତି ।

 

0
0
0
s2sdefault