ହେଡଲାଇନସ୍:

ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ଟାଉନ ଥାନା ଅଧିକାରୀଙ୍କୁ ଦେଲା ଖୋଲା ଚାଲେଞ୍ଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଯଦି ଦମ ଅଛି ରମେଶ ମହାପାତ୍ର ଙ୍କ ବିରୋଧରେ ପ୍ରମାଣ ସାର୍ବଜନୀନ କର,ନ ହେଲେ ନିସର୍ତ୍ତ କ୍ଷମା ମାଗ"

ବିଜେପୁର : ଯଦି ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ନାମରେ ଦେଇଥିବା ଏତଲା ମୁତାବକ କିଛି ପ୍ରମାଣ ଅଛି ତାହାହେଲେ ସାର୍ବଜନୀନ କରନ୍ତୁ ନ ହେଲେ ନିସର୍ତ୍ତ କ୍ଷମା ମାଗି କେଶ ବାତିଲ କରନ୍ତୁ | ଯଦି କିଛି ପଦକ୍ଷେପ ନ ନେବେ ତାହାହେଲେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଜିଲ୍ଲାପାଳ ଏବଂ ଏସ ପି ଙ୍କୁ ଲିଖିତ ଭାବେ ଦାବିପତ୍ର ଦେଇ ଖୋଲା ଚେତାବନୀ ଦେଇଛି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ | ଦମ ଆସିଛି ତ ପ୍ରମାଣ ସାର୍ବଜନୀନ କର ବୋଲି ବରଗଡ଼ ଟାଉନ ଥାନା ଅଧିକାରୀ ଙ୍କୁ ଖୋଲା ଖୋଲି ଚାଲେଞ୍ଜ ଦେଇଛି ସଂଯୁକ୍ତ କୃଷକ ସଂଗଠନ |
ଉତ୍ପନ୍ନ ଭୋଇଙ୍କ ସଭାପତିତ୍ବ ରେ ବସିଥିବା ସଭାରେ ସମାଜ ସେବୀ, ସୂଚନା ଅଧିକାର କର୍ମୀ, କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର କୁ ଯେପରି ଟାଉନ ପୋଲିସ ଉଦେଶ୍ୟ ମୂଳକ ଭାବେ ଚରିତ୍ର ଚିତ୍ରଣ କରିଛି ତାହାକୁ ଘୋର ନିନ୍ଦା କରାଗଲା। ପରେ ସଂଗଠନ କର୍ମୀ ମାନେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ଏବଂ ଏସ ପି ଅଫିସ ଯାଇଥିଲେ ସେମାନଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଏସପି ତପନ ମହାନ୍ତି ଙ୍କୁ ଭେଟି ସଂଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ଚରମ ବାଣୀ ଶୁଣାଇ ଛନ୍ତି।
ଗଣତନ୍ତ୍ରର ତୃତୀୟ ସ୍ତମ୍ଭ ଭାବେ ପରିଚିତ ନ୍ୟାୟିକ ବ୍ୟବସ୍ଥା କୁ ସଙ୍ଗଠନ ସବୁ ବେଳେ ବିଶ୍ୱାସ କରେ। ସେଥିପାଇଁ ପ୍ରତ୍ୟେକ ଜନ ଆନ୍ଦୋଳନ କରିବା ପୂର୍ବରୁ ଓକିଲ ମାନଙ୍କ ସହିତ ସଂଗଠନ ବିଚାରବିମର୍ଷ କରି ଆନ୍ଦୋଳନ କୁ ଓହ୍ଲେଇ ଥାଏ। ବିଦ୍ୟୁତ ସମସ୍ୟା ପ୍ରସଙ୍ଗରେ ମଧ୍ୟ ଜିଲ୍ଲା ଓକିଲ ସଂଘ ର ସହମତି ନେଇ ଅହିଂସାତ୍ମକ , ଗଣତାନ୍ତ୍ରିକ ଶୋଷଣ ବିରୋଧ ରେ ଆନ୍ଦୋଳନ କରିଥିଲା। ହେଲେ ଉଦେଶ୍ୟ ମୂଳକ ଭାବେ ଟାଉନ ଥାନା ଅଧିକାରୀ ଉପ ଜିଲ୍ଲାପାଳ ଠାରେ କେଶ କରିବାରୁ ସଙ୍ଗଠନ ବାର ର ଆଶ୍ରୟ ନେଇଛି। ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ର ରାଜବୋଡାସମ୍ବର କୃଷକ ସଙ୍ଗଠନ, ପଦ୍ମପୁର, ପାଇକମାଳ, ଝାରବନ୍ଧ, ଗାଇସିଲଟ କୃଷକ ସଂଗଠନ ଘେଁସ, କୃଷକ ସଂଗଠନ ଦଶ ମାଇଲ, ବିଜେପୁର କୃଷକ ସଂଗଠନ, ସଂଯୁକ୍ତ କୃଷକ ସଂଗଠନ ବରପାଲି, ଭେଡେନ କୃଷକ ସଙ୍ଗଠନ, କୃଷକ ପରିବାର ଭଟଲି, ବାରପାହାଡ଼ କୃଷକ ସଂଗଠନ ଅମ୍ବାଭନା, ସଂଯୁକ୍ତ କୃଷକ ସଂଗଠନ ବରଗଡ଼, ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା, ସଂକଳ୍ପ ପରିବାର, କୋଶଲ ସେନା ପରି ଅନେକ ସଂଗଠନ ଓକିଲ ବାର ବରଗଡ଼ ଙ୍କୁ ଆସି ଉକ୍ତ ଆନ୍ଦୋଳନ ଏବଂ ରମେଶ ମହାପାତ୍ର ପ୍ରତି ଅବିଚାର ପ୍ରସଙ୍ଗ ରେ ଅବଗତ କରିଥିଲେ ଏବଂ ଆଇନ ଗତ ସାହାଯ୍ୟ ମାଗିଥିଲେ। ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ, ସମ୍ପାଦକ କୁନା ଆଚାର୍ଯ୍ୟ, ଉପ ସଭାପତି କାଳୀ ଚରଣ ଦାଶ, ବରିଷ୍ଠ ସଦସ୍ୟ ନିଧିବନ ବିହାରୀ ପ୍ରସାଦ ପଣ୍ଡା, ଲଲାଟେନ୍ଦୁ ବେହେରା, ଅନୁପ ଶତପଥି, ବେଲାଳସେନ ସରାଫ, କିଶୋର ଦାସ, ଶଙ୍କର୍ଷଣ ମିଶ୍ର, ଶଶୀଭୁଷଣ ପଧାନ, ହୀରାଲାଲ ଭୋଇ ଙ୍କ ସମେତ ମହାପାତ୍ର ଙ୍କ ଓକିଲ ସନକ ଦାସ ଏବଂ କୃଷକ ସଂଗଠନ ସହିତ ଏକ ଆଲୋଚନା ସଭା ବାର ସମ୍ମିଳନୀ କକ୍ଷ ରେ ବସିଥିଲା। ସେଠାରେ ଓକିଲ ସଂଘ ପକ୍ଷ ରୁ ଏହି ଆନ୍ଦୋଳନ କୁ ନୈତିତ ସମର୍ଥନ ଦେବାର ଘୋଷଣା କରିଥିଲେ। ରମେଶ ମହାପାତ୍ର ଙ୍କ ଉପରେ ଉଦେଶ୍ୟ ମୂଳକ କେଶ ନିଃଶୁଳକ ଲଢ଼ିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଶୋଷଣ ବିରୋଧ ରେ ଗଣତାନ୍ତ୍ରିକ ଆନ୍ଦୋଳନ ମୌଳିକ ଅଧିକର ଅଟେ ତାହାର ଦବାଯାଇ ପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ପରେ ଏହି କେଶ ଉଚ୍ଚ ନ୍ୟାୟାଳୟ ରେ ମଧ୍ୟ ଲଡ଼ାଯାଇଥିବାର ସୂଚନା ଦେଇଥିଲେ ଏବଂ 8 ତାରିଖ ପର୍ଯ୍ୟନ୍ତ ନିଜର ପକ୍ଷ ରିଖିବା ପାଇଁ ଉପ ଜିଲ୍ଲାପାଳ ମାଜିଷ୍ଟ୍ରେଟ ସମୟ ଦେଇଥିବା ପ୍ରକାଶ କରିଥିଲେ। ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କୁ ସମର୍ଥନ ଓ ସହଯୋଗ କରିଥିବାରୁ ଭୁୟସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ।
ସଂଗଠନ ର ଲିଙ୍ଗରାଜ ପଧାନ, ରୋହିତ ପଧାନ, ସୁବାଷ ସାମନ୍ତରାୟ, ଅରବିନ୍ଦ ପଣ୍ଡା, ସୁବାସ ପଧାନ, ତପନ ମିଶ୍ର, କାରଣ ସାହୁ, ନାରାୟଣ ମିଶ୍ର, ସୁଦାମ ପାତ୍ର, ସୁରେଶ ନିକେଣ୍ଟି, ବିରେନ କର, ଟିକେଲାଲ ମିଶ୍ର, ପ୍ରଭାତ ସାହୁ, ମୁରଲୀ ଭୋଇ, ରବି ଶଙ୍କର ପଧାନ, ଥବିର ସାହୁ, ଈଶାନ୍ତ ଭୋଇ, ବିକାଶ ଅଗ୍ରୱାଲ, ବୀରବଳ ମହାକୁଡ଼ ସମେତ ବ୍ଲକ ଅଧିକାରୀ ମାନେ ସହଯୋଗ କରିଥିଲେ।

 

0
0
0
s2sdefault